Jul 5, 2024, 20:37 IST

ଜନ୍ମ କଲା ଶିଶୁ କୁ ୫୦ ହଜାର ରେ ବିକିଲା ମା..

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ନିଜ ଜନ୍ମ କଲା ଶିଶୁ କୁ ବିକି ଦେଇଛି ମା।ଅଭାବ ରେ ପଡ଼ି ନିଜ ଶିଶୁ କୁ ବିକ୍ରି କରିଥିବା ମା ଜଣଙ୍କ ସ୍ବୀକାର କରିଛନ୍ତି।ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ପାରାଦ୍ଵୀପ ରେ ଦେଖିବାକୁ ମିଳିଛି।୫୦ ହଜାର ଟଙ୍କା ରେ ପାଞ୍ଚ ଦିନର ପିଲାକୁ ବିକ୍ରି କରି ଦେଇଛି ତାର ଜନ୍ମ କଲା ମା।
Gg
ପାରାଦୀପ ର ନୂଆ ବଜାର ରେ ରହୁଥିବା ସଂପୃକ୍ତ ମହିଳା ଜଣଙ୍କ ଗତ ରବିବାର ଦିନ ଅଠରବାଙ୍କୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ।କିନ୍ତୁ ଉକ୍ତ ପିଲାଟି କୁ ସ୍ଥାନୀୟ ର ଜଣେ ବ୍ୟକ୍ତି ଙ୍କୁ ୫୦ ହଜାର ଟଙ୍କା ରେ ବିକ୍ରି କରି ଦେଇଥିଲେ।ଶିଶୁ ପୁତ୍ର କୁ ଆନ୍ଧ୍ରା ଅଞ୍ଚଳ ରେ ଜଣେ ବ୍ୟକ୍ତିଙ୍କୁ ଦେଇଥିବା ଜଣାପଡିଛି।
Hh
ସଂପୃକ୍ତ ମହିଳା ଜଣଙ୍କ ଦିନ ମଜୁରିଆ ଭାବରେ ମୂଲ ଲାଗି ଚଳୁଥିବା ବେଳେ ତାଙ୍କ ସ୍ଵାମୀ ଛାଡ଼ି ପଳାଇ ଯାଇଥିବା ତାଙ୍କ ମାଉସୀ କହିଥିଲେ।ତେବେ କେତେ ଟଙ୍କା ରେ ପିଲା ବିକ୍ରି ହୋଇଛି ସ୍ପଷ୍ଟ ହୋଇନାହିଁ।ସଂପୃକ୍ତ ମହିଳା ଗ-ର୍ଭ-ବ-ତୀ ଥିବା ସମୟରେ ଗ-ର୍ଭ-ପା-ତ୍ କରାଇବାକୁ ଚାହୁଁଥିଲେ।ମାତ୍ର ସେ ପିଲାଟିକୁ ସ୍ଥାନୀୟ ଜଣେ ବ୍ୟକ୍ତି ନେବା ପାଇଁ ଅନୁରୋଧ କରିଥିଲେ।
ଏପରିକି ମହିଳାଙ୍କ ର ସମସ୍ତ ଖର୍ଚ୍ଚ ସେ ବହନ କରିଥିଲେ।ମହିଳା ଜଣଙ୍କ ପୁତ୍ର ସନ୍ତାନ ଜନ୍ମ ହେବା ପରେ ପିଲାଟିକୁ ଅନ୍ୟ ଜଣଙ୍କୁ ବିକ୍ରି କରିଥିବା ସ୍ପଷ୍ଟ ହୋଇଛି।ପିଲାଟିକୁ ପୋଲିସ ନିକଟ ରେ ହାଜର କରିବା ପାଇଁ ସଂପୃକ୍ତ ବ୍ୟକ୍ତି ଜଣଙ୍କ ପ୍ରତିଶ୍ରୁତି ଦେଇଛନ୍ତି।ମହିଳା ଜଣଙ୍କ ବର୍ତ୍ତମାନ ପାରାଦ୍ଵୀପ ଛାଡ଼ି କଟକ ପଳାଇ ଥିବା ସୂଚନା ମିଳିଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏହା ଦେଖି ଦର୍ଶକ ମାନେ ନିଜ ଛୁଆ କୁ ବିକ୍ରି କରିଥିବା ମା କୁ କଟୁ କଥା କହୁଛନ୍ତି।

Advertisement