ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କୌଣସି ଜିଲ୍ଲାରେ ଯାତ୍ରା ପାର୍ଟିରେ ଘଟିଥିବାର କିଛି ଘଟଗାଁ ସମ୍ପର୍କରେ ଜାଣିପାରିବେ । ଲୋକମାନେ ନିଜ ଗାଁରେ ଲୋକମାନଙ୍କୁ ଖୁସି କରାଇବା ପାଇଁ ଗାଁ ମାଟିକୁ ଅନେକ କଳାକାରମାନଙ୍କୁ ଡକାଇଥାନ୍ତି । ଯାତ୍ରା ପାର୍ଟି ମଧ୍ୟ ଡକାଇ ଥାଆନ୍ତି । ଏମିତି ଲୋକମାନଙ୍କ ମନୋରଞ୍ଜନ ପାଇଁ ଗୋଟିଏ ଯାତ୍ରା ପାର୍ଟି ଆସି ଯାତ୍ରା କରୁଥିଲା । ଆଉ ଏହି ଯାତ୍ରା ପାର୍ଟିର ଲୋକମାନେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଆପଣମାନେ ହୁଏତ ଯାତ୍ରା ପାର୍ଟିରେ କେବେ ନାଗ ସାପ ଖେଳାଇବା ଏବଂ ଘୁଷୁରୀ ମାଂସ ଖାଇବା ଦେଖିନଥିବେ କିନ୍ତୁ ଏବେ ଏଭଳି କିଛି ଖବର ଆପଣଙ୍କ ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାତ୍ରା ପେଣ୍ଡାଲ ଉପରେ ନାଗ ସାପ ଖେଳାଯାଉଥିବାର ଦୃଶ୍ୟ ଦେଖିବା ସହ ଘୁଷୁରୀ ମାଂସ ଖାଇବାର ଦୃଶ୍ୟ ଦେଖିପାରିବେ । ଯାତ୍ରା ମଞ୍ଚ ଉପରେ ଜୀବନ୍ତ ନାଗ ସାପକୁ ଖେଳାଇବା ସହ ଜୀବନ୍ତ ଘୁଷୁରୀକୁ ମାରିଥିବାର ଦୃଶ୍ୟ ପରିବେଷଣ କରାଯାଉଥିଲା । ଏହି କାମ କରିଥିବା କଳାକାରଙ୍କ ଉପରେ ଏହା ମହଙ୍ଗା ପଡ଼ିଛି ।
ପୋଲିସ ଏବଂ ବନ ବିଭାଗ ଜଣେ କଳାକାର ଏବଂ ନାଟ୍ୟ ମ୍ୟାନେଜରଙ୍କୁ ଏହି କାମ କରିଥିବାରୁ ଗିରଫ କରିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମରେ କାଞ୍ଜିଅଁଳା ଓଷା ପାଇଁ ପ୍ରତିଯୋଗିତା ମୂଳକ ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ଖଲ୍ଲିକୋଟ ତିକଲି ଅଞ୍ଚଳର ରାମାୟଣ ନାଟକ ପରିବେଷଣ କରୁଥିବା ବେଳେ ମଞ୍ଚରେ ଜୀବନ୍ତ ନାଗ ସାପକୁ ଖେଳାଇବା ସହ ଜଣେ କଳାକାର ଘୁଷୁରୀ ମାଂସକୁ ଖାଉଥିଲେ ଆଉ ଏହି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।
ସେହି ନାଟକରେ ଅସୁର ଭୂମିକାରେ ଅଭିନୟ କରିଥିବା ଜଣେ କଳାକାର ଯାହାଙ୍କ ନାମ ହେଉଛି ବିମ୍ବାଧର ଗୌଡ । ଏବେ ତାଙ୍କୁ ପୋଲିସ ଗିରଫ କରିଛି । ଏହାସହ ବନ ବିଭାଗ ନାଟ୍ୟ ମ୍ୟାନେଜର ନାରାୟଣ ସ୍ୱାଇଁଙ୍କୁ ଗିରଫ କରିଛି । ଏହାସହ ଏଥିରେ ସଂପୃକ୍ତ ଥିବା ତିନିଜଣ କଳାକାରଙ୍କୁ ପୋଲିସ ଏବେ ଖୋଜୁଛି । ଏବେ ଏହି ଯାତ୍ରା ପାର୍ଟିର ମାଲିକ କହିଛନ୍ତି ଅନେକ ବର୍ଷ ହେଲା ସେ ନାଟକ କରୁଛନ୍ତି କିନ୍ତୁ ଏଭଳି ସେ ଜୀବନ୍ତ ପଶୁ ମାରି ନାହାଁନ୍ତି । ସେମାନେ ଏଭଳି କରିବାର କାରଣ ହେଉଛି ସେଠିକାର ଲୋକମାନେ ତାଙ୍କୁ କହିଥିଲେ ଏଥିରେ କଳାକାରମାନଙ୍କ ଭୁଲ ନାହିଁ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।