Mar 11, 2025, 15:06 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଉତ୍ତମଙ୍କ ଏକାଦଶାହରେ ରାଣୀ ପଣ୍ଡାଙ୍କୁ କାହିଁକି ଖୋଜିଲେ ଏହି ମହିଳା

Vg

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅନେକ ଖବର ଆସୁଥିବାର ଦେଖିଥିବେ । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ସବୁବେଳେ ଅନେକ କିଛି ଖବର ଆସିବା ସହ ଏବେ ଜଣେ ମହିଳା ତାଙ୍କ ପାଖକୁ ଯାଇଛନ୍ତି । ଅଭିନେତା ଉତ୍ତମ ମହାନ୍ତି ଏହି ଦୁନିଆରେ ନାହାଁନ୍ତି । ଆଉ ତାଙ୍କର ଏକ ଦଶାହ କର୍ମକୁ ଅଭିନେତ୍ରୀ ରାଣୀ ପଣ୍ଡା ଯାଇଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏହି ଖବର ପାଇ ଜଣେ ମହିଳା ତାଙ୍କୁ ସାହାଯ୍ୟ ମାଗିବାକୁ ଆସିଥିଲେ । 
Bg
ଏହି ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସାହାଯ୍ୟ ମାଗିବାକୁ ଆସିଥିଲେ । ଏହି ମହିଳା ଜଣକ ହେଉଛନ୍ତି ଶାନ୍ତିଲତା । ଆଉ ତାଙ୍କ ସ୍ଵାମୀଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି । ଆଉ ତାଙ୍କ ପଛରେ ତାଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି କିନ୍ତୁ ସେ ଏବେବି ଭଲ ହୋଇ ନାହାଁନ୍ତି ଆଉ ଏହି ମହିଳା ଜଣଙ୍କ ପାଖରେ ଆଉ ଅର୍ଥ ନାହିଁ ତାଙ୍କ ସ୍ବାମୀଙ୍କୁ ଦେଖାଇବା ପାଇଁ । ସେଥିପାଇଁ ଏହି ମହିଳା ଜଣକ ରାଣୀ ପଣ୍ଡାଙ୍କ ପାଖକୁ ସାହାଯ୍ୟ ପାଇଁ ଆସିଛନ୍ତି । 
Gg
ଅଭିନେତ୍ରୀ ରାଣୀ ପଣ୍ଡା ସମସ୍ତଙ୍କୁ ସାହାଯ୍ୟ କରନ୍ତି ବୋଲି ସେ ଶୁଣିଥିଲେ ଆଉ ସେଥିପାଇଁ ସେ ସେଠାକୁ ଆସିଛନ୍ତି । ଉତ୍ତମ ମହାନ୍ତିଙ୍କର ଘରକୁ ରାଣୀ ପଣ୍ଡା ଆସିବା ଖବର ପାଇବା ପରେ ଏହି ମହିଳା ଜଣକ ତାଙ୍କ ପାଖକୁ ସାହାଯ୍ୟ ପାଇଁ ଆସିଛନ୍ତି । ଏବେ ତାଙ୍କ ସ୍ଵାମୀଙ୍କ ଜୀବନ ବଞ୍ଚାଇବାକୁ ଅଭିନେତ୍ରୀ ରାଣୀ ପଣ୍ଡା ଯାହା ସାହାଯ୍ୟ କରିବେ ଏହି ଟଙ୍କାରେ ତାଙ୍କ ସ୍ବାମୀଙ୍କୁ ସେ ଭଲ କରିବେ ବୋଲି କହିଛନ୍ତି । ଏହି ମହିଳା ଜଣକ ଦୁଃଖରେ କାନ୍ଦୁଛନ୍ତି । 
ଏହି ମହିଳା ଜଣକ କହିଛନ୍ତି କି ଅଭିନେତ୍ରୀ ରାଣୀ ପଣ୍ଡା ଯେଉଁଠି ରୁହନ୍ତୁ ଭଲରେ ରୁହନ୍ତୁ ଆଉ ତାଙ୍କର ସ୍ବାସ୍ଥ୍ୟ ଭଲ ହେଇଯାଉ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଆଉ କିଛି ମହିଳା ମଧ୍ୟ ସେଠାକୁ ଆସିଛନ୍ତି । ଏହି ମହିଳାମାନେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ସାହାଯ୍ୟ ମାଗିବାକୁ ଦୌଡ଼ି ଆସିଛନ୍ତି । ଏବେ ଏହି ମହିଳାମାନଙ୍କୁ ରାଣୀ ପଣ୍ଡା ସାହାଯ୍ୟ କରିବେ କି ନାହିଁ ଏହା ପରେ ଜଣାପଡ଼ିବ । ଏହି ମହିଳାମାନେ ଭଦ୍ରକ ଜିଲ୍ଲାରୁ ଆସିଛନ୍ତି ।

Advertisement