Jan 11, 2025, 07:12 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ୩ କୋଟିର ଗାଡ଼ିରେ ବସି ଖେଳୁଥିଲା ହଂସିକା...!

Bh

ଖୋଜି ଖୋଜି ଏବେ ମିଳି ଯାଇଛି ସୁନ୍ଦରୀ ର ସେହି ମର୍ସିଡିଜ୍ କାର। ଦାମୀ କାର ରେ ବସି ବଡ଼ବଡ଼ିଆ ଙ୍କ ଠାରୁ ଟଙ୍କା ଲୁଟୁ ଥିଲେ। ତିନି କୋଟିର ଗାଡ଼ି କୁ ନକଲି ସ୍ୱାମୀକୁ ଗିଫ୍ଟ କରିଥିଲା ହଂସିକା। ନକଲି ସ୍ବାମୀ ପାଇଁ ବସ୍ତା ବସ୍ତା କ୍ୟାସ୍ ସୋରୁମ୍ ରେ ଢାଳି ଦେଲା। ଆଉ ଏହାପରେ ଆଜି ପୁଣି କୋର୍ଟ ରେ ସକେଇ ହୋଇଛନ୍ତି ଏହି ଦୁଇଜଣ ଠକ। ଦୁଇ କୋଟି ଟଙ୍କାର ମର୍ସିଡିଜ୍ କୁ ନକଲି ସ୍ୱାମୀ ଅନିଲ କୁ ଗିଫ୍ଟ କରିଥିଲେ ହଂସିକା।
Hh
ଆଉ ଏଥିପାଇଁ ସେ ନଗଦ କ୍ୟାସ ମଧ୍ୟ ଦେଇଥିଲେ। ଯେତେ ଯାହା ହେଲେବି ସେ ତାଙ୍କର ସ୍ବାମୀ ସେ ଅସଲି ହେଉ ବା ନକଲି। ହଂସିକା ଙ୍କ ଆପାର୍ଟମେଣ୍ଟ ରୁ କାର ଜବତ କଲା ସ୍ପେସିଆଲ କ୍ରାଇମ୍ ୟୁନିଟ। ଗିରଫ ଠକ ଅନିଲ ମହାନ୍ତି ଙ୍କୁ ଏହି ମର୍ସିଡିଜ୍ କାର ଗିଫ୍ଟ କରିଥିଲା ଠକ ହଂସିକା। ଦିନିକିଆ ରିମାଣ୍ଡ ଅବଧି ସରିବା ପରେ ପୁଣି ଥରେ ଝାରପଡ଼ା ଜେଲ କୁ ଫେରିଗଲେ ହଂସିକା ଅଭିଲିପ୍ସା ଆଉ ସହଯୋଗୀ ଅନିଲ ମହାନ୍ତି।
Hh
ଦୁଇ ଜଣଙ୍କୁ ରିମାଣ୍ଡ ରେ ନେଇ ସେମାନଙ୍କ ନିକଟରୁ ଅନେକ ତଥ୍ୟ ଓଗାଳିଛି ଏହି ସ୍ପେସିଆଲ କ୍ରାଇମ୍ ୟୁନିଟ। ରିମାଣ୍ଡ ଅବଧି ମଧ୍ୟରେ ତାଙ୍କର ଆପର୍ଟମେଣ୍ଟ ଙ୍କୁ ନେଇ ଛନବିନ୍ କରୁଥିଲା ପୋଲିସ ତଦନ୍ତ ଅଧା ବାଟରେ ରହିଲେ ପୁଣି ଥରେ ତାଙ୍କୁ ରିମାଣ୍ଡ ରେ ନେଇ ତଦନ୍ତ କରାଯିବ ବୋଲି କୁହା ଯାଇଛି। ଆୟକର ଫାଙ୍କିବା ଅଭିଯୋଗ ରେ ଗତ ଦୁଇ ଦିନ ଧରି ତଦନ୍ତ ପରେ କ୍ରାଇମ୍ ବିଭାଗ ହାତରେ ଲାଗିଛି ଅନେକ ତଥ୍ୟ।
ସମସ୍ତ କାଗଜ ପତ୍ର ଯାଞ୍ଚ୍ ପରେ କୋଟି କୋଟି ଟଙ୍କା ର କାରବାର ସେମାନଙ୍କ ନାଁ ରେ ଅଭିଯୋଗ ହୋଇଥିବା ଆୟକର ବିଭାଗ ହାତରେ ସବୁ ପ୍ରମାଣ ଲାଗିଛି ବୋଲି କୁହା ଯାଉଛି।ପୂର୍ବତନ ଜଣେ ଏମପି ମଧ୍ୟ ହଂସିକା ଙ୍କ ଶିକାର ହୋଇଥିବା କୁହା ଯାଉଛି। ଏଭଳି ଭାବରେ ଗୋଟେ ପରେ ଗୋଟେ ଗୁମର ଏବେ ଖୋଲିବାରେ ଲାଗିଛି ଯାହାକି ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।

Advertisement