ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଭିଡ ସମୟରେ ନିଜ ପତ୍ନୀଙ୍କୁ ହରାଇ ଥିଲେ ବ୍ରହ୍ମପୁରର ଜଣେ ବ୍ୟକ୍ତି ପ୍ରଶାନ୍ତ ନାୟକ। ଆଉ ଏବେ ତାଙ୍କ ସ୍ମୃତିରେ ତିଆରି କରିଛନ୍ତି ସିଲିକନ୍ ପ୍ରତିମୂର୍ତ୍ତି। ସ୍ତ୍ରୀକୁ ସବୁଦିନ ପାଖରେ ରଖିବା ପାଇଁ ସିଲିକନର ପ୍ରତିମୂର୍ତ୍ତି ତିଆରି କରିଛନ୍ତି ପ୍ରଶାନ୍ତ। ବ୍ରହ୍ମପୁରର ଯୋଗବନ୍ଧୁ ସାହିର ବ୍ୟବସାୟୀ ହେଉଛନ୍ତି ପ୍ରଶାନ୍ତ ନାୟକ। ସେ ୧୯୯୭ ମସିହାରେ କିରଣ ବାଳାଙ୍କୁ ବିବାହ କରିଥିଲେ। ତେବେ କୋଭିଡ୍ ସମୟରେ ତାଙ୍କ ପତ୍ନୀଙ୍କର ମୃ-ତ୍ୟୁ ହେଇଥିଲା। ଏହାପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ପ୍ରଶାନ୍ତ।
ତେବେ ପ୍ରଶାନ୍ତଙ୍କର ତିନିଜଣ ଝିଅ ମଧ୍ୟ ଅଛନ୍ତି। ଦୁଇଝିଅ ମେଘନ୍ନା ଓ ମେହେର ଥିବାବେଳେ ପୁଅ ଅୟାନ ମାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲା। ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅୟାନ୍ ସିଲିକନକର ମୂର୍ତ୍ତି ଦେଖୁଥିଲେ। ଆଉ ଏହା ଜୀବନ୍ତ ଦେଖାଯାଉଥିବାରୁ ଏଥିରେ ପ୍ରଭାବିତ ହେଇଥିଲେ ପରିବାର। ଝିଅ ଓ ପୁଅଙ୍କ ଅନୁରୋଧକ୍ରମେ ସେହି ବର୍ଷ ନଭେମ୍ବରରେ ମୂର୍ତ୍ତି ତିଆରି କରିବା ପାଇଁ ବାଙ୍ଗାଲୋର ଜଣେ ଶିଳ୍ପୀଙ୍କ ସହିତ ଯୋଗାଯୋଗ କରିଥିଲେ ପ୍ରଶାନ୍ତ।
ତେବେ ଖବର ପାଇ ତାଙ୍କ ଘରେ ପହଞ୍ଚି ଶିଳ୍ପୀ ପୁରୁଣା ଫୋଟ ମଧ୍ୟରୁ ଗୋଟିଏ ଫୋଟକୁ ଚୟନ କରିଥିଲେ। ଆଉ ତାପରେ ସେହି ଫୋଟଟିକୁ ଶିଳ୍ପୀ ଜଣଙ୍କ ଜୀବନ୍ତ ପ୍ରତିମୂର୍ତ୍ତି ରୂପ ଦେଇଥିଲେ। ଆଠମାସ ପରେ ଉକ୍ତ ମୂର୍ତ୍ତିକୁ ତିଆରି କରି ସ୍ଵତନ୍ତ୍ର ଗାଡ଼ିରେ ବ୍ରହ୍ମପୁର ଆଣିଥିଲେ ପରିବାର ଲୋକେ। ତେବେ ମୂର୍ତ୍ତି ତିଆରି କରିବା ପାଇଁ ଆଠ ଲକ୍ଷ ଟଙ୍କା ଶିଳ୍ପୀ ନେଇଛନ୍ତି। ସେହିପରି ଭାବେ ଟ୍ରାନ୍ସପୋର୍ଟ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି। ତେବେ କିରଣ ବାଳାଙ୍କ ମୂର୍ତ୍ତି ଘରେ ଆସି ପହଞ୍ଚିବା ପରେ ସ୍ବାମୀଙ୍କ ଠାରୁ ଆରମ୍ଭ କରି ପୁଅ ଝିଅଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା।
ଘରେ ପ୍ରତିଦିନ କିରଣ ବାଳାଙ୍କ ପ୍ରତିମୂର୍ତ୍ତିକୁ ସଜା ଯାଉଛି। ପ୍ରଶାନ୍ତଙ୍କ ସାନ ଝିଅ ପ୍ରତିଦିନ ମାଙ୍କ ମୂର୍ତ୍ତିକୁ ଶାଢ଼ୀଠୁ ଆରମ୍ଭ କରି ସୁନା ଅଳଙ୍କାର ପିନ୍ଧାଇ ସଜାଇ ଦେଉଛନ୍ତି। ବ୍ୟବସାୟ ସହିତ ସମଗ୍ର କ୍ଷେତ୍ରରେ ପତ୍ନୀ ପ୍ରଶାନ୍ତଙ୍କୁ ସହଯୋଗ କରିବା ସହ ପ୍ରେରଣା ଦେଉଥିଲେ ବୋଲି ପ୍ରଶାନ୍ତ କହିଛନ୍ତି। ତେବେ କିରଣଙ୍କ ମୃ-ତ୍ୟୁ ପରେ ସମସ୍ତେ ମର୍ମାହତ ହେଇପଡିଥିଲେ। କିନ୍ତୁ ଏବେ ତାଙ୍କ ପ୍ରତିମୂର୍ତ୍ତି ଆସିବା ପରେ ବର୍ତ୍ତମାନ ତାଙ୍କ ଅନୁପସ୍ଥିତିକୁ ସାମାନ୍ୟ ଦୂରେଇ ପାରୁଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି। ତେବେ କେବଳ ପ୍ରଶାନ୍ତ ନୁହଁନ୍ତି ପୂର୍ବରୁ ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।