ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ଯୁବକ ନିଜ ଜୀବନ ହାରି ଦେଇଛନ୍ତି । ଏହି ଯୁବକ ଜଣକ ଜୀବନ ହାରି ଦେବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବକ ଜଣକ ୧୦ ହଜାର ଟଙ୍କା ପାଇଁ ନିଜ ଜୀବନ ହାରି ଦେଇଛି ।
ଯୁବକ ଜଣକ ମାର୍ଚ୍ଚ ମାସରେ ବିବାହ କରିଥିଲେ । ଆଉ ସେ ବିବାହ ସମୟରେ କିଛି ଟଙ୍କା ଧାର ଆଣିଥିଲେ । ଆଉ ଏହି ଟଙ୍କା ପାଇଁ ଏବେ ଜୀବନ ଯାଇଛି ଏହି ଯୁବକ ଜଣଙ୍କର । ବିବାହ ସମୟରେ ଅନେକ ଲୋକ ଅନେକ ଟଙ୍କା କରଜ କରିଥାନ୍ତି ଆଉ ସେମାନେ ହିସାବରେ ଏହାକୁ ଶୁଝି ଥାଆନ୍ତି । ଆଉ ଠିକ୍ ଏମିତି ଏହି ଯୁବକ ଜଣକ ବିବାହ ସମୟରେ କିଛି ଟଙ୍କା ଧାର ଆଣିଥିଲେ ଆଉ ସେ ସେଥିପାଇଁ ସୁଧ ମଧ୍ୟ ଦେଉଥିଲେ । କିନ୍ତୁ ଏହି ଯୁବକ ଜଣକ ଏଭଳି କରିବେ କିଏ ବା ଜାଣିଥିଲା ।
ଏହି ଯୁବକ ଜଣକ ୧୦ ହଜାର ଟଙ୍କା ସୁଧକୁ ଆଣିଥିଲେ । ଆଉ ଏହି ଯୁବକ ଜଣକ ଚେନ୍ନାଇରେ କାମ କରୁଥିଲେ । ଆଉ ସେ ବିବାହର କିଛି ମାସ ପରେ ଚେନ୍ନାଇ ଯାଇଥିଲେ । ଆଉ ସେଠାରେ ସେ କାମ କରୁଥିଲେ । କାମ କରିବାର ଏକ ମାସ ହୋଇଥିଲା ଯୁବକ ଜଣଙ୍କ ବାପାଙ୍କ ଦେହାନ୍ତ ହୋଇଗଲା । ଏହି ଖବର ପାଇବା ପରେ ଏହି ଯୁବକ ଜଣକ ଘରକୁ ଆସିଥିଲେ । ସେ ଘରକୁ ଆସିବା ପରେ ଯେଉଁ ମହିଳାଙ୍କ ଠାରୁ ସେ ୧୦ ହଜାର ଟଙ୍କା ସୁଧକୁ ଆଣିଥିଲେ ସେହି ମହିଳା ଜଣକ ଘରକୁ ଡାକିଥିଲେ ।
ଏହି ମହିଳା ଏବଂ ତାଙ୍କ ପୁଅ ଯୁବକ ଜଣଙ୍କୁ ତାଙ୍କ ଦେଇଥିବା ଟଙ୍କାର ସୁଧ ମାଗିଥିଲେ । ଆଉ ଏହି ଟଙ୍କା ଦେଇନଥିଲେ ଯୁବକ ଜଣକ କାରଣ ତାଙ୍କ ପାଖରେ ଟଙ୍କା ନଥିଲା । ଆଉ ଏହାପରେ ଏହି ମହିଳା ଜଣକ ତାଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ । ଆଉ ଏହାପରେ ସେ ଘରକୁ ଆସିଥିଲେ । ଆଉ ଘରକୁ ଆସିବା ପରେ ସେ ନିଜକୁ ଗୋଟିଏ ଘରେ ବନ୍ଦ କରି କବାଟ ଦେଇ ଦେଇ । ତାପରେ ତାଙ୍କ ସ୍ତ୍ରୀ ଆଉ ମାଆ କବାଟ ଖୋଲିବାକୁ କହିଥିଲେ । କିନ୍ତୁ ଦେଖିଲା ବେଳକୁ ଏହି ଯୁବକ ଜଣକ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି ।
ଏବେ ଏହି ଯୁବକ ଜଣକଙ୍କ ଭାଇ ଥାନାରେ ଏହି ମହିଳା ଆଉ ତାଙ୍କ ପୁଅ ନାଁରେ ଅଭିଯୋଗ କରିଛନ୍ତି । ଟଙ୍କା ସୁଝିବାରେ ବିଳମ୍ବ ହେବାରୁ ଅପମାନ ଦେଇଥିଲେ ସୁଧ ଦେଇଥିବା ମହିଳା ଜଣକ ଆଉ ଏହାପରେ ଯୁବକ ଜଣକ ଏଭଳି କରିଥିଲେ । ଏହି ଘଟଣା କତିପଦା ଥାନା ଅନ୍ତର୍ଗତ ବିବା ସାହି ଗ୍ରାମରେ ଦେଖିବାକୁ ମିଳିଥିଲା । ଏହି ଯୁବକ ଜଣକ ହେଉଛନ୍ତି ଦିପକ ପାତ୍ର ଆଉ ୫ ପ୍ରତିଶତ ସୁଧକୁ ୧୦ ହଜାର ଟଙ୍କା ଦେଇଥିବା ମହିଳା ଜଣକ ହେଉଛନ୍ତି ମନିକା ଜେନା । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।