Jun 11, 2024, 20:42 IST

ଭାଙ୍ଗିଲା ଅଫିସର ମାନଙ୍କ ଦୁର୍ଗ ଆଗକୁ ହେବ କିଛି ଏମିତି ଦେଖନ୍ତୁ ଆସିଲା ବର୍ତ୍ତମାନର ବଡ଼ ଖବର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯାହା ରାଜନୀତିକୁ ନେଇ ଆସୁଛି ତାହା ସବୁ ଆପଣ ମାନେ ଦେଖିଥିବେ। ବନ୍ଧୁଗଣ ସୁଜତା ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଯାଇଛନ୍ତି। ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବରେ ସେ କାର୍ଯ୍ୟ କରୁଥିଲେ। ସୁଜତା "ମିଶନ ଶକ୍ତି" କଥା ବୁଝୁଥିବା ବେଳେ ହିଁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। 
Hh
ଆଉ ତା'ପରେ ତାଙ୍କର ବିଭାଗ ପରିବର୍ତ୍ତନ ହେଇଥିଲା। ଝିଅର ୧୦ମ ପରୀକ୍ଷା ପ୍ରସ୍ତୁତି ପାଇଁ ଏବେ ସୁଜତା ଛୁଟି ନେଇଥିବା କାରଣରେ ଦର୍ଶାଇଛନ୍ତି। ପାଣ୍ଡିଆନ ଯେତେବେଳେ ଛୁଟିରେ ଦିଲ୍ଲୀ ଯାଇଥିଲେ ସେହି ସମୟରେ ହିଁ ସୁଜତା ୬ ମାସର ଚାଇଲ୍ଡ କେୟାର ଲିଭ୍ ଅପ୍ଲାଏ କରି ବିଦେଶ ଯାଇଛନ୍ତି। ସେପଟେ ଓଡ଼ିଶା ନଫେରି ଗତକାଲି ଭିଡିଓ ଛାଡ଼ି ସକ୍ରୀୟ ରାଜନୀତିରୁ ଅବସର ଘୋଷଣା କରିଥିଲେ ଭିକେ ପାଣ୍ଡିଆନ। 
Gh
ଓଡ଼ିଶାରେ ବିଜେଡିର ସଚାନୀୟ ପରାଜୟ ପରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଏପରି ନିଷ୍ପତି ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତବର୍ଷ ନିର୍ବାଚନରେ ସୁଜତା ବିଜେଡିର ଏଜେଣ୍ଟ ଭଳି କାମ କରୁଥିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥିଲା ରାଜ୍ୟ ବିଜେପି। ଅଭିଯୋଗ ପରେ ସୁଜତାଙ୍କୁ "ମିଶନ ଶକ୍ତି" ବିଭାଗରୁ ହଟାଯାଏ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତ ମିଳିଥିଲା। 
ଏହାପରେ ବି ସେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆଣି ତାଙ୍କୁ ରାଜ୍ୟ ବାହରକୁ ବଦଳି କରିବାକୁ ଦାବି କରିଥିଲା ଭାରତୀୟ ଜନତା ପାର୍ଟି। ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କଟାରୀ ଭାଙ୍ଗି ସାରିଲାଣି। ସୁଜତାଙ୍କୁ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଆଶିଷ ସିଂକୁ ସେଠାରୁ ହଟାଇ ଦିଆଯାଇଥିଲା।

Advertisement