କେତେ ଥର ସହଦେବ ମୁଣ୍ଡ କୁ ହାଣି ଥିଲା ଲିପିକା। ଆଉ ମୁଣ୍ଡରୁ ଗଣ୍ଡୀ ଅଲଗା କରି ସେ ବ୍ୟାଗ୍ ରେ କରିଥିଲା ଭର୍ତ୍ତି। ଆଙ୍ଗୁଠି କାଟିବା ପରେ ସହଦେବ ଶରୀର କୁ କରିଥିଲା ୨୧ ଖଣ୍ଡ। ମୁଣ୍ଡ ଛାତି ଓ ଆଙ୍ଗୁଠି କୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବିଧାୟକ ରାଗି ଯାଇଛନ୍ତି ଆଉ କହିଛନ୍ତି କି କାହାକୁ ହେଲେ ମଧ୍ୟ ଛାଡ଼ିବେ ନାହିଁ। ରାଜଧାନୀରେ ଗଡି ଥିଲା ସହଦେବ ଙ୍କ ମୁଣ୍ଡ।
ସେହି କଟା ମୁଣ୍ଡ ଦେଖିବା ପରେ ଶହ ଶହ ଲୋକମାନେ ସେଠାରେ ସ୍ତବ୍ଧ ହୋଇ ଛିଡା ହୋଇଥିଲେ। ମୁଣ୍ଡ ରୁ ଦେହ ଅଲଗା କରିବା ପରେ ସହଦେବ ଶରୀର ସହ କଣ କରିଥିଲା ଲିପିକା ଏବେ ସବୁ ସତ ସାମ୍ନା କୁ ଆସି ଯାଇଛି। ଏତେ ନୃଶଂସ ହୋଇଗଲେ ଯେ ବେକରୁ ଛାତି, ଏମିତି କି ଆଙ୍ଗୁଠି କୁ ମଧ୍ୟ ହାଣି ପକାଇ ଥିଲେ ଆଉ ଶେଷରେ ୨୧ ଖଣ୍ଡ କରି ପକାଇ ଥିଲେ। ପୋଲିସ ର ସାଙ୍ଗ ଥିଲେ ସହଦେବ। ସବୁବେଳେ ଟିକିନିକି ଖବର ସେ ପୋଲିସ କୁ ଦେଉଥିଲେ।
ପୋଲିସ କୁ ଖବର ଦେବାର ପରିଣାମ ଏବେ ଏଭଳି ହୋଇଥିଲା। ରାଜଧାନୀରେ ଗଡି ଥିଲା ମୁଣ୍ଡ। କେଦାରପାଲି ଅଞ୍ଚଳରେ ହେଉଛି ସହଦେବ ଙ୍କ ଘର। କେମିତି ସେହି ଅଞ୍ଚଳ ନିଶା ନିବାରଣ ରୁ ବଞ୍ଚିତ ରହିବ ସେଥିପାଇଁ ସବୁବେଳେ ଲଢେଇ କରୁଥିଲେ ସହଦେବ। ଆଉ ସେ ଶହ ଶହ ସଫେଇ କର୍ମଚାରୀ ଙ୍କ ଭଗବାନ ଥିଲେ। ଆଉ ସେ ସାହସିକତା ଦେଖାଇ ପୋଲିସ କୁ ଫୋନ କରିଥିଲେ। ଆଉ ତାର ପରିଣାମ ଆଜି ଏଭଳି କିଛି ହୋଇଥିଲା।
ଯାହାକୁ ନେଇ ସବୁ ସତ କଥା କହିଥିଲେ ବିଧାୟକ ଅନନ୍ତ ଜେନା। ସେ କହିଥିଲେ କି ପୋଲିସ ଙ୍କୁ ଖବର ଦେବା ଦ୍ବାରା ଆଜି ତାଙ୍କ ସହ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି ଦୃର୍ବୁତ୍ତ ମାନେ। ଭୁଲ୍ ନଥାଇ ମଧ୍ୟ ସେ ଦଣ୍ଡ ପାଇଛନ୍ତି। ପୋଲିସ ଏହି ଘଟଣା ସମ୍ପର୍କରେ ଜାଣି ମଧ୍ୟ ପୂରା ଚୁପ୍ ରହିଥିଲା। ଏହି ଘଟଣା ପ୍ରତି ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ସେଥିପାଇଁ ଏବେ ଏକ ନିରୀହ ଲୋକର ଜୀବନ ଅକାରଣ ରେ ଚାଲି ଗଲା।