Jul 11, 2024, 02:03 IST

ବଳଭଦ୍ର ଙ୍କ ପଡ଼ିଥିବା ନେଇ ଦୁଃଖୀ ଭକ୍ତଗଣ କେଡେ ନିଷ୍ଠୁର, ପ୍ରଭୁ ଙ୍କୁ ପକେଇ ଦେଲେ..

Vb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେବାୟତ ଙ୍କ ସେବା ରେ ଦେଉଳର ବଡ଼ ଠାକୁର ବଳଭଦ୍ର ସନ୍ତୁଷ୍ଟ ଅଛନ୍ତି ତ?ନୀତି ନିୟମ ରେ ବିଭ୍ରାଟ ଯୋଗୁ ବଡ଼ ସଂକେତ ଦେଲେ ଲୀଳାମୟ?କାହିଁକି ରହିଲେ ନାହିଁ କୁଶଳୀ ସେବାୟତ,ଅଣ ସେବାୟତ ମାନେ କିପରି ରଥ ଉପରକୁ ଚଢିଲେ,ଆଗକୁ ରାଜ୍ୟ ରେ ଦୁର୍ଭିକ୍ଷ ପଡ଼ିବ କି, ମାଡ଼ି ଆସିବ କି ମହାମାରୀ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Hh
ଲୀଳାମୟ ଙ୍କ ଗୋଟିଏ ସଂକେତ ସେବାୟତ ଙ୍କ ସେବା ଉପରେ ପ୍ରଶ୍ନ ଉଠାଇଛି।ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ଙ୍କୁ ସେବାୟତ ପକାଇ ଦେଇଥିଲେ।ଯେଉଁ ଜାଗାରେ ବଳଭଦ୍ର ଙ୍କୁ ଦୁଇଟି ଛାଟେଣି ଦେବା କଥା ସେଇଠି ସେବାୟତ ଦେଇଥିଲେ ଗୋଟିଏ ଛାଟେଣି।ଗୋଟିଏ ପଟେ ରଥରେ କୁଶଳୀ ସେବାୟତ ନଥିବା ଆଉ ଅନ୍ୟପଟେ ରଥ ଉପରେ ଅଣ ସେବାୟତ ଙ୍କ ଭିଡ଼ ଜମିବା ,ଯେଉଁ କାରଣ ପାଇଁ ଘଟି ଯାଇଛି ଏତେ ବଡ଼ ଅଘଟଣା।
Hh
ହଠାତ୍ ଚାରମାଳ ଉପରେ ହାବୁଡ଼ି ପଡିଯାଇଛନ୍ତି ବଡ଼ ଠାକୁର।ଏପରିକି ସେବାୟତ ମାନେ ରଥ ତଳକୁ ମଧ୍ୟ ଖସି ପଡ଼ିଥିଲେ। ବହୁ କଷ୍ଟରେ ସେବାୟତ ମାନେ ବଡ଼ ଠାକୁର ଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ।ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏଭଳି ଘଟଣା ପାଇଁ ଦାୟୀ କିଏ?ରଥ ଉପରେ ଦରକାର ଥିଲା କୁଶଳୀ ସେବାୟତ।ଅଣ ସେବାୟତ ମାନେ ମଧ୍ୟ ପ୍ରବେଶ କରୁଛନ୍ତି।
ଏପରିକି ସେବାୟତ ମାନେ ଜଗନ୍ନାଥ ଙ୍କ ସେବା କରିବା ବଦଳ ରେ ସେଲଫି ନେଉଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି।ଏପରିକି ଜଗନ୍ନାଥ ଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ କହିଛନ୍ତି ରଥଯାତ୍ରା ରେ ଜଗନ୍ନାଥ ଙ୍କୁ ପିଡ଼ିଆ ପାନ ଦେବାକୁ ପାଖାପାଖି ଏକ ଘଣ୍ଟା ବିଳମ୍ବ ହୋଇଥିଲା।ଯାହା ନୀତିନିୟମ ର ଉଲଂଘନ ହୋଇଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି

Advertisement