ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ କୋଲକାତା ସହରର ଆର ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣା ସମ୍ପର୍କରେ ଜାଣିଥିବେ । ଏହି ଘଟଣାକୁ ନେଇ ଅନେକ ଖବର ଏବେ ଆସୁଛି । ଏହି ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସିବିଆଇ ଆଉ କିଛି ନୂଆ ଖବର ସାମ୍ନାକୁ ଆଣିଛି । ଏହି ଖବର ହେଉଛି ସନ୍ଦୀପ ଘୋଷଙ୍କୁ ନେଇ । ସିବିଆଇ ସନ୍ଦୀପ ଘୋଷଙ୍କ କଳା କାରନାମାର ଗୁମର ଖୋଲିଛି ।
କୋଲକାତା ଆର ଜି କର ମେଡିକାଲ କଲେଜରେ ମହିଳା ଟ୍ରେନୀ ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଏବଂ ହ-ତ୍ୟା ଘଟଣାରେ ଦିନକୁ ଦିନ ରହସ୍ୟ ବଢୁଛି । ଏହି ଘଟଣା ପଛରେ ଏକ ବଡ ରହସ୍ୟ ରହିଛି ବୋଲି ସନ୍ଦେହ କରି ଏହି ଘଟଣାର ଯାଞ୍ଚ ଜାରି ରଖିଛି ସିବିଆଇ । ସିବିଆଇ ହାତରେ ଅନେକ ତଥ୍ୟ ଲାଗିଥିବା ବେଳେ ଅନେକ ଖବର ଏବେ ସାମ୍ନାକୁ ଆସୁଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରାୟ ଏବେ ଜେଲରେ ଥିବା ବେଳେ ଏହି ଘଟଣା ପଛର ଖଳନାୟକ କିଏ ତାହା ଖୋଜା ଚାଲିଛି ।
ଏହି ଘଟଣାର ପ୍ରକୃତ ମାଷ୍ଟର ମାଇଣ୍ଡ କିଏ ତାହା ଜାଣିବାକୁ ସାରା ଦେଶ ଚାହିଁ ରହିଛି । ସିବିଆଇ ଟିମ୍ ଆର ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ତାଲା ଥାନାର ଭାରପ୍ରାପ୍ତ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ଜେରା କରି ସତ ସାମ୍ନାକୁ ଆଣିବାକୁ ଉଦ୍ୟମ ଚଳାଇଛି ସିବିଆଇ ଟିମ୍ । ଅଗଷ୍ଟ ୯ ତାରିଖରେ ମହିଳା ଟ୍ରେନୀ ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଆଉ ହ-ତ୍ୟା କରାଯାଇଥିଲା । ଆଉ ତା ପରଦିନ ୧୦ ଟା ପରେ ମଧ୍ୟ ସେଠାରେ ପହଞ୍ଚି ନଥିଲେ ସନ୍ଦୀପ ଘୋଷ ।
ସେତେବେଳେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ଥିଲେ ମଧ୍ଯ କିଛି କରିନଥିଲେ । ଆଉ ଏହି ଘଟଣାକୁ ଆ-ତ୍ମ-ହ-ତ୍ୟା ବୋଲି କହିଥିଲେ । ଏହି ଘଟଣା ପରେ ସେ ପୋଲିସକୁ ଏହି ବିଷୟରେ ଜଣାଇ ନଥିଲେ । ସିବିଆଇ କହିଛି ସନ୍ଦୀପ ଘୋଷ ମୃତ ଡାକ୍ତରାଣୀଙ୍କ ମୃ-ତଦେହର ଡାକ୍ତରୀ ମଇନା ପରୀକ୍ଷା କରିବାରେ ସଫଳ ହୋଇଥିଲେ । ଏହି ଘଟଣାକୁ ସନ୍ଦୀପ ଘୋଷ ଆ-ତ୍ମ-ହ-ତ୍ୟା ରୂପ ଦେବାକୁ ଚେଷ୍ଟା କରିଥିବା ବେଳେ ଏହି ମଣ୍ଡଳ ତାଙ୍କ ସହିତ ଥିଲେ ବୋଲି ସୂଚନା ମିଳିଛି ।