ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତା ଆର.ଜି.କର ମେଡ଼ିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାରେ ଦେଶ ବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବାର ଲାଗିଛି। ଘଟଣାକୁ ନେଇ ସାରା ଦେଶରେ ଆକର୍ଶ ବଢିବାକୁ ଲାଗୁଥିବା ବେଳେ ପଶ୍ଚିମବଙ୍ଗ ସରକାର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରାଯାଉଛି। କାରଣ ଏହି ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦୁ-ଷ୍କ-ର୍ମୀ ସଞ୍ଜୟ ରାୟ ଠାରୁ ସିବିଆଇ ବହୁତ ତଥ୍ୟ ସଂଗ୍ରହ କରି ସାରିଥିବା ବେଳେ ଏହା ପଛରେ ରହିଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଉଦ୍ୟମ ଚଳାଇଛି।
ତେବେ ଦୁ-ଷ୍କ-ର୍ମ-କା-ରୀ ସଞ୍ଜୟ ରାୟ ଏହି ମାମଲା ମୁଖ୍ୟ ଅଭିଯୁକ୍ତ ହେଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଜଣେ ନୂଆ ଅଭିଯୁକ୍ତ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ପୋଲିସ ଅଧିକାରୀ। ବ୍ୟକ୍ତି ଜଣଙ୍କ ନାଁ ହେଉଛି ଅନୁପ ଦତ୍ତ। ଆଉ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କୋଲକାତା ସିଟି ଅଫିସର ଏଏସଆଇ। ଯାହାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ଅଗଷ୍ଟ ୮ ତାରିଖ ରାତିରେ ଆର.ଜି.କର ମେଡ଼ିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ସହିତ ଘଟିଥିବା ଦୁ-ଷ୍କ-ର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ସହଯୋଗ କରିବା ଅଭିଯୋଗ ରହିଛି ସେହି ପୋଲିସ ଏଏସଆଇ ଅନୁପ ଦତ୍ତଙ୍କ ନାଁରେ।
ତେଣୁ ଏବେ ସିବିଆଇ ସନ୍ଦେହ କରୁଛି କି ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା କରିବା ପରେ ସଞ୍ଜୟ ରାୟ ନିଜ ସାଙ୍ଗ ଏଏସଆଇ ଅନୁପ ଦତ୍ତ ଘରକୁ ଶୋଇବାକୁ ଯାଇଥିଲା। କିନ୍ତୁ ଏଏସଆଇ ଅନୁପ ଦତ୍ତ ସଞ୍ଜୟର ଘଟଣା ବିଷୟରେ ଜାଣିବା ପରେ ଧରାପଡ଼ିଯିବା ଭୟରେ ସିବିଆଇ ପାଖରେ ପହଞ୍ଚିଥିଲା। ତେବେ ଅନୁପ ଦତ୍ତ ନିଜେ ଦୌଡି ଦୌଡି ଯାଇ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା।
ସେପଟେ ଏଏସଆଇ ଅନୁପ ଦତ୍ତଙ୍କୁ ଆର.ଜି.କର ମେଡ଼ିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ୍ ସନ୍ଦୀପ ଘୋଷର ଘନିଷ୍ଠ ବୋଲି ମଧ୍ୟ କୁହାଯାଉଛି। କାରଣ ସୋସିଆଲ ମିଡ଼ିଆ ଅନୁପ ସହିତ ସଞ୍ଜୟ ରାୟ ଓ ସନ୍ଦୀପ ଘୋଷଙ୍କ ଫୋଟ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି କି ଅନୁପର ସହଯୋଗରେ ହିଁ ସଞ୍ଜୟ ରାୟ ଆର.ଜି.କର ହସ୍ପିଟାଲରେ ସିଭିକ ସ୍ଵେଚ୍ଛାସେବୀ ଭାବେ କାମ କରୁଥିଲା। ତେବେ ସିବିଆଇ ଏଏସଆଇ ଅନୁପ ଦତ୍ତଙ୍କର ବି ପଲିଗ୍ରାମ ଟେଷ୍ଟ କରିବାକୁ ଯାଉଛି। ପୂର୍ବରୁ ଅନୁପ ଦତ୍ତଙ୍କ ବୟାନ ରେକର୍ଡ କରାଯାଇଥିଲେ ମଧ୍ୟ ସିବିଆଇ ସବୁ ସତ ଜାଣିବାକୁ ଚାହୁଁଛି।