ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଯାହା ଖବର ଶୁଣିବେ ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଖବର ହେଉଛି ଲାଞ୍ଚ ନେଉଥିବା ବେଳେ ପୋଲିସ ଦୁଇଜଣ ଧରା ପଡିଛନ୍ତି । ଯେଉଁ ପୋଲିସ ଆମ ସୁରକ୍ଷା ପାଇଁ ରହିଛି ସେ ଆଜି ଏଭଳି କାମ କରିଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏହିଭଳି କାମ ସବୁ ନିନ୍ଦନୀୟ ଅଟେ ।
ପୋଲିସ ଲୋକମାନଙ୍କର ସୁରକ୍ଷା ପାଇଁ ରହିଛି କିନ୍ତୁ ଯଦି ସେ ରକ୍ଷକ ହୋଇ ଏଭଳି କାମ କରିବା ସମାଜ ପାଇଁ ଖରାପ ଅଟେ । ଏବେ ଏହି ଦୁଇ ପୋଲିସ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏବେ ଭିଜିଲାନ୍ସ ପଞ୍ଝାରେ ଦୁଇ ପୋଲିସ ଅଧିକାରୀ । ଲାଞ୍ଚ ମାଗି ହଟହଟା ହେଲେ ଦୁଇ ପୋଲିସ ଅଧିକାରୀ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଏହି ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର । ଦୁଇ ପୋଲିସ ଅଧିକାରୀ ଲାଞ୍ଚ ନେବା ବେଳେ ଏଭଳି ହୋଇଥିଲା ।
ଏହି ଥାନା। ଅନ୍ତର୍ଗତ ଯାମୁଗୁଡ଼ା ଗାଁର ଏକ କୁକୁଡ଼ା ଗାଡିରୁ ଜବତ ହୋଇଥିବା ବାଇକ୍ ବାବଦରେ ପଣଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଏବେ ଭିଜିଲାନ୍ସ ହାତରେ ଏହି ଦୁଇ ପୋଲିସ ଧରା ପଡ଼ିବା ପରେ ଦୁଇ ପୋଲିସ ବିଷୟରେ ସବୁକିଛି ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ । ଏବେ ସରକାରୀ ବାସଭବନ ଏବଂ ପୋଲିସ ଥାନାକୁ ଯାଇ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ । ଏହି ଦୁଇ ପୋଲିସ ହେଉଛନ୍ତି ପ୍ରବିସନାରୀ ପିରିୟଡ଼ରେ ଥିବା ଏସଆଇ ରଘୁନାଥ ହାସ୍ତା ।
ଏବଂ ପୋଲିସ ଏଏସଆଇ ଥିବା ଶିବପ୍ରସାଦ ଦଳେଇ । ଏଏସଆଇ ଶିବପ୍ରସାଦ ଦଳେଇ ମଧ୍ୟସ୍ଥି ସାଜିଥିବା ବେଳେ ରଘୁନାଥ ହାସ୍ତାକୁ ରେଡ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ । ଉଭୟ ଏହି ବାଇକ୍ ପାଇଁ ୪ ହଜାର ଲାଞ୍ଚ ମାଗିଥିଲେ । ଏନେଇ ଏହି ବାଇକ୍ ମାଲିକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯେତେବେଳେ ବାଇକ୍ ମାଲିକ ପୋଲିସଙ୍କୁ ଟଙ୍କା ଦେଉଥିଲା ସେତେବେଳେ ଏହିସବୁ ଭିଜିଲାନ୍ସ ଦେଖୁଥିଲା । ଆଉ ସଂଗେସଂଗେ ଭିଜିଲାନ୍ସ ଏହି ପୋଲିସ ଅଧିକାରୀଙ୍କୁ ଧରିଥିଲା । ଏବେ ଦୁଇଟି ଭିଜିଲାନ୍ସ ଟିମ୍ ଏହି ଘଟଣାର ତଦନ୍ତ କରୁଛି ।