Updated: Jun 5, 2024, 16:51 IST

ଓଡ଼ିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇ ମୋଦୀ କହିଲେ କିଛି ଏମିତି ଦେଖନ୍ତୁ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଲୋକସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଦେଶରେ ୫୪୩ ଆସନରୁ ୫୪୨ ଆସନରେ ଗଣତି ହୋଇଛି। ଏପର୍ଯ୍ୟନ୍ତ ବିଜେପି ୨୯୦ ପାର୍ କରିସାରିଥିବା ଜଣାପଡିଛି। 
Gg
ଅନ୍ୟପଟେ ବିରୋଧୀ ଇଣ୍ଡି ମେଣ୍ଟ ୨୩୩ ଆସନ ଜିତିଛି। ଯଦିଓ ଚୂଡାନ୍ତ ତଥ୍ୟ ଆସିବା ବାକି ଅଛି ତଥାପି ତୃତୀୟ ଥର ମୋଦୀ ସରକାର ଗଠନ ହେବାକୁ ଯାଉଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ସ୍ବପ୍ନ ପୁରା କରିବା ସହ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ବିଜେପି ସବୁ ଚେଷ୍ଟା କରିବ ବୋଲି ମୋଦୀ ଏକ୍ସରେ ଲେଖିଥିଲେ।
Vh
ଏବଂ ସହ ଦଳୀୟକର୍ମୀମାନଙ୍କୁ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଧନ୍ୟବାଦ ଓଡ଼ିଶା। ଉତ୍ତମ ଶାସନ ଏବଂ ଓଡ଼ିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ। ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡ଼ିଶାକୁ ପ୍ରଗତିର ନୂତନ ଉଚ୍ଚତାରେ ନେବା ପାଇଁ ବିଜେପି କୌଣସି ପଥକୁ ଛାଡିବ ନାହିଁ । ଦଳର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଗର୍ବିତ ବୋଲି ଜଣାଇଛନ୍ତି। 
ତେବେ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି। ୨୧ ଲୋକସଭା ଆସନରୁ ୧୯ରେ ବିଜେପି ବାଜିମାତ୍ କରିଛି। ସେହିଭଳି ବର୍ତ୍ତମାନ ସୁଦ୍ଧା ୪୫ ବିଧାନସଭା ଆସନରେ ବିଜୟ ଲାଭ କରିବା ସହ ୩୩ ଆସନରେ ଆଗୁଆ ରହିଛି ବିଜେପି। ଅନ୍ୟପଟେ ବିଜେଡି ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିତିଥିବାବେଳେ ୧୯ ଆସନରେ ଆଗୁଆ ରହିଛି। କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିବାବେଳେ ୮ଟିରେ ଆଗୁଆ ରହିଛି।

Advertisement