Dec 19, 2024, 16:28 IST

ସ୍ବାମୀ ଜୀବନ ପାଇଁ ଭିକ ମାଗୁଛି ଅପରେସନରେ ସାରିଲାଣି ୫ ଲକ୍ଷ...

Hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ସବୁ ଅଞ୍ଚଳରେ ଘଟୁଥିବା ଘଟଣା ବିଷୟରେ ସୂଚନା ପାଇ ପାରୁଛନ୍ତି । ସୁଖ ଦୁଃଖର ଏହି ଜୀବନରେ ଦୁଃଖର ଝଡ ବାତ୍ୟା କେତେବେଳେ ଯେ ମାଡ଼ି ଆସେ ତାହାର କିଛି ହିସାବ ନାହିଁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ଦୁଃଖିଙ୍କ ବିଷୟରେ ଜାଣିପାରିବେ ଯିଏ ବହୁତ ଦୁଃଖରେ ଅଛନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ସହିତ ଏଭଳି କିଛି ଘଟିଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
Gg
ଏହି ଘଟଣା ବହୁତ ଦୁଃଖ ଦାୟକ ଅଟେ । ଏହି ବ୍ୟକ୍ତି ଜଣକ ନାମ ହେଉଛି ହେମନ୍ତ ଖିଲାର । ସଡକ ଦୁର୍ଘଟଣାରେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଅକାମୀ ହୋଇଯାଇଛି ଅର୍ଥାତ୍ ପାରାଲାଇଜ ହୋଇଯାଇଛି । ଏବେ ତାଙ୍କ ସ୍ତ୍ରୀ ସାହାଯ୍ୟ ମାଗୁଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୁଶାନ୍ତା ଖିଲାର । ସ୍ବାମୀଙ୍କୁ ନେଇ ସେ ସବୁ ମେଡ଼ିକାଲରେ ଦେଖାଇ ସାରିଲେଣି କିନ୍ତୁ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ । ଆଉ ତାଙ୍କ ପାଖରେ ଥିବା ସବୁ ଧନ ସରିଯାଇଛି । ଏବେ ତାଙ୍କ ପାଖରେ ଖାଇବାକୁ ମଧ୍ୟ କିଛି ନାହିଁ । 
Hy
ତାଙ୍କର ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି । ତାଙ୍କୁ କେହି ସାହାଯ୍ୟ ବି କରୁ ନାହାଁନ୍ତି । ତାଙ୍କ ସ୍ୱାମୀଙ୍କ ଦୁର୍ଘଟଣା ୫ ମାସ ହେଲା ହୋଇଗଲାଣି । ପ୍ରଥମେ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ନେଇଥିଲେ ଆଉ ଏହାପରେ କାରକ ବଡ ମେଡ଼ିକାଲକୁ ନେଇଥିଲେ । ସେଠାରେ ତାଙ୍କର ଅପରେସନ ହୋଇଥିଲା । ଆଉ ଏହାପରେ ସେଠାରେ ଡାକ୍ତରମାନେ ଭୁବନେଶ୍ୱର ନେବାକୁ କହିଥିଲେ । ଆଉ ଏବେ ସେ ଭୁବନେଶ୍ଵର ଚିକିତ୍ସିତ ହେଉଛନ୍ତି । ଅର୍ଥ ଅଭାବ କାରଣରୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଅଲଗା କେଉଁ ମେଡ଼ିକାଲକୁ ନେଇ ପାରୁନାହାନ୍ତି ବୋଲି କହିଛନ୍ତି ।
ଏବେ ସେ ସାହାଯ୍ୟ ମାଗିଛନ୍ତି । ସ୍ବାମୀଙ୍କ ପାଇଁ ସ୍ତ୍ରୀ ଜଣକ ଗଣମାଧ୍ୟମ ଆଗରେ ସାହାଯ୍ୟ ମାଗିଛନ୍ତି । ଓଡ଼ିଶାବାସୀ ତାଙ୍କୁ ସାହାଯ୍ୟ କରିବାକୁ ସେ ଭିକ୍ଷା ମାଗିଛନ୍ତି । ତାଙ୍କର ୧୦,୧୨ ବର୍ଷର ଛୁଆ ଦୁଇଜଣ ଅଛନ୍ତି । ତାଙ୍କୁ ସାହାଯ୍ୟ ମିଳିଲେ ତାଙ୍କ ସ୍ବାମୀଙ୍କ ଦେହ ଭଲ ହୋଇଯିବ । ମହିଳା ଜଣକ ୫ ଲକ୍ଷରୁ ଅଧିକ ତାଙ୍କ ସ୍ଵାମୀଙ୍କ ପାଇଁ ଖର୍ଚ୍ଚ କରି ସାରିଲେଣି । ଓଡ଼ିଶାବାସୀ ତାଙ୍କୁ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି । ଆପଣମାନେ ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଭିଡିଓରେ ତାଙ୍କର ଆକାଉଣ୍ଟ ନମ୍ବର ଅଛି ଏବଂ ଗୁଗଲ ପେ , ଫୋନ୍ ପେ ନମ୍ବର ମଧ୍ୟ ଅଛି । ତାହା ମାଧ୍ୟମରେ ସାହାଯ୍ୟ କରିପାରିବେ ।

Advertisement