Aug 15, 2024, 22:31 IST

ସୁରଟରେ ବାପାଙ୍କୁ ଜାଳିଦେଲେ ଦେଖନ୍ତୁ ଭୋ ଭୋ ହେଇ କାନ୍ଦୁଛି ଝିଅ

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ସାନ ଝିଅ ବାପାର ମୃ-ତ୍ୟୁ ଖବର ଶୁଣି ବାପାଙ୍କ ଫୋଟ ଧରି କାନ୍ଦୁଛି।
Gg
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଈରାସି ଗ୍ରାମର ତୋଟା ସାହିର କଥା। ତୋଟା ସାହିରରେ ରହୁଥିବା ଲଡୁ ଦାସଙ୍କ ପୁଅ ରାଜେନ୍ଦ୍ର ଦାସ ନିଜ ଅଞ୍ଚଳରେ କୌଣସି କାମଧନ୍ଦା ନପାଇ ପରିବାରକୁ ଛାଡ଼ି ସୁରାଟ ଚାଲି ଯାଇଥିଲେ। ଏକ ସୂତାକଳରେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ହଠାତ ଗତ ରବିବାର ଦିନ ସୁରାଟ ପୋଲିସ ଫୋନ କରି କହିଥିଲେ ଝିଅକୁ ଯେ, ତମ ବାପା ରାଜେନ୍ଦ୍ର ଆଉ ନାହାଁନ୍ତି। 
Vv
ଏହି କଥାଶୁଣି ସମସ୍ତେ ଚିତ୍କାର କରି କାନ୍ଦି ଥିଲେ। ଦୁଇଝିଅ ଆଉ ପୁଅ ଚିତ୍କାର କରି ଉଠିଥିଲେ। ରାଜେନ୍ଦ୍ରଙ୍କ ମୃ-ତ୍ୟୁ ଖବର ଚାରି ଆଡେ ଖେଳି ଯାଇଥିଲା। ରାଜେନ୍ଦ୍ର ସୂତାକଳରେ କାମ କରି ରୋଜଗାର କରି ଯାହା କିଛି ପଇସା ଘରକୁ ପଠାଉଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା। ବଢିଲା ଝିଅ ପ୍ରଗତି ଓ ସାନ ଭାଇଭଉଣୀଙ୍କର ପାଠପଢା ଚାଲୁଥିଲା। ଆଉ ସେହି ରୋଜଗାରି ବାପା ଆଜି ପରିବାରକୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। 
ତେବେ ମୃ-ତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲନଥିବାରୁ ରାଜେନ୍ଦ୍ରଙ୍କର ମର ଶରୀରକୁ ସୁରାଟରୁ ଖଲ୍ଲିକୋଟ ଆଣିପାରିନଥିଲେ। ଯାହାଫଳରେ ପରିବାର ଲୋକେ ରାଜେନ୍ଦ୍ରଙ୍କର ଶେଷ ଦର୍ଶନ କରି ପାରିନଥିଲେ। ଯାହା ଜଣାପଡିଛି ଯେ ସୁରାଟରେ ପୋଲିସ ଶବ ବ୍ୟବଚ୍ଛେଦ ପରେ ସେଠାରେ ଦାହା କରିଛନ୍ତି। ତେବେ ସୁମିତ୍ରାଙ୍କ ଜୀବନରେ ଆସିଥିବା ଦୁଃଖକୁ ସ୍ଥାନୀୟ ଲୋକେ ମଧ୍ୟ ସହ୍ୟ କରିପାରୁନାହାନ୍ତି। ଆଉ ସାହାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକେ ମଧ୍ୟ ନିବେଦନ କରୁଛନ୍ତି।

Advertisement