Jul 27, 2024, 17:35 IST

ଖୋଲିବ ହୀରାକୁଦ ବନ୍ଧ ଦେଖନ୍ତୁ ଭାସିଯିବ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବଡ଼ ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ହୀରାକୁଦ ଜଳଭଣ୍ଡାରକୁ ନେଇ ଆସିଛି । ଏବେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ଏବେ ଡ଼ାକବାଜି ଯନ୍ତ୍ରରେ ପ୍ରଶାସନ ବୁଲି ବୁଲି କହୁଛନ୍ତି ସାବଧାନ ଆଉ ସତର୍କ ରୁହନ୍ତୁ ।
Gg
ହୀରାକୁଦ ଗେଟ୍ ଖୋଲିବାକୁ ଯାଉଛି ଆଉ ଯଦି କାହାର କିଛି କ୍ଷତି ହୁଏ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ନୁହଁନ୍ତି ବୋଲି ଏହି ସୂଚନା ବୁଲି ବୁଲି ଦିଆଯାଉଛି । ଏଭଳି ଭାବରେ ସକାଳୁ ସକାଳୁ ଡ଼ାକବାଜି ଯନ୍ତ୍ରରେ ଏହି ସୂଚନା ଶୁଣି ଲୋକମାନେ ଅନେକ କଥା ଭାବିବା ସହ ଭୟଭୀତ ହୋଇ ଯାଇଛନ୍ତି । ଏବେ ମହାନଦୀରେ ଅକାତ ଅକାତ ପାଣି । ଆଉ ଏବେ ଏଭଳି ଅବସ୍ଥାରେ ହୀରାକୁଦ ବନ୍ଧର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ କଣ କରିବେ ତାଙ୍କ ଉପରେ କିଛି ବିପଦ ଆସିବନି ତ ଏନେଇ ସେମାନେ ଚିନ୍ତାରେ ଅଛନ୍ତି । 
Gg
ଆସନ୍ତା ରବିବାର ସକାଳ ୯ ଘଟିକା ସମୟରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବ । ଆଉ ମହାନଦୀର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । କାହିଁକି ଏବେ ଏତେ ବଢ଼ିଗଲା ଜଳସ୍ତର ଆଉ କାହିଁକି ମହାନଦୀର ଜଳ ଏଭଳି ବଢିଲା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ମହାନଦୀର ଜଳସ୍ତର କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ଏବେ ଏତେ ପରିମାଣର ଜଳସ୍ତର ବଢ଼ି ଯାଇଛି ଯେ ହୀରାକୁଦ କର୍ମଚାରୀ ସମସ୍ତଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବୁଲି ବୁଲି ସଚେତନ କରୁଛନ୍ତି । ସେ ଏନେଇ ସତର୍କ କରାଉଛନ୍ତି ।
ଗେଟ୍ ଖୋଲିବା ମାତ୍ରକେ ପାଣି ଜୋରରେ ଚାଲିବ ଆଉ ଏଥିପାଇଁ ଯଦି କାହାର କିଛି କ୍ଷତି ହୁଏ ସେଥିପାଇଁ ହୀରାକୁଦ କର୍ତ୍ତୃପକ୍ଷ ଦାୟୀ ନୁହଁନ୍ତି ବୋଲି ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଯେତେ ଲୋକ ଅଛନ୍ତି ତାଙ୍କୁ ସଚେତନ କରାଇବାକୁ କୁହାଯାଇଛି । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏବେ ଏହା ୬୦୫ ଥିବା ବେଳେ ଗେଟ୍ ଖୋଲିବା ବେଳେ ଏହା ୬୧୫ ହୋଇଯିବ ବୋଲି ସୂଚନା ମିଳିଛି । ଏବେ ଲୋକମାନଙ୍କୁ ସତର୍କ କରାଯାଉଛି । ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ମଧ୍ଯ କୁହାଯାଇଛି ।

Advertisement