ଆପଣମାନେ ସମସ୍ତେ ତ କିଟ କଲେଜକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଥିବେ । ଏବେ ପୁଣି କିଟ କଲେଜକୁ ନେଇ କିଛି କଳେଙ୍କାରୀ ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ବିଷୟରେ ଜାଣିପାରିବେ । ଆଡ଼ମିଶନ ସମୟରେ ମିଠା ମିଠା କଥା କହି ଆଡ଼ମିଶନ କରିଥାନ୍ତି । ଆଉ ଚାକିରୀ ଦେଲା ବେଳକୁ ଝିଅଙ୍କ ଚେହେରା ଦେଖନ୍ତି । ପ୍ଲେସମେଣ୍ଟ କଥା ପଚାରିଲେ ସୁନ୍ଦରୀ କଥା ଉଠାନ୍ତି । ଶିକ୍ଷାର ମନ୍ଦିରରେ ସୁନ୍ଦରୀଙ୍କୁ ମିଳେ ଗୁରୁତ୍ଵ । ଏହି କିଟ କଲେଜର ଛାତ୍ରୀ ଜଣେ କଲେଜକୁ ନେଇ କିଛି କଥା କହିଛନ୍ତି ।

ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଶିକ୍ଷା ବିଭାଗ ସମସ୍ତଙ୍କୁ ଏହି ଯୁବତୀ ଜଣକ ତାଙ୍କ ସହିତ ହୋଇଥିବା ଅନ୍ୟାୟ ବିଷୟରେ ଜଣାଇ ଦେଇଛନ୍ତି । ତାଙ୍କ କ୍ୟାରିଅର ସହ ଖେଳି ଦେଲେ ଆଉ ତାଙ୍କ ସହିତ ଅନେକ କିଛି କାମ କରିଲେ । ଏହି ଯୁବତୀ ଜଣକ ସେକ୍ସୁଆଲ ହାରାସମେଣ୍ଟ ପାଇଁ ଅଭିଯୋଗ ବି ଦେଇଛନ୍ତି । ତାଙ୍କୁ ଧମକାଇଛନ୍ତି, ତାଙ୍କ ସହ ଏଭଳି କିଛି କରିଛନ୍ତି ଆଉ ତାଙ୍କୁ ୩ ବର୍ଷ କାଳ ଦୌଡ଼ାଇଛନ୍ତି । ତାଙ୍କ ବାପା ଯେଉଁ ଟଙ୍କା ଦେଇଛନ୍ତି ସେସବୁର ପ୍ରମାଣ ଏହି ଯୁବତୀ ଜଣକ ରଖିଛନ୍ତି ।

୧୪ ଲକ୍ଷ ଦେଇ ପାଠ ପଢ଼ିଲେ ଯୁବତୀ କିନ୍ତୁ ପ୍ଲେସମେଣ୍ଟ ଦେଲା ବେଳକୁ କହିଲେ ତୁମେ ଟିକେ ଅସୁନ୍ଦର ଟାଇମ୍ ଲାଗିବ । ପ୍ଲେସମେଣ୍ଟ ବେଳେ ସୁନ୍ଦରତା ଖୋଜା ଯାଇଥାଏ । ସୁନ୍ଦର ଥିଲେ ପ୍ଲେସମେଣ୍ଟ ଭଲ ମିଳେ ଆଉ ଅସୁନ୍ଦର ଥିଲେ ଟାଇମ୍ ଲାଗିଥାଏ । କିଟ କଲେଜରେ ଏଭଳି ସବୁ ଘଟଣା ଘଟିଥିଲା ଯାହା ଏବେ ଧୀରେ ଧୀରେ ସାମ୍ନାକୁ ଆସିଛି । ଏହି କଲେଜରେ ପାଠ ତ ଯାହା ପଢା ହେଲା ଛାଡ କିନ୍ତୁ ଚାକିରୀ ବେଳକୁ ବଢ଼ିଗଲା ମାନସିକ ନିର୍ଯ୍ୟାତନା ।
ସବୁ କଥା ଜଣାଇବା ପରେ ଏବେ ମିଡିଆ ସାମ୍ନାକୁ ଆସିଛନ୍ତି ଛାତ୍ରୀ ଜଣକ । କିଟ ମ୍ୟାନେଜମେଣ୍ଟର ଜଣେ ପୂର୍ବତନ ଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ୨୦୨୨ ମସିହାରୁ ପାଠ ପଢି ସାରିଲେଣି କିନ୍ତୁ ଏପର୍ଯ୍ୟନ୍ତ ଚାକିରୀ ନାହିଁ । ମୋଟା ଅଙ୍କର ଟଙ୍କା ନେଇ ଚାକିରୀ ଦେବେ ବୋଲି କହିଥିଲେ କିନ୍ତୁ ବାଙ୍ଗାଲୋରର ଏକ କଲ୍ ସେଣ୍ଟରକୁ ପଠାଇ ଦେଇ କାମ ସାରି ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ଏବେ ଏହି ଯୁବତୀ ଜଣକ ଚାକିରୀ ପାଇଁ ହାରାସ ହୋଇ ସାରିଲେଣି । ଏଜୁକେଶନ ଲୋନ ନେଇ ଏହି ଯୁବତୀ ଜଣକ ପାଠ ପଢ଼ୁଥିଲେ ।
ମ୍ୟାନେଜମେଣ୍ଟ ପାଠ ପଢ଼ାଉଥିବା କଲେଜର ଅଧ୍ୟାପକ MBA କରି ନାହାନ୍ତି । ଏହି କଲେଜରେ ପ୍ଲେସମେଣ୍ଟ ସମୟରେ ମାନସିକ ନିର୍ଯ୍ୟାତନା ସହିବାକୁ ପଡ଼ିଥାଏ । ଏହି ଯୁବତୀ ଜଣକ ଅନେକ କିଛି ଭାବି ସେହି କଲେଜକୁ ପାଠ ପଢ଼ିବାକୁ ଯାଇଥିଲେ କିନ୍ତୁ ଏଭଳି ସବୁ ଘଟଣା ଘଟିଯିବ କିଏ ବା ଜାଣିଥିଲା । ଏହି ଯୁବତୀ ଜଣକ ସହିତ ଏଭଳି ସବୁ ଘଟିଯାଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣକ ଏବେ ଅଭିଯୋଗ ଆଣିଛନ୍ତି । ଆଉ ତାଙ୍କ ବାପା ମଧ୍ୟ ଏହି ବିଷୟରେ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।