ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋମବାର ଠାରୁ ଲାଗୁ ହେବ ନୂଆ ନିୟମ। ପଇସା କାରବାରକୁ ନେଇ ଏକ ନୂଆ ନିଷ୍ପତି ନିଆଯାଇଛି। ବର୍ତ୍ତମାନ ସମୟରେ ସାରା ଦେଶରେ ଡିଜିଟାଲ ପେମଟର ବ୍ୟବହାର ବୃଦ୍ଧି ହେବାର ଲାଗିଛି। ଏହି ୟୁନିଫାଏଡ ପେମେଣ୍ଟ ଏଣ୍ଟ୍ରରଫେସ୍ ସିଷ୍ଟମରେ କିନ୍ତୁ ବର୍ତ୍ତମାନ ବଡ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ଏକ ସର୍କୁଲେସନ ଜାରି କରି କହିଛନ୍ତି କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ଲିମିଟ ଖୁବ୍ କମ୍ ରହିଥିଲା। ତେଣୁ ଏହି ପରିବର୍ତ୍ତନ କରଦାତା ପାଇଁ ଏକ ବଡ ଆଶ୍ୱସ୍ତିକର ହେଇପାରେ।
ଆହୁରି ମଧ୍ୟ ତଥ୍ୟ ରହିଛି ଦେଶର ଲକ୍ଷ ଲକ୍ଷ କରଦାତାଙ୍କ ପାଇଁ ୟୁପିଆଇ ଜରିଆରେ ଟ୍ୟାକ୍ସ ପେମେଣ୍ଟର ଟ୍ରାଜାକ୍ସନ ସୀମାକୁ ବୃଦ୍ଧି କରାଇଛନ୍ତି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ। ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକ ସର୍କୁଲେସନ୍ ଜାରି କରି ଏହି ବିଷୟରେ ସରକାର ସୂଚନା ଦେଇଥିଲେ। ଏଥିରେ କୁହାଯାଇଛି ଯେ, ୟୁପିଆଇ ମାଧ୍ୟମରେ ଟ୍ରାଜାକ୍ସନକୁ ନେଇ ଉତ୍ସାହ ବୁଦ୍ଧି ପାଇବାରେ ଲାଗିଛି। ତେଣୁ ବିଶେଷ କାଟାଗରି ପାଇଁ ସମସ୍ତ ଟ୍ରାଜାକ୍ସନ ଲିମିଟ ବୃଦ୍ଧି କରିବାର ଆବଶ୍ୟକତା ରହିଛି।
ସଂସ୍ଥା ଗୁଡିକରେ ଟ୍ୟାକ୍ସ ପେମେଣ୍ଟ ପାଇଁ ୟୁପିଆଇ ଟ୍ରାଜାକ୍ସନ ଲିମିଟ ବୃଦ୍ଧି ପାଇଛି ୫ ଲକ୍ଷ ଟଙ୍କାକୁ। ଏନେଇ ବ୍ୟାଙ୍କ୍ ପେମେଣ୍ଟ ସର୍ଭିସ୍ ପ୍ରଭାଇଡର ଏବଂ ୟୁପିଆଇ ଆପ ଜରିଆରେ ଏହିସବୁ ସୁନିଶ୍ଚିନ୍ତ୍ କରାଇବା ପାଇଁ ସତ୍ୟାପିତ ବ୍ୟବସାୟଙ୍କର ଏମସିସି ୯୩୧୧ କାଟାଗରି ପାଇଁ ଟ୍ରାଜାକ୍ସନ ଲିମିଟ ବୃଦ୍ଧି ହେବା ଆବଶ୍ୟକ। ତେବେ ଏହାକୁ ନେଇ ଏମପିସିଆଇ କହିଛି କି, ଟିକସଦାତା ମାନେ ମଧ୍ୟ ନିଶ୍ଚିନ୍ତ କରିବା ଉଚିତ୍ ଯେ ଟିକସ ଦେୟ ବର୍ଗ ପଠିତ ସୀମା ପାଇଁ ୟୁପିଆଇ ଏକ ପେମେଣ୍ଟ ମୋଡ ଭାବରେ ସକ୍ଷମ ହେଇଛି।
ଏଥିପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଟ୍ୟାକ୍ସ ପେମେଣ୍ଟର ଲିମିଟର ବର୍ଦ୍ଧିତ ସୀମା ଲାଗୁ କରିବା ପାଇଁ ବ୍ୟାଙ୍କ ପେମେଣ୍ଟ ସର୍ଭିସ୍ ପ୍ରଭାଇଡରସ୍ ଏବଂ ୟୁପିଆଇକୁ କହିଛି ଏଲପିସିଆଇ। ଅର୍ଥାତ୍ ସେପ୍ଟେମ୍ୱର ୧୬ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା ଟ୍ୟାକ୍ସ ପେମେଣ୍ଟ କରିବା ପାଇଁ ୟୁପିଆଇ ବ୍ଯବହାର କରିପାରିବେ। ଏହା ବ୍ୟତୀତ ଏବେ ଅନ୍ୟ କାଟାଗରି ପାଇଁ ପ୍ରତ୍ୟେକ ଟ୍ରାଜାକ୍ସନ ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ କରିହେବ। ଏହି ଦେୟ ଡାକ୍ତରଖାନା ଓ ଶିକ୍ଷାପ୍ରତିଷ୍ଠାନ ଖୁଚୁରାପ୍ରତ୍ୟକ୍ଷ ଯୋଜନା ପାଇଁ ମଧ୍ୟ ଉପଲବ୍ଧ ରହିବ। କିନ୍ତୁ ଏହା କେବଳ କିଛି କାରବାରରେ ପ୍ରଯୁଜ୍ୟ ହେବ।