Jul 3, 2024, 19:16 IST

ଝିଅ ବାହାଘର ପାଇଁ ଯବାନଙ୍କ ଘରେ ହୋଇଗଲା ଏମିତି ଦେଖନ୍ତୁ କଣ ହେଲା ଏମିତି ଘଟଣା ଯେ ବାଧ୍ୟ ହୋଇ ମୁଁହ ଖୋଲିଲେ

Bh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ବନ୍ଧୁଗଣ ଯବାନ ଜଣଙ୍କ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଅଳଙ୍କାର ଏବଂ ଟଙ୍କା ଲୁଟି ନେଇଗଲା ଦୁର୍ବୃତ୍ତ। ଯବାନଙ୍କ ଘରେ କଳାକନା ବୁଲେଇ ଦେଇଛି ଦୁର୍ବୃତ୍ତ। ଖାଲି ଯବାନଙ୍କ ଘରେ ନୁହେଁ ଗାଁରେ ମଧ୍ୟ ଚୋରି ହେଇଥିବା ଘଟଣା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସିମୁଳିଆ ପଞ୍ଚାୟତ ଗଗନଧଳି ଗାଁରେ। ଜାମ୍ମୁକାଶ୍ମୀରରେ ରହି ସିଆରଏଫ୍ ଯବାନ ଭାବେ କାର୍ଯ୍ୟରତ କରୁଥିଲେ ରାଘବନନ୍ଦ ମାଝୀ। 
Hh
ରାଘବନନ୍ଦ ମାଝୀଙ୍କ ଘରେ ଗତକାଲି ଚୋରି ହେଇଥିବା ଅଭିଯୋଗ ହେଇଛି। ରାଘବନନ୍ଦ ଘରକୁ ଛୁଟିରେ ଆସିଥିବା ବେଳେ ଗତକାଲି ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇଥିଲେ ହଠାତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ସବୁକିଛି ଚୋରି କରି ନେଇଥିଲେ। ଝରକା କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଘରେ ପସିଥିଲେ। ଆଲମିରାକୁ ତାଡି ଝିଅ ବାହାଘର ପାଇଁ ରାଘବନନ୍ଦ ରଖିଥିବା ସବୁ ସୁନା ଅଳଙ୍କାର ସମେତ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। 
ବନ୍ଧୁଗଣ ଏବେ ଚିନ୍ତାରେ ପରିବାର ଲୋକେ ଝିଅ ବାହାଘର କେମିତି ହେବ। ଉକ୍ତ ଗାଁର ରବିନ୍ଦ୍ର ସେଠୀ ଓ ଅର୍ଜ୍ଜୁନ ବେହେରାଙ୍କ ଘରେ ମଧ୍ୟ ଦୁର୍ବୃତ୍ତ ମାନେ ଗ୍ରିଲ୍ ତାଡି ଘର ଭିତରକୁ ପସିଥିଲେ। ଆଉ ଏହା ପରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଫେରାର ହେଇଯାଇଥିଲା। ୧୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆସିଥିବା ନେଇ ସନ୍ଦେହ କରାଯାଉଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisement