ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ଶିକ୍ଷକଙ୍କ ବିଷୟରେ ଜାଣିପାରିବେ । ଏହି ଶିକ୍ଷକ ଜଣକ ସତରେ ଏଭଳି ଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଶିକ୍ଷକ ଜଣକ ବହୁତ ଭଲ ଅଟନ୍ତି । ଏହି ଶିକ୍ଷକ ଜଣଙ୍କୁ ନେଇ ସମସ୍ତେ କହିଛନ୍ତି ଶିକ୍ଷକ ହେବ ତ ଏମିତି ।
ସ୍କୁଲରେ ଶିକ୍ଷକମାନେ ବଦଳି ମଧ୍ୟ ହୋଇଥାନ୍ତି । ଆଉ ଶିକ୍ଷକମାନେ ବଦଳି ହେବା ବେଳେ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କର ମନ ଦୁଃଖ ହୋଇଥାଏ କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ସାର ବଦଳି ହେବା ବେଳେ ଗାଁ ଲୋକମାନେ ମନ ଦୁଃଖ କରିଥାନ୍ତି । ଏବେ ଏମିତି କିଛି ଖବର ସାମ୍ନାକୁ ଆସିଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ସାର୍ ବଦଳି ହେବା ଖବର ପାଇବା ପରେ ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ । ସ୍କୁଲର ଟୁଲଗେଟରେ ତାଲା ପକାଇ ସ୍କୁଲ ଆଗରେ ବସିଲେ ଗ୍ରାମବାସୀ ।
ଗ୍ରାମବାସୀ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ଗଞ୍ଜରାଲୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀମାନେ ତାଲା ପକାଇ ଦେଇଛନ୍ତି । କାରଣ ଏହି ସ୍କୁଲରେ ଶିକ୍ଷକ ଭାବରେ ପାଠ ପଢ଼ାଉଥିବା ଅମରେନ୍ଦ୍ର ସାରଙ୍କର ଅନ୍ୟତ୍ର ବଦଳି କରାଯାଉଛି । ଏହି ସ୍କୁଲ ହେଉଛି ବହୁତ ଦିନର । ଆଉ ଏହି ସ୍କୁଲରେ ଅଳ୍ପ ଶିକ୍ଷକ ଅଛନ୍ତି । ଆଉ ଗ୍ରାମବାସୀ କହିଛନ୍ତି ତାଙ୍କ ସ୍କୁଲରେ ସେହି ଶିକ୍ଷକ ହିଁ ଦରକାର । ଏବେ ଶିକ୍ଷକଙ୍କ ବଦଳି ହେବା ଖବର ଶୁଣି ଏଭଳି କରିଛନ୍ତି ଗ୍ରାମବାସୀ ।
ଅଭିଭାବକ ଆଉ ଛାତ୍ରଛାତ୍ରୀମାନେ କହୁଛନ୍ତି ଏହି ଶିକ୍ଷକ ଜଣକ ସ୍ୱଭାବରେ ନମ୍ର ଆଉ ଭଦ୍ର ଅଟନ୍ତି । ସେ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ଆଉ ପିଲାମାନଙ୍କୁ ଭଲ ପାଠ ପଢାନ୍ତି । ପିଲାମାନେ କିଭଳି ଭଲରେ ପାଠ ପଢିବେ ଏନେଇ ମଧ୍ୟ ସାର ଜଣକ ସବୁବେଳେ ଚିନ୍ତା କରିଥାନ୍ତି । ପିଲାମାନେ ମଧ୍ୟ ସାରଙ୍କୁ ବହୁତ ଭଲ ପାଆନ୍ତି । ଆଉ ଏବେ ପିଲାମାନେ କହିଛନ୍ତି କି ଯଦି ସାର ସ୍କୁଲରୁ ପଳାଇବେ ତାହେଲେ ସେମାନେ ଆଉ ସ୍କୁଲ୍ ଆସିବେ ନାହିଁ । ଏବେ ସାରଙ୍କ ବଦଳି ଖବର ଆସିବାରୁ ଏଭଳି କରିଥିଲେ ଗ୍ରାମବାସୀ । ଏବେ ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ସ୍କୁଲରେ ଧାରଣା ଦେଇଛନ୍ତି । ଆଉ ଏହି ବଦଳି ବାତିଲ କରିବାକୁ ଦାବି କରିଛନ୍ତି ।