Jul 13, 2024, 16:34 IST

ଲୋକଙ୍କୁ କମ ପରିମାଣରେ ରାସନ୍ ଦେଲେ ଆକ୍ସନ ନେବେ ମନ୍ତ୍ରୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାସନ୍ କାର୍ଡକୁ ନେଇ ଆସୁଥିବା ଖବର ବିଷୟରେ ଜାଣିପାରିବେ । ଏବେ ଡିଲରମାନଙ୍କୁ ନେଇ ତାଗିଦ୍ କରାଯାଉଛି । ଏବେ ଖବର ଆସିଛି କି ଡିଲରଙ୍କ ଉପରେ ରାଗିଲେ ମନ୍ତ୍ରୀ ଆଉ ଶୁଣାଇଲେ ଏଭଳି ନିଷ୍ପତ୍ତି । ଯାହାକୁ ଶୁଣି ଡିଲରମାନଙ୍କ ଛାତିରେ ଏବେ ଛନକା ପଶି ଗଲାଣି ।
Hh
ଆପଣମାନେ ତ ଅନେକ ପ୍ରକାରର ଘଟଣା ଦେଖିଥିବେ ଆଉ ଏଭଳି କିଛି ଘଟଣା ଆସିଥାଏ କି ଯେଉଁଠାରେ ରାସନ୍ କାର୍ଡରେ କମ୍ ରାସନ୍ ମିଳିଥାଏ ଆଉ ଏହି ରାସନ୍ ଡିଲର କାଟି ଦେଇଥାନ୍ତି । ଆଉ ଚଳିବ ନାହିଁ ଡିଲରମାନଙ୍କର ମନମୁଖୀ ଶାସନ । ଯଦି କୌଣସି ଡିଲର ଖାଉଟିମାନଙ୍କ ସହିତ ଖରାପ ବ୍ୟବହାର କରିବ ତାହେଲେ ତାକୁ ଭୟଙ୍କର ଶାସ୍ତି ମିଳିବ । ଯଦି ରାସନ୍ ପରିମାଣରେ କମ୍ ହୋଇଥାଏ ତାହେଲେ ଡିଲର ସିଧା ଜେଲ ଯିବ ଆଉ ଦଣ୍ଡ ଭୋଗିବ ବୋଲି ଜଣାପଡିଛି ।
Hh
ଏବେ ସରିଯିବ ଡିଲରମାନଙ୍କର ଏକଛତ୍ରବାଦୀ ଶାସନ । ଦୀର୍ଘ ବର୍ଷ ଧରି ଡିଲରମାନଙ୍କର ଶାସନ ଚାଲୁଛି । ଗରିବ ସାଧାରଣ ଲୋକମାନଙ୍କୁ କୁକୁର ମାଙ୍କଡ ଭଳି ବ୍ୟବହାର କରୁଛନ୍ତି ଡିଲରମାନେ । ଗରିବ ଲୋକମାନଙ୍କୁ ଦିନ ଦ୍ବିପ୍ରହର ସମୟରେ ଲଣ୍ଠନ ଦେଖାଇ ଲୁଟି ନେଉଛନ୍ତି । ଯଦି କେହି ଏହାକୁ ନେଇ ଅଭିଯୋଗ କରାଯାଉଛି ତାହେଲେ ସଂଗେସଂଗେ ଡିଲର ଦୁର୍ବ୍ୟବହାର କରିଥାଏ । ଏଭଳି ଅନେକ ଅଭିଯୋଗ ଦେଖିବାକୁ ମିଳୁଛି । ଅଭିଯୋଗ ହେବା ପରେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା ।
ସରକାର ତାଙ୍କର କିଛି କରୁନଥିଲେ । ଆଉ ଏବେ ନୂଆ ସରକାର ଆସିବା ପରେ ଏହି ଡିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଯଦି ରାସନ୍ ଦେବା ସମୟରେ ଡିଲର କିଛି ବି ଦୁର୍ବ୍ୟବହାର କରନ୍ତି ବା କମ୍ ରାସନ୍ ଦିଅନ୍ତି ତାହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ କରାଯିବ ବୋଲି ମୋହନ ସରକାର କହିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ଅନେକ କିଛି କଥା କହିଛନ୍ତି । ଆଉ ଯେଉଁ ଡିଲରଙ୍କ ନାଁରେ ଅଭିଯୋଗ ଆସିବ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Advertisement