ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିନା ଫିଟନେସରେ ଚାଲୁଥିବା ଗାଡ଼ି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ଜରିମାନା ସହ ବେଆଇନ୍ ଗାଡ଼ିକୁ ଅଟକ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ଫିଟନେସ୍ ଓ ପଞ୍ଜିକରଣ ବୈଧତା ସରିଥିବା ଗାଡ଼ିର ତାଲିକା ପ୍ରସ୍ତୁତ ହେବ। ରାସ୍ତାରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଇ ଚାଳକଙ୍କ ଗାଡିର କାଗଜ ପତ୍ର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।
ସଡକ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷାକୁ ନେଇ କଡାକଡି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଜରିମାନା ସହ ଆଇନ ଅନୁଯାୟୀ ଗାଡିକୁ ଜବତ କରି ମାମଲା ରୁଜୁ କରିବା ସହ ବେଆଇନ ଗାଡିକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଫିଟନେସ ଓ ପଞ୍ଜିକରଣ ବୈଧତା ସରିଥିବା ଗାଡିର ତାଲିକା ପ୍ରସ୍ତୁତ କରିବେ ଏମଭିଆଇ। ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିଶନର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ସବୁ ନିୟମକୁ କଡାକଡି ଭାବେ ଗ୍ରହଣ କରାଯିବ। ସାରା ରାଜ୍ୟରେ ଫିଟନେସ ଓ ରେଜିଷ୍ଟ୍ରସନ ସାର୍ଟିଫିକେଟ ଯାଞ୍ଚ କରିବାକୁ ସମସ୍ତ ଉପ ପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ବାଣିଜ୍ୟ ଗାଡି ଗୁଡିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ବାଧ୍ୟତା ମୂଳକ ରହିଛି। ଏହା ନଥିଲେ ଗାଡି ରାସ୍ତାରେ ଚାଲିବାକୁ ଅନୁମତି ମିଳିବନି। ଏ ବିଷୟରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ବନ୍ଧୁଗଣ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବ।