Updated: Jul 11, 2024, 19:52 IST

ସାମ୍ନାକୁ ଆସିଲା ସାଙ୍ଘାତିକ ଘଟଣା ଅଧ୍ୟାପିକା ଆଣିଲେ ପ୍ରିନ୍ସିପାଲଙ୍କ ପ୍ରତି ସାଙ୍ଘାତିକ ଅଭିଯୋଗ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। 
Bb
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି । ତେବେ ବନ୍ଧୁଗଣ ବର୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଜଣେ ଅଧ୍ୟାପିକା ଅଭିଯୋଗ କରିଛନ୍ତି ଯେ, କଲେଜର ପ୍ରିନ୍ସପାଲଙ୍କ ସହିତ କିଛି ସହଯୋଗୀ ମିଶି ତାଙ୍କୁ ହଇରାଣ କରନ୍ତି। ଏମିତିକି କଲେଜରେ ପର୍ନ ଭିଡିଓ ଦେଖିବା ସହିତ ଅଧ୍ୟାପିକା ଜଣଙ୍କ ଯେତେବେଳେ ଚାଲି ଯାଆନ୍ତି ତାଙ୍କ ବଡି ପାର୍ଟକୁ ନେଇ ଆଲୋଚନା କରି ମାଜାକ ଉଡାଉଥିଲେ। 
Bb
ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଅରଖାପାଟଣା କଲେଜର। ଯେଉଁଠି ପ୍ରିନ୍ସପାଲ ଆଉ ତାଙ୍କ ସହଯୋଗୀ ମିଳିତ ଭାବରେ ଅଧ୍ୟାପିକାଙ୍କୁ ଅଶ୍ଳିଳ ଇଙ୍ଗିତ କରି ମାନସିକ ଯନ୍ତ୍ରଣା ଦେଉଥିବା ଏଭଳି ୪ ବର୍ଷ ହେବ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଆଉ ଏବେ ପ୍ରିନ୍ସପାଲ ଗଣମାଧ୍ୟମ ସାମ୍ନାକୁ ଆସି ସିଧାସଳଖ କହିଛନ୍ତି ସମସ୍ତେ ଜାଣିଛନ୍ତି "ମୁଁ କେମିତିକା ଆଉ ମୋ ଚରିତ୍ର କେମିତି"। 
ସେହି କଲେଜରେ ସ୍ତ୍ରୀ ଅଧ୍ୟାପିକା ସ୍ୱାତି ପରିଡ଼ାଙ୍କ ସହିତ ସ୍ବାମୀ ଅଧ୍ୟାପକ ଅଛନ୍ତି। ଆଉ ସ୍ତ୍ରୀ ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏଭଳି କିଛି ଅଭିଯୋଗ ଆଣିଥିବା ବେଳେ ଏବେ ଅଧ୍ୟାପିକାଙ୍କ ସ୍ବାମୀ ଅଭଦ୍ର ଭାଷାରେ ଗାଳି କରିବାରୁ ପ୍ରିନ୍ସପାଲ ପ୍ରଥମେ ଯାଇ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅଧ୍ୟାପିକା ସ୍ଵାତୀ ପରିଡ଼ା ଏଭଳି ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ହେଲା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

Advertisement