ସାଂସଦ କୁ ଆସିଲା ଏବେ ହ-ତ୍ୟା ଧମକ। ତାଙ୍କୁ ୨୪ ଘଣ୍ଟା ଭିତରେ ମାରି ଦେବାକୁ ଧମକ ଦେଇଥିଲେ ଲରେନ୍ସ ଙ୍କ ଗ୍ୟାଙ୍ଗ। ସାଂସଦ ପପୁ ଯାଦବ ଙ୍କୁ ଏବେ ଏଭଳି କିଛି ଧମକ ଦିଆ ଯାଇଛି। ଏବେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହା ତାଙ୍କର ଦ୍ବିତୀୟ ଧମକ ବୋଲି କୁହା ଯାଉଛି। ଏହା ପୁର୍ବରୁ ମଧ୍ୟ ତାଙ୍କୁ ଏଭଳି ଧମକ ଆସି ସାରିଛି ବୋଲି କୁହା ଯାଉଛି।
ପପୁ ଯାଦବ ଙ୍କୁ ଯେଉଁ ନମ୍ବର ରୁ ଧମକ ଆସିଛି। ତାହା ପାକିସ୍ତାନର ର ନମ୍ବର ବୋଲି ମଧ୍ୟ ଜଣା ପଡ଼ିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଶ୍ରୋଇ ଗ୍ୟାଙ୍ଗ ର ହୋଇଥିବା ବୋଲି ସେ ଦାବୀ କରି କହିଛନ୍ତି। କେବଳ ସେତିକି ନୁହେଁ ସାତ ସେକେଣ୍ଡ ର ଏକ ଭିଡିଓ ମଧ୍ୟ ସାଂସଦ ଙ୍କ ମୋବାଇଲ୍ ଫୋନ କୁ ପଠା ଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ମିଳି ସାରିବା ପରେ ସାଂସଦ ଙ୍କ ବାସ ଭବନର ସୁରକ୍ଷା ବ୍ୟବସ୍ଥା କୁ ବର୍ତ୍ତମାନ ବଢାଇ ଦିଆ ଯାଇଛି।
ପୁର୍ବରୁ ମଧ୍ୟ ପପୁ ଯାଦବ ଙ୍କୁ ଲରେନ୍ସ ଵିଶ୍ରୋଇ ଙ୍କ ନାମରେ ସମାନ ଭାବରେ ଧମକ ମିଳି ସାରିଥିଲା। ପୋଲିସ ମଧ୍ୟ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଥିଲା। ହେଲେ ଏବେ ଆଉ ଥରେ ତାଙ୍କୁ ଏଭଳି କିଛି ଧମକ ଆସିଛି। ତାଙ୍କୁ ୨୪ ଘଣ୍ଟା ର ମହୁରତ ଦେଇଛନ୍ତି। ତାଙ୍କର ଯେଉଁ ମେସେଜ ଆସିଛି ଯେଉଁଥିରେ କି କୁହା ଯାଇଛି ତାଙ୍କର ସାଥୀ ମାନେ ସାଂସଦ ଙ୍କ ନିକଟତର ଅଛନ୍ତି। ଏଭଳି କି ତାଙ୍କର ଅଙ୍ଗରକ୍ଷୀ ମାନେ ମଧ୍ୟ ,
ତାଙ୍କୁ ରକ୍ଷା କରିବାକୁ ଅସମର୍ଥ ହେବେ ବୋଲି କହିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ପୋଲିସ ମଧ୍ଯ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆପଣଙ୍କ ମତାମତ ଆପଣ ଆମକୁ ନିଶ୍ଚିତ ଭାବରେ ଆମକୁ ଜଣାଇବେ।