Aug 23, 2024, 18:12 IST

ଓଡିଶାରେ ଏହିଠାରେ ମିଳିଲା ସୁନା ଖଣି ଦେଖନ୍ତୁ ଆସିଲା ବଡ଼ ଖୁସି ଖବର

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପାଇଁ ଆସିଲା ବଡ ଖୁସି ଖବର। ମାଟି ତଳେ ରହିଛି ଅନେକ ସୁନା ଖଣି। ଆଉ ଏହି ଖବରକୁ ନେଇ ସବୁଆଡ଼େ ଦେଖିବାକୁ ମିଳିଛି ଉତ୍ସାହ। 
Bh
ବନ୍ଧୁଗଣ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନ କାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଏହାର ଉତ୍ତର ଦେଇଥିଲେ। ସେ କହିଥିଲେ ଦେବଗଡ଼ ଜିଲ୍ଲା ଅଡାସ ରାମପଲ୍ଲୀ ଅଞ୍ଚଳରେ ସୁନା ପଥରର ସନ୍ଧାନ ମିଳିଛି। ଏସଆଇ ଦ୍ୱାରା ତମ୍ବା ପଥର ଅନ୍ଵେଷଣ ବେଳେ ସୁନା ସନ୍ଧାନ ମିଳିଛି। ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଉତ୍ତରାଧିକାରୀ ଆକଳନରୁ ଜଣାପଡ଼ିଛି। ତେବେ ଏହି ଖଣିଜ ବ୍ଲକକୁ ଲିନାମ ପାଇଁ ପ୍ରସ୍ତୁତ କରାଯାଉଛି। 
Hh
ତେବେ କେନ୍ଦୁଝର, ଗୋପୂର୍, ଗାଜପୂର୍ ଅଞ୍ଚଳରେ ମାଙ୍କଡଛୁଆଁ, ସାଲେଇକଣା ଓ ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚିହ୍ନଟ ହେଇଛି। ତେବେ ମୟୁରଭଞ୍ଜ ଓ ଯଶିପୁର, ସୁରିଆଗୁଡ଼ା, ରୁଆସି, ମାରଡିହି, ସୁଲେଇପାଟ, ଦାମପାହାଡ ଅଞ୍ଚଳରେ ମଧ୍ୟ ସୁନା ଖଣିର ଅନ୍ଵେଷଣ କରାଯାଇଛି। ତେବେ ବାଙ୍କୀ, ସୁନ୍ଦରଗଡ଼, ଅନୁଗୁଳ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ସମ୍ବଲପୁର ଓ ବୌଦ୍ଧର କେତେକ ସ୍ଥାନରେ ସୁନା ଖଣି ଥିବା କଥା ସୂଚନା ମିଳିଛି। ତେବେ ତା'ର ସବୁକିଛି ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 
ତେବେ ଜଣାପଡିଛି ଏଭଳି ଓଡ଼ିଶାରେ ସୁନାର ସନ୍ଧାନ ମିଳିବା ପରେ ଆଉ ଏହି ଖବର ସାମ୍ନାକୁ ଆସିଲା ପରେ ସମସ୍ତେ ଖୁସି ହେଇଯାଇଛନ୍ତି। ଓଡ଼ିଶାରେ ସୁନା ଖଣି ହେଲେ ଓଡିଶାରେ ମଧ୍ୟ ସୁନାର ଦାମ କମି ଯାଇପାରେ। ଆଉ ସେପଟେ ମଧ୍ୟ ଆଗରୁ ଭାଇରାଲ ହେଇଥିବା ଏକ ଭିଡିଓ କେନ୍ଦୁଝର ଅଞ୍ଚଳରେ କିପରି ମହିଳା ମାନେ ଗୋଳିଆ ପାଣିରୁ ସୁନା ସଂଗ୍ରହ କରୁଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଥିଲେ। କିନ୍ତୁ ଏବେ ସତରେ ଅନୁସନ୍ଧାନ ପରେ ଜଣାପଡିଛି ଓଡିଶାରେ ଏହିସବୁ ଅଞ୍ଚଳରେ ରହୁଛି ସୁନା ଖଣି।

Advertisement