ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇ ପାରୁଛନ୍ତି । ଆମ ଦେଶ ପାଇଁ ଅନେକ ଲୋକ ସହିଦ ହୋଇ ଯାଇଛନ୍ତି । ଆଉ ଏବେ ଜଣେ ଯୁବକ ସହିଦ ହୋଇ ଯାଇଛନ୍ତି । ସେ ସହିଦ ହେବା ପରେ ତାଙ୍କ ସ୍ତ୍ରୀ ବାପଘରକୁ ଚାଲି ଯାଇଥିଲେ ।
ଏବେ ଏହି ସହିଦ ଯବାନ ଜଣଙ୍କର ବାପା କାନ୍ଦି କାନ୍ଦି କହୁଛନ୍ତି ଅନେକ କଥା । ସହିଦ ହୋଇ ଯାଇଛନ୍ତି ବଡ ପୁଅ ଅଂଶୁମାନ । ଅଂଶୁମାନ କ୍ୟାପଟେନ ଥିଲେ । ତାଙ୍କ ପୁଅକୁ କୀର୍ତ୍ତି ଚକ୍ର ସମ୍ମାନ ମିଳିଥିଲା । ଆଉ ଏହାକୁ ଛଳଛଳ ଆଖିରେ ଗ୍ରହଣ କରିଥିଲେ ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣକ ଗ୍ରହଣ କରିବାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ଆଉ ଏହାକୁ ଲୋକମାନେ ଦେଖିଥିଲେ । ଏବେ ତାଙ୍କ ସ୍ତ୍ରୀ ଚାଲି ଯାଇଛନ୍ତି ତାଙ୍କ ବାପା ଘରକୁ । ଏପଟେ ବୋହୂ ଯିବା ପରେ ଶାଶୁ ଶଶୁର ଲୁହ ଗଡାଇଛନ୍ତି ।
ଏବେ ଏହି ଭିତରେ ଅଂଶୁମାନଙ୍କ ବାପା ଏଭଳି କିଛି କଥା କହିଛନ୍ତି । ସେ କହିଛନ୍ତି ତାଙ୍କ ସାନ ପୁଅ ଯଦି ବୋହୂର ହାତ ଧରିନେବ ତାହେଲେ ସବୁ କିଛି ଠିକ୍ ହୋଇଯିବ ଆଉ କିଛି ଅସୁବିଧା ହେବ ନାହିଁ । ବଡ ପୁଅର ସବୁ ସ୍ମୃତି ସହ ବୋହୂ ତାଙ୍କ ଘରେ ରହିପାରିବ ବୋଲି ତାଙ୍କ ଶଶୁର କହିଛନ୍ତି । ଅଂଶୁମାନଙ୍କ ବାପା ମାଆ କହିଛନ୍ତି ବୋହୂ କୀର୍ତ୍ତି ଚକ୍ର ସମ୍ମାନ ଏବଂ ସହାୟତା ରାଶି ପାଇବା ପରେ ସେସବୁ ନେଇ ତାଙ୍କ ଘରକୁ ଚାଲି ଯାଇଛନ୍ତି । ଏହାସହ ସେ ଅନେକ କାଗଜପତ୍ର ନେଇ ତାଙ୍କ ବାପଘରକୁ ଚାଲି ଯାଇଛନ୍ତି ।
ଶାଶୁ ଶଶୁର ଅଭିଯୋଗ କରିଥିଲେ କି ତାଙ୍କ ବୋହୂ ତାଙ୍କ ସ୍ଥାୟୀ ଠିକଣା ପରିବର୍ତ୍ତନ କରି ଦେଇଛନ୍ତି । ଅଂଶୁମାନଙ୍କ ବାପା ଆଉ ମାଆ କହିଛନ୍ତି ତାଙ୍କ ଘରେ ତାଙ୍କ ପୁଅର କିଛି ସ୍ମୃତି ନାହିଁ ଆଉ ସେ କିଭଳି ସେଠାରେ ରହିବେ । ତାଙ୍କ ସାନ ପୁଅ ସହିତ ତାଙ୍କ ବୋହୂର ବାହାଘର ହୋଇଗଲେ ସବୁକିଛି ଠିକ୍ ହୋଇଯିବ । ଆଉ ଏହି କଥାରେ ଯଦି ତାଙ୍କ ବୋହୂ ରାଜି ହେବେ ତାହେଲେ ସେ ତାଙ୍କ ସାନ ପୁଅ ସହିତ ବିବାହ କରାଇ ଦେବେ । ତାଙ୍କ ବୋହୂ ତାଙ୍କ ଘରର ଝିଅ ଅଟନ୍ତି । ଏଭଳି ଅନେକ ଅଭିଯୋଗ ତାଙ୍କ ବାପା ଆଣିଛନ୍ତି ।