ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯୁବତୀଙ୍କ ମୁଣ୍ଡ ଭିତରେ ଥିଲା ମେଞ୍ଚାଏ ଛୁଞ୍ଚି। ଅପରେସନ କରି ମୁଣ୍ଡରୁ ଏକାଥରକେ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର। ସମସ୍ତଙ୍କୁ ହତବାକ୍ କରିଦେବା ଭଳି ଏହି ଘଟଣା ହେଉଛି ବଲାଙ୍ଗୀରର। ଜଣେ ତାନ୍ତ୍ରିକ ସେହି ଯୁବତୀଙ୍କୁ ସୁସ୍ଥ କରିଦେବାକୁ କହି ତାଙ୍କ ମୁଣ୍ଡରେ ଛୁଞ୍ଚି ଫୋଡିଥିଲା। ଆଜି ବୁର୍ଲା ଭୀମସାରରେ ଝିଅଟିର ସଫଳ ଅପରେସନ କରାଯାଇ ଛୁଞ୍ଚିଗୁଡିକୁ ବାହାର କରାଯାଇଛି। ମୁଣ୍ଡ ଭିତରେ ୭୦ଟି ଛୁଞ୍ଚି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଚିକିତ୍ସା ନାଁରେ ତାନ୍ତ୍ରିକର କାରନାମା, ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି।
ପୁରା ଘଟଣାଟି ହେଉଛି, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଯୁବତୀ ଅନେକ ଦିନରୁ ଅସ୍ବାଭାବିକ ଆଚରଣ କରୁଥିଲେ। ନିଜେ ନିଜର ହାତଗୋଡକୁ କାଟି ପକାଉଥିଲେ। ବାପା ମାଆ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ରୋଗ ଜଣାପଡିବାରୁ ଭୂତ ପ୍ରେତ ସବାର ହୋଇଛି ଭାବି ଝିଅକୁ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ। ଏହାପରେ ଗୁଣିଆ ଜଣକ ଝିଅଟିକୁ ଭଲ କରିଦେବାକୁ କହି ତା' ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡି ଦେଇଥିଲା। ଏମିତି ଅନେକ ଦିନ ଧରି ଗୁଣିଆ ଚିକିତ୍ସା ନାଁରେ ମୁଣ୍ଡ ଭିତରେ ଛୁଞ୍ଚି ଫୋଡୁଥିଲେ କିନ୍ତୁ ଝିଅଟିର ଘର ଲୋକେ କେହି ଏକଥା ଜାଣିପାରି ନଥିଲେ। ପରେ ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା।
ପରିବାର ଲୋକେ ତାଙ୍କୁ କାଲି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ସିଟି ସ୍କାନରୁ ଯୁବତୀଙ୍କ ମୁଣ୍ଡ ଭିତରେ ଏକାଧିକ ଛୁଞ୍ଚି ରହିଥିବା ଜଣାପଡିଥିଲା। ଏହାପରେ ତାଙ୍କୁ କାଲି ରାତିରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୧୦ ଜଣିଆ ଡାକ୍ତରୀ ଟିମ୍ ଅସ୍ତ୍ରୋପଚରା କରି ଯୁବତୀଙ୍କ ମୁଣ୍ଡ ଭିତରୁ ୭୦ଟି ଛୁଞ୍ଚି ବାହାର କରିଛନ୍ତି। ଏମିତି ଘଟଣା ଆଗରୁ କେହି କେବେ ନା ଦେଖିଥିବେ ନା ଶୁଣିଥିବେ। ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଏନେଇ ବୁର୍ଲା ଭୀମସାରର ଡାକ୍ତର କହିଛନ୍ତି, ୪ ବର୍ଷ ପୂର୍ବରୁ ଯୁବତୀଙ୍କ ଦେହ ଅସୁସ୍ଥ ହୋଇଥିଲା।
ପରିବାର ଲୋକେ ବିଭିନ୍ନ ହସ୍ପିଟାଲରେ ଝିଅକୁ ଦେଖାଇ ନିରାଶ ହେବା ପରେ ତାନ୍ତ୍ରିକ ପାଖକୁ ଯାଇଥିଲେ। ତାନ୍ତ୍ରିକ ଝିଅଟିର ମୁଣ୍ଡରେ ଗୋଟିଏ ଗୋଟିଏ କରି ଛୁଞ୍ଚି ଫୋଡିଥିଲା। ୪ ବର୍ଷ ହେଲାଣି ଏମିତି ଚାଲିଥିଲା। ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ଭୀମଭୋଇ ମେଡିକାଲକୁ ନେଇଥିଲେ। ସିଟି ସ୍କାନରୁ ମୁଣ୍ଡରେ ଛୁଞ୍ଚିଥିବା ଜଣାପଡିଥିଲା। ଅସ୍ତ୍ରୋପଚାର କରାଯାଇ ୭୦ଟି ଛୁଞ୍ଚି ବାହାର କରାଯାଇଛି। ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଥିବା ତାନ୍ତ୍ରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ସାହୁ କହିଛନ୍ତି, ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।