ଘରେ ସ୍ବାମୀ ନାହିଁ ବୋଲି ଏକୁଟିଆ ସ୍ତ୍ରୀ କୁ ବାହାରୁ କବାଟ ବାଡେଇ ଡାକୁଛନ୍ତି ପୋଲିସ। ଅଭିଯୋଗ ନେଇ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ। କେନ୍ଦ୍ରାପଡ଼ାର , ତନ୍ତିଆପାଳ ରେ ପୁଣି ସାମ୍ନା କୁ ଆସିଛି ଏଭଳି କିଛି ସଙ୍ଗୀନ ମାମଲା। ଏଭଳି କିଛି କଳା କାରନାମା ଯାହାକୁ ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ସୂଚନା ମୁତାବକ ସ୍ୱାମୀ ଭୋକିଲା ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଯାଇଛନ୍ତି ସୁଦୂର ଦିଲ୍ଲୀ।
ଆଉ ଘରେ ଦୁଇ ପିଲାଙ୍କ ସହ ସ୍ତ୍ରୀ ଏକୁଟିଆ ରହୁଛନ୍ତି। ଏହାର ଫାଇଦା ଉଠାଇ ବହୁ ଚେଷ୍ଟା କରିଥିଲେ ରସିକିଆ ପୋଲିସ ବାବୁ। ତନ୍ତିଆପାଳ ସାମୁଦ୍ରିକ ଥାନାରେ କାର୍ଯ୍ୟରତ ଥିବା ହୋମ ଗାର୍ଡ ଅଭିଷେକ ପରିଡ଼ା ଏବଂ ବବଲୁ ମଦ ପିଇ ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ଘରର କବାଟ ଆସି ରାତି ୧୨ ଟା ସମୟରେ ବାଡେଇ ଥିଲେ। ଏହାପରେ ସେମାନେ ମିଶି ମହିଳାଙ୍କୁ ଘର ବାହାରକୁ ମଧ୍ୟ ବାଧ୍ୟ କରି ଡାକି ଥିଲେ।
ଘରେ ଦୁଇ ପିଲାଙ୍କ ସହ ମହିଳା ଜଣକ ଏକୁଟିଆ ରହୁଥିବା ଭୟରେ ମହିଳା ଜଣକ ଆଦୌ କବାଟ ଖୋଲି ନଥିଲେ। ହେଲେ ମନରେ ହୋମଗାର୍ଡ ଖରାପ୍ ଉଦ୍ଦେଶ୍ୟ ରଖି ମହିଳାଙ୍କ ଘର କବାଟ ବାଡେଇ ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ଆଦୌ ହେଲେ ମଧ୍ୟ ତାଙ୍କର କବାଟ ଖୋଲି ନଥିଲେ। ଆଉ ଏହି ଘଟଣାର ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ଯାହାକୁ କି ସେ ପ୍ରମାଣ ସ୍ୱରୂପ ରଖିଥିଲେ ନିଜ ପାଖରେ।
ପରଦିନ ଆସି ସେହି ଭିଡିଓ କୁ ପ୍ରମାଣ ସ୍ବରୂପ ଦେଖାଇ ଥାନାରେ ଏକ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ କେହି ଏକଥା ବିଶ୍ବାସ କରି ପାରୁ ନାହାଁନ୍ତି କି ଜଣେ ପୋଲିସ ପଦବୀ ରେ ଥାଇ ମଧ୍ୟ ଏଭଳି କିଛି କରି ପାରି ଥାଏ ବୋଲି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।