May 18, 2024, 13:50 IST

ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ଅନୁରୋଧ କଲେ ସୁର.. ଲୋକେ କହିଲେ, ସୁର ଙ୍କ ଅସଲ ଚେହେରା ସାମ୍ନା କୁ ଆସିଗଲା..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ସୁର ରାଉତ ରାୟ ବିଜେଡ଼ି ପାଇଁ ପ୍ରଚାର କରୁଛନ୍ତି।
ତାଙ୍କ ମୁହଁ ରୁ ଲଗାତାର ଶଙ୍ଖ ଚିହ୍ନ ଜିନ୍ଦାବାଦ ର ଧ୍ଵନି ମଧ୍ୟ ଶୁଣିବାକୁ ମିଳିଥିଲା। ଏଥି ସହ ସେ ଲୋକ ମାନଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ମଧ୍ୟ କହିଥିଲେ।
Nh
ବିଜେଡ଼ି ଦ୍ବାରା ଅନୁଷ୍ଠିତ ହେଉଥିବା ଏକ ସଭା କୁ ଯାଇ ବିଧାୟକ ସୁର ରାଉତ ରାୟ ଲୋକ ମାନଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ଜିତେଇ ଆଣିବାକୁ ବାରମ୍ବାର ଲୋକ ମାନଙ୍କୁ ଏହା କହୁଥିଲେ।
ଏହି ଭୋଟ ପାଇଁ ଅପିଲ ସେ ଜଟଣୀ ଠାରେ କରିଛନ୍ତି। କଂଗ୍ରେସ ରୁ ବାହାରିବା ପରେ ଏବେ ବିଧାୟକ ସୁର ରାଉତ ରାୟ ଯାଇ ବିଜେଡିରେ ସାମିଲ୍ ହୋଇ ଯାଇଛନ୍ତି। ଏବଂ ବିଜେଡ଼ି ପାଇଁ ପ୍ରଚାର ମଧ୍ୟ କରିଛନ୍ତି।
ସୁର ରାଉତ ରାୟ ଙ୍କ ପୁଅ ମନ୍ମଥ ରାଉତରାୟ ମଧ୍ୟ ବିଜେଡିରେ ରେ ପୂର୍ବରୁ ସାମିଲ ହୋଇ ସାରିଛନ୍ତି ।ସେ ଭୁବନେଶ୍ୱର ରେ ବିଜେଡ଼ି ତରଫରୁ ସାଂସଦ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଅପରାଜିତା ମାହାନ୍ତି ଙ୍କୁ କଡ଼ା ଟକ୍କର ଦେଉଛନ୍ତି ।
Hh
ତାଙ୍କ ସମ୍ପର୍କ ରେ ମଧ୍ୟ ଏବେ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ହେଲେ ତାଙ୍କର ବାପା ବରିଷ୍ଠ ନେତା ସୁର ରାଉତ୍ ରାୟ ଙ୍କ ବିଜେଡ଼ି ପାଇଁ ପ୍ରଚାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ସେ ମଞ୍ଚ ଉପରେ ଥିବା ବେଳେ ମଞ୍ଚ ତଳେ ଅନେକ ଲୋକ ମାନେ ବସିଥିଲେ। ସେମାନେ ମଧ୍ୟ ବିଧାୟକ ସୁର ରାଉତ ରାୟ ଙ୍କୁ ସମର୍ଥନ କରୁଥିଲେ। ଆଉ ବିଜେଡିରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବା ପାଇଁ ତାଙ୍କୁ ସୁର ରାଉତ ରାୟ କହିଥିଲେ।
ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement