Dec 8, 2024, 15:39 IST

ଥଣ୍ତା ଦିନେ ଗରମ ହେଉଛି ଆଜି ବଙ୍ଗୋପସାଗରରେ ଲଘୁଚାପ....!

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହାସହ ଆପଣମାନେ ପାଣିପାଗ ସମ୍ବନ୍ଧୀୟ ସବୁ ପ୍ରକାରର ତଥ୍ୟ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏତେ ବେଳକୁ ଶୀତ ଜୋରରେ ଅନୁଭୂତ ହେବା କଥା କିନ୍ତୁ ଆଜିକାଲି ଶୀତ ଆଉ ଅନୁଭୂତ ହେଉନାହିଁ । ଆପଣମାନେ ସମସ୍ତେ ତ ଏବେ ଆଉ ଶୀତର ପ୍ରଭାବ ଦେଖିପାରିବେ ନାହିଁ । ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି । ଆଜି ପୁଣି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । 
Vv
ଥଣ୍ଡା ଅନୁଭୂତ ହେବା ଦିନରେ ଥଣ୍ଡା ହଜି ଯାଇଛି । ରାଜ୍ୟରେ ଯେଉଁ ଦିନରେ ପ୍ରଚୁର ପରିମାଣରେ ଶୀତ ହେବା କଥା ସେହି ଦିନରେ ବର୍ଷା ହେବ ବୋଲି ଏବେ ଖବର ଆସୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ଉପରେ ରହୁଛି ବୋଲି ଏବେ ଖବର ଆସୁଛି । ଯେଉଁ ସମୟରେ ଶୀତ ଯୋଗୁଁ ଘରୁ ବାହାରକୁ ବାହାରି ପାରିବେ ନାହିଁ ଲୋକମାନେ ସେହି ସମୟରେ ବର୍ଷା ଅନୁଭୂତ ହେଉଛି । ଏବେ ବର୍ଷା ହେବ ବୋଲି ଖବର ଆସୁଛି । ଆଉ ଏହି ଲଘୁଚାପ ଜନିତ ବର୍ଷା ହେବ ବୋଲି ସୂଚନା ମିଳୁଛି । 
Cc
ଏବେ ଥଣ୍ଡା ପରିବର୍ତ୍ତେ ଗରମ ଅନୁଭୂତ ହେଉଛି । ଦିନ ବେଳା ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଆଉ ଯେଉଁ ସମୟରେ କମ୍ବଳ ଧରିବା କଥା ସେହି ସମୟରେ ଗରମ ଅନୁଭୂତ ହେଉଛି । ଦିନ ଅପେକ୍ଷା ରାତିର ତାପମାତ୍ରା ୨ ରୁ ୪ ଡିଗ୍ରୀ କମିବ ବୋଲି ଖବର ଆସୁଛି । ଆସନ୍ତା ୯ ତାରିଖରୁ ପାରଦ ଖସିବ ଆଉ ଥଣ୍ଡା ବଢିବ ବୋଲି ସୂଚନା ମିଳୁଛି । ଏହି ସୂଚନା ପାଣିପାଗ ବିଭାଗ ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସୂଚନା ମିଳିଛି । 
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ପଶୁପାଳ ଏହି ଲଘୁଚାପ ନେଇ ସୂଚନା ଦେଇଛନ୍ତି । ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରାଥମିକ ଭାବେ ତାମିଲନାଡୁ ଆଡ଼କୁ ଯିବ ବୋଲି ଅନୁମାନ କରାଯାଉଛି । ଏହା ପଶ୍ଚିମ ଦିଗରେ ଗତିକରି ଆସନ୍ତା ୧୨ ତାରିଖରେ ଶ୍ରୀଲଙ୍କାରେ ପହଞ୍ଚିବ । ଲଘୁଚାପ ଘନୀଭୂତ ହେବ ବୋଲି ସୂଚନା ମିଳୁଛି । ତାମିଲନାଡୁ ଏବଂ ପଡୁଚେରୀରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଲଘୁଚାପ ଜନିତ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ୯ ତାରିଖରେ ଲଘୁଚାପ ହେବ ବୋଲି ସୂଚନା ଦିଆଯାଇଛି ।

Advertisement