ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ କଥା ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଏବେ ଅଚାନକ ବିଧାୟକମାନେ ସ୍କୁଲ ଗସ୍ତ କରୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଏବେ ଏମିତି କିଛି ଖବର ଆସିଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ବିଧାୟକ ଜଣକ ହଠାତ୍ ସ୍କୁଲ ଗସ୍ତରେ ଯାଇଥିଲେ । ଆଉ ସେ ସ୍କୁଲରେ ପହଞ୍ଚିବା ପରେ ଏଭଳି ହୋଇଥିଲା ।
ବିଧାୟକ ଜଣଙ୍କ ସ୍କୁଲରେ ପହଂଚିବା ପରେ ଯାହା ଦେଖିଲେ ତାକୁ ଦେଖି କାବା ହୋଇଗଲେ । ସେ ସ୍କୁଲର ସ୍ଥିତି ଦେଖିବା ସହିତ ମଧ୍ୟାହ୍ନ ଭୋଜନ ଦେଖି ତାଜୁବ ହୋଇଗଲେ । ବିଧାୟକ ଜଣକ ସ୍କୁଲରେ ପହଞ୍ଚିବା ପରେ ନିଜେ ପ୍ଲେଟରେ ଭାତ ଡାଲି ଯାହା ପିଲାଙ୍କ ପାଇଁ ରୋଷେଇ ହୋଇଥିଲା ତାକୁ ଖାଇବାକୁ ଆଣିଲେ । ଆଉ ଯାହା ଦେଖିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବିଧାୟକ ଜଣକ । ସେହି ସବୁ ଖାଇବା ଯୋଗ୍ୟ ନଥିଲା । କାରଣ ଏହା ପାଣିରେ ଲୁଣ ମିଶିଲା ଭଳି ହୋଇଥିଲା ।
ଏହି ଖାଦ୍ୟ ବିଧାୟକ ଜଣକ ଖାଇପାରିଲେ ନାହିଁ ଆଉ ଏହାକୁ ପିଲାମାନେ କିଭଳି ଖାଇବେ । ଏହିସବୁ ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ପିଲାମାନେ ଏହି ଖାଦ୍ୟ କିଭଳି ଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ବିଧାୟକ ଜଣକ ଏହାକୁ ନେଇ ଅନେକ କଥା କହିଥିଲେ । ବିଧାୟକ ଏହି ଖାଦ୍ୟ ସ୍କୁଲର ଶିକ୍ଷକଙ୍କୁ ଖାଇବାକୁ ଦେଇଥିଲେ । ଡାଲି ନଥିଲା ତାହା ପାଣି ଥିଲା ବୋଲି ଜଣାପଡିଛି । ଆଉ ଏହାସହ ସ୍କୁଲର ସମୟ ମଧ୍ଯ ଠିକ୍ ନଥିଲା ।
ସକାଳ ୧୦ ହେଲାଣି କିନ୍ତୁ ସ୍କୁଲର କାର୍ଯ୍ୟ ଆରମ୍ଭ ହୋଇନାହିଁ । ସ୍କୁଲ କାର୍ଯ୍ୟାଳୟ ଖୋଲା ହୋଇ ନଥିଲା । ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଦେଖି ଉତ୍କ୍ଷିପ୍ତ ହୋଇଥିଲେ ବିଧାୟକ ପବିତ୍ର ସାମ୍ନା । ଏହି ଯୁବ ବିଧାୟକ ଜଣକ ଏବେ ଆକ୍ସନ ମୂଡରେ ଅଛନ୍ତି । ଆଉ ସେ ହଠାତ୍ ପହଞ୍ଚି ଏଭଳି କାମ କରିବେ ବୋଲି କେହି ଭାବି ନଥିଲେ । ଏବେ ଏହି ଘଟଣାକୁ ନେଇ କୋରାପୁଟ ଜିଲ୍ଲାର ମୁଖ୍ୟ ଅଧିକାରୀଙ୍କ ସାମ୍ନାରେ ପହଞ୍ଚାଇ ଦିଆଯାଇଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।