Jul 6, 2024, 15:11 IST

ଦୌଡ଼ି ପଳାଉ ଥିଲେ ଶେଷରେ ଗୋଡେଇ ଗୋଡେଇ ପରିବାରକୁ ହାଣିଲେ ପୋଲିସ ବାବୁ - Exclusive

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଘରେ ପୋଲିସ ବାବୁ ପଶି ଗୋଡ଼ାଇ ଗୋଡ଼ାଇ ହାଣିଲେ। ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ। ପୋଲିସ ବାବୁଙ୍କ ଗୁଣ୍ଡାଗିରିର ସୀମା ଟପି ଯାଇଛି। ପୋଲିସ ବାବୁଙ୍କ ନାଁ ହେଉଛି ବିଜୟ କୁମାର ଦାସ। ତାଙ୍କ ଘର ହେଉଛି ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପାଳସୀୟା ଗ୍ରାମରେ। ତେବେ ପୋଲିସ ବାବୁ ଜଣଙ୍କ ବାରିପଦାରେ ଚତୁର୍ଥ ବଟାଲିୟନରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଅଛନ୍ତି। ବାବୁ ଜଣଙ୍କ ପୋଲିସରେ ଚାକିରୀ କରି ଅପରାଧ କାମରେ ଲିପ୍ତ ରୁହନ୍ତି। ଏହି ପୋଲିସ ବାବୁଙ୍କ ନାଁରେ ୧୦ରୁ ଅଧିକ ଥାନାରେ ସଂଘାତିକ ଅଭିଯୋଗ ରହିଛି। 
Gh
ଖାକି ପୋଷାକ ତଳେ ଲୁଚି ରହିଥିଲା ଅପରାଧିକ ଚେହେରା। ଶେଷରେ କନେଷ୍ଟବଳ ବାବୁ ଜଣଙ୍କ ପୋଲିସ ହାତରେ ପଡିଗଲେ ଧରା। ରାତିସାରା ହାଜତରେ ରହିଲେ। ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଲିସ କନେଷ୍ଟବଳ ଦୁଇଜଣଙ୍କୁ ଖଣ୍ଡାରେ ହାଣି ଥିଲେ। ପୂର୍ବରୁ ବହୁବାର କନେଷ୍ଟବଳଙ୍କ ନାଁରେ ସ୍ତ୍ରୀକୁ ନି-ର୍ଯା-ତ-ନା, ବେଆଇନ କାର୍ଯ୍ୟରେ ଲିପ୍ତ, କାର୍ଯ୍ୟରେ ଅବହେଳା ଭଳି ଅଭିଯୋଗ ଆସୁଥିବା ବେଳେ ବଡବଡ଼ିଆଙ୍କୁ ହାତେଇ ଖସି ଯାଇଥିଲେ। 
Hh
କିନ୍ତୁ ଏଥର ପୋଲିସ ହାତରେ ପଡିଛନ୍ତି ଧରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ପାଳସୀୟା ଗ୍ରାମରେ। ଗାଁରେ ବିଜୟ ଦାସ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କର ଦୁଇଜଣ ପୋଡଶୀଙ୍କୁ ତେଲେଙ୍ଗା କଟୁରିରେ ହାଣି ଥିବା ବସ୍ତା ଥାନାରେ ଅଭିଯୋଗ ହେଇଛି। 
କନେଷ୍ଟବଳଙ୍କ ଆ-କ୍ର-ମ-ଣରେ ବାପ ପୁଅ ଗୋଦାବରୀ ମହାଳୀ ଓ ଶଶିକାନ୍ତ ମହାଳି ଗୁରୁତର ଆ-ହ-ତ ହେଇପଡିଛନ୍ତି। ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ କନଷ୍ଟେବଳକୁ ବସ୍ତା ଥାନାରେ ଅଟକ ରଖିଛି ପୋଲିସ୍। ତେବେ କନଷ୍ଟେବଳ ଜଣଙ୍କ ବହୁ ଅପରାଧିକ କାର୍ଯ୍ୟକଳାପ ଓ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି।

Advertisement