Aug 4, 2024, 19:13 IST

ସ୍କୁଲ ଭିତରେ ପଶି ଦିଦିଙ୍କୁ ଭାଷା କହି ଟାଣିନେଲା ପୋଲିସ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Vg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସ୍କୁଲ ଭିତରେ ପଶି ପୋଲିସ କରୁଛି ଦାଦାଗିରି। କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କଲର ଧରି ଘୋଷାରି ଘୋଷାରି ନେଉଥିବା ଘଟଣାକୁ ଦେଖି ନିନ୍ଦା କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଖାଲି ସେତିକି ନୁହେଁ ଦୁର୍ବ୍ୟବହାର କରିବା ସହିତ ଅଶିଳ ଭାଷାରେ ଗାଳଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଜଣେ ପିଲାର ମାଆ ସ୍କୁଲ ପରିସରରେ ବାରମ୍ଵାର ଶିକ୍ଷୟତ୍ରୀଙ୍କୁ ଗାଳିଗୁଲଜ କରିବାରୁ ଏହାକୁ ନେଇ ଅଭିଯୋଗ କରିଥିଲେ ଶିକ୍ଷକ ଶିକ୍ଷୟତ୍ରୀ। 
Vb
ମାତ୍ର ପୋଲିସ ଏହି ଘଟଣାକୁ ନେଇ କୌଣସି ପଦକ୍ଷେପ ନନେଇଥିବା ବେଳେ ବାଧ୍ୟ ହୋଇ ଧାରଣାରେ ବସିଥିଲେ ଶିକ୍ଷକ ଶିକ୍ଷୟତ୍ରୀ। ହେଲେ ଧାରଣାରେ ବସିବା ତାଙ୍କ ପାଇଁ ମହଙ୍ଗା ପଢିଥିଲା। ହଠାତ୍ ସ୍କୁଲ ଭିତରେ ପୋଲିସ ପଶି ସମସ୍ତଙ୍କୁ ଟାଣି ଥାନାକୁ ନେଇଥିଲା। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ପୌରାଞ୍ଚଳ ଅଡକବଜାରସ୍ଥିତ ରାଧାନାଥ ଉପ୍ରା ବିଦ୍ୟାଳୟରେ। ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭିଯୋଗ ଅନୁସାରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରର ମାଆ ବିଭିନ୍ନ ସମୟରେ ସ୍କୁଲ ପରିସରକୁ ଆସି ପାଠ ପଢାଉଥିବା ଶିକ୍ଷୟତ୍ରୀ ମାନଙ୍କୁ ଗାଳିଗୁଲଜ କରନ୍ତି। 
Vv
ପୂର୍ବରୁ ଏଭଳି ଘଟଣା ଘଟୁଥିଲେ ମଧ୍ଯ ଉକ୍ତ ମହିଳାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନନେବାରୁ ସେ ବାରମ୍ଵାର ଏଭଳି ଅମାନସିକ ଘଟଣା ସୃଷ୍ଟି କରୁଥିବା ଅଭିଯୋଗ ଆଣି ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଧାରଣାରେ ବସିଥିଲେ। ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲା ପୋଲିସ। ଆଉ ତାପରେ ଜଣ ଜଣ କରି ସମସ୍ତଙ୍କୁ ଥାନାକୁ ନେଇ ଯାଇଥିଲେ। ତେବେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ସୁରକ୍ଷା ଦେବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ଓ କିଛି ଅଭିଭାବକ ମାନଙ୍କୁ ପୋଲିସ ଅଟକ ରଖିଥିବା ଦେଖିବାକୁ ମିଳିଥିଲା।
ତେବେ ପୋଲିସ ଆଗରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍କୁଲ ପରିସରରୁ ନେଇଯାଇଥିବା ବେଳେ ପିଲା ମାନେ ମନଦୁଃଖ କରିବା ସହିତ କାନ୍ଦି ପକାଇଥିଲେ। ଆଉ କାନ୍ଦି କାନ୍ଦି ପୋଲିସଙ୍କୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଛାଡି ଦେବାକୁ ଅନୁରୋଧ ମଧ୍ୟ କରିଥିଲେ। ଶେଷରେ ବାଧ୍ୟ ହେଇ ଛାତ୍ରଛାତ୍ରୀ ଆଉ ଅଭିଭାବକ ନେଇଥିଲେ ଆକ୍ସନ। ଯାହାକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ସ୍କୁଲ ଗେଟରେ ତାଲା ପକାଇ ରାସ୍ତା ଉପରେ ଧାରଣା ଦେବା ସହିତ ପ୍ରତିବାଦ କରିଛନ୍ତି। ଏଥିସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଥାନା କର୍ମଚାରୀଙ୍କୁ ଲିନମ୍ବିତ କରାଯାଉ ବୋଲି ଅଭିଭାବକ ମାନେ ଦାବୀ କରିଛନ୍ତି।

Advertisement