Aug 11, 2024, 15:54 IST

ଆଳୁ ନେଇଗଲା ଚାକିରୀ ଦେଖନ୍ତୁ ଆସିଲା ଆଶ୍ଚର୍ଯ୍ୟ ଜନକ ଖବର

Vf

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରି ଥାଉ। ୫ କେଜି ଆଳୁ ଲାଞ୍ଚ ମାଗି ଚାକିରି ହରାଇଛନ୍ତି ଜଣେ ପୁଲିସ୍ ସବ ଇନସପେକ୍ଟର। ଉତ୍ତର ପ୍ରଦେଶର କନୌଜରେ ଏପରି ଘଟଣା ଘଟିଛି। ଜଣେ ପୁଲିସ୍‌ ସବ ଇନସପେକ୍ଟର ଲାଞ୍ଚ ଭାବେ ଆଳୁ ଦାବି କରିଥିଲେ। 
Vv
ବାସ୍ତବରେ ଲାଞ୍ଚ କାରବାର ପାଇଁ ଆଳୁ ଥିଲା କୋଡ ୱାର୍ଡ। ଗୋଟିଏ ମାମଲାର ରଫାଦଫା କରିବା ପାଇଁ ନିଲମ୍ବିତ ପୁଲିସ୍‌ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳୁଛି ଯେ ଅଭିଯୁକ୍ତ ରାମ କ୍ରିପାଲ ଫୋନରେ ଜଣେ ଚାଷୀଙ୍କୁ ୫ କେଜି ଆଳୁ ମାଗୁଛନ୍ତି। ହେଲେ ଚାଷୀ ଜଣଙ୍କ ଏହି ଡିମାଣ୍ଡକୁ ଗ୍ରହଣ କରିବାକୁ ଅରାଜି ହେଉଛନ୍ତି। 
Gg
ସେ ୫ କେଜି ଆଳୁ ବଦଳରେ ୨ କେଜି ଦେଇ ପାରିବେ ବୋଲି କହୁଛନ୍ତି। ଏହା ଶୁଣି ରାମ କ୍ରିପାଲ ରାଗି ଯାଇଥିଲେ ଓ ୫ କେଜି ଆଳ ଦେବାକୁ କହିଥିଲେ। ତଥାପି ଡିଲ ଫାଇନାଲ ହୋଇ ନଥିଲା। ବହୁ ସମୟର କଥାବାର୍ତ୍ତା ପରେ ୩ କେଜି ଆଳୁରେ ଡିଲ ‍ଫାଇନାଲ ହୋଇଥିଲା। କନୌଜ ପୁଲିସ୍‌ ପକ୍ଷରୁ ଗୋଟିଲ ବିବୃତିରେ ଏହାର ସୂଚନା ଦିଆଯାଇଛି। ଏଥିସହ ରାମ କ୍ରିପାଲଙ୍କୁ ତତ୍କାଳ ଭାବେ କାର୍ଯ୍ୟାରୁ ନିଲମ୍ବିତ କରାଯାଇଛି ବୋଲି କୁହାଯାଇଛି। 
କନୌଜର ସର୍କଲ ଅଫିସର କମଲେଶ କୁମାର ଘଟଣାର ତଦନ୍ତ ଦାୟିତ୍ୱ ହାତକୁ ନେଇଛନ୍ତି। କୁହାଯାଉଛି ଯେ ବାସ୍ତବରେ ରାମ କ୍ରିପାଲ ଲାଞ୍ଚ ପାଇଁ ଆଳୁକୁ କୋଡ ୱାର୍ଡ ଭାବେ ବ୍ୟବହାର କରିଥିଲେ। ଗୋଟିଏ ମାମଲାକୁ ରଫାଦଫା କରିବା ପାଇଁ ସେ ୫ କେଜି ଆଳୁ ଅର୍ଥାତ ୫ ଲକ୍ଷ ଟଙ୍କା ମାଗୁଥିଲେ। ତାଙ୍କ ସହ କଥାବାର୍ତ୍ତା ହେଉଥିବା ବ୍ୟକ୍ତି ପ୍ରକୃତରେ ଜଣେ ଚାଷୀ କି ନୁହେଁ, ସେକଥା ମଧ୍ୟ ସ୍ପଷ୍ଟ ହେଇନି।

Advertisement