ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସହିଦଙ୍କ ପତ୍ନୀ ସ୍ମୃତି ସିଂହଙ୍କ ଅପମାନକୁ ସହି ପାରିଲେନି ପୋଲିସ। ଅପମାନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନେବେ ଆକ୍ସନ। ସହିଦ୍ ଅଂଶୁମାନଙ୍କ ପତ୍ନୀ ସ୍ମୃତି ସିଂହକୁ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ତାଙ୍କର ସାହସ, ଧର୍ଯ୍ୟ ଆଉ ବିରତ୍ୱକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପୁରା ଭାରତ ଆଖିରୁ ସେଦିନ ଝରିଥିଲା ଲୁହ। ଅଂଶୁମାନଙ୍କ ସହିଦ୍ ହେବା ପରେ ତାଙ୍କ ଦେହରେ ତ୍ରିରଙ୍ଗାକୁ ଗୁଡ଼ାଇ ଦିଆଯାଇଥିଲା। ଆଉ ତାଙ୍କ ପତ୍ନୀ ବେଶ ରୂପକୁ ନେଇ ଅଶ୍ଳିଳ ଟିପ୍ପଣୀ ଦେଇଛନ୍ତି କିଛି ୟୁଜରସ୍। ଯାହାକୁ ନେଇ ଥାନାରେ ଏତଲା ଦେବା ପରେ ଆକ୍ସନ ମିଡକୁ ଆସିଛି ଦିଲ୍ଲୀ ପୋଲିସ।
ସହିଦଙ୍କ ପତ୍ନୀଙ୍କୁ ଏଭଳି ଭାବରେ ଅପମାନ ଜନକ କଥା କହିବା ତାଙ୍କ ବିରୋଧରେ ଅପମାନ ଜନକ ଅଶ୍ଳିଳ ଟିପ୍ପଣୀ ଦେବାକୁ ନେଇ ବିରକ୍ତି ଭାବ ପ୍ରକାଶ କରିଛନ୍ତି ପୋଲିସ। ଆଉ ଅପମାନ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବା କଡ଼ା କାର୍ଯ୍ୟନୁଷ୍ଠାନ। ସିଆରଚୀନରେ ସହିଦ୍ ହେଇଥିବା କ୍ୟାପଟେନ ଅଂଶୁମାନଙ୍କ ସିଂହଙ୍କ ପତ୍ନୀ ସ୍ମୃତି ସିଂହଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଏବେ ଖୋଜୁଛି। ଗିରଫ କରିବାକୁ ଯୋଜନା ଚାଲିଛି।
ତେବେ ସୋସିଆଲ ମିଡିଆରେ ଅଶ୍ଳିଳ ପୋଷ୍ଟ କରିଥିବା ଏହି ବ୍ୟକ୍ତିଙ୍କ ବିରୋଧରେ ଏଫାୟାର ଦାଖଲ କରାଯାଇଛି। ତଦନ୍ତ ପରେ ସତ ସାମ୍ନାକୁ ଆସିଲେ ଖୁବଶୀଘ୍ର ସେହି ବ୍ୟକ୍ତିଙ୍କୁ ଗିରଫ କରାଯିବ। ଗତବର୍ଷ ସିଆରଚୀନରେ ନିଜ ବନ୍ଧୁ ମାନଙ୍କୁ ବଞ୍ଚେଇବା ସମୟରେ କ୍ୟାପଟେନ ଅଂଶୁମାନଙ୍କ ଜୀବନ ଚାଲିଯାଇଥିଲା। ଆଉ ଏବେ କେବଳ ଗୋଟେ ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ଭବନରେ ତାଙ୍କ ସ୍ତ୍ରୀ ଏବଂ ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ମରଣାତ୍ମକ କୀର୍ତ୍ତି ଚକ୍ର ପ୍ରଦାନ କରିଥିଲେ।
ଆଉ ସ୍ମୃତି ସିଂହଙ୍କ ବିଧବା ହେବାର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ଯାହାକୁ ନେଇ ଅନେକ ଲୋକ ଦୁଃଖ ପ୍ରକାଶ କରିବା ସହିତ ଭାବ ବିହୁଳ ହେଇପଡିଥିଲେ। ଅନେକ ସହିଦଙ୍କ ପତ୍ନୀ ସ୍ମୃତି ସିଂହଙ୍କୁ ସମ୍ମାନ ଜଣାଇଥିଲେ। କିନ୍ତୁ ଆଉ କିଛି ସାମାଜିକ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଅଶ୍ଳିଳ ଟିପ୍ପଣୀ ଦେଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଯାହାକୁ ଦେଖିବା ପରେ ପୁରା ଦେଶବାସୀ କ୍ରୋଧିତ ହେଇଯାଇଛନ୍ତି। ଆଉ ସେହି ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ସମସ୍ତେ ଦାବୀ କରିଛନ୍ତି।