ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣଙ୍କ ମନରେ ଅନେକ ଭାବନା ଆସିବ । ଆଜିକାଲି ଦୁନିଆରେ ଯେଉଁମାନେ କାମ କରୁଛନ୍ତି ସେମାନେ କାମ କରିବା ସହ ଟିକେ ନାଲି ପାଣି ପିଇ ଥାଆନ୍ତି । ଆଉ ଏବେ ଏଭଳି କିଛି କରୁଛନ୍ତି ଏହି ଶ୍ରମିକମାନେ ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି କାମ କରୁଥିବା ବେଳେ ଶ୍ରମିକମାନେ ନାଲି ପାଣି ପିଉଛନ୍ତି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ସେଠାରେ କାମ ଚାଲିଛି ନା ଚାଲିଛି ଢକ୍ ଲମ୍ ପାର୍ଟି । ନାଲି ପାଣି ସହିତ ଚାଖଣାର ମଜା ମଧ୍ୟ ନେଉଛନ୍ତି ଶ୍ରମିକମାନେ । ଏହି ଶ୍ରମିକ ମାନଙ୍କର କାମ କମ ଆଉ ପାର୍ଟି ଅଧିକ ଚାଲିଛି ବୋଲି ସୂଚନା ମିଳିଛି । ସେମାନେ କାମ କରୁଥିବା ବେଳେ ମଦ ପିଉଛନ୍ତି । ଆଉ ମଦ ସହିତ ରହିଛି ଚାଖଣା । ଏହି ତିନିଜଣ ଶ୍ରମିକ ରଙ୍ଗ କାମ କରୁଛନ୍ତି କିନ୍ତୁ ସେଠାରେ ସେମାନେ କାମ କରିବା ପରିବର୍ତ୍ତେ ନାଲି ପାଣି ପିଉଛନ୍ତି । ଏବେ ଏହି ଦୃଶ୍ୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ।
ଏହି ଶ୍ରମିକମାନେ ନିଶା ପାନ କରିବା ବେଳେ ରାସ୍ତାରେ ଏପଟ ସେପଟ ଅନାଉଛନ୍ତି କେତେବେଳେ କିଏ ତାଙ୍କୁ କାଳେ ଦେଖିଦେବ । ପ୍ରବାସୀ ଭାରତୀୟ ଦିବସ ପାଇଁ ଭାରତରେ ଆସି ପହଞ୍ଚିଛନ୍ତି ଅନେକ ପ୍ରବାସୀ । ଆଉ ସେମାନଙ୍କୁ ସ୍ଵାଗତ କରିବା ପାଇଁ ସଜେଇ ହେଉଛି ପୁରା ରାଜଧାନୀ । ଟୁଇନ୍ ସିଟି ପୁରା ସଜେଇ ହେଉଛି । କିନ୍ତୁ ଏହି ଦୁଇଟି ସହର ସଜେଇ ହେଉଥିବା ବେଳେ କଟକ ସହରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହି ଦୃଶ୍ୟ ଭାଇରାଲ ହେଉଛି ।
କଟକ ଜିଲ୍ଲାରେ ଥିବା ସମ୍ରାଟ ସିନେମା ହଲ ସାମ୍ନାରେ ରଙ୍ଗ କାମ ଚାଲୁଥିବା ବେଳେ କାର୍ଯ୍ୟରତ ଥିବା ଶ୍ରମିକମାନେ କିଭଳି ମଦ ପିଇ କାର୍ଯ୍ୟ କରୁଛନ୍ତି ତାହା ଆପଣମାନେ ଦେଖିପାରିବେ । ଯଦି ଏଭଳି ଶ୍ରମିକମାନେ ମଦ ପିଇ କାମ କରିବେ ତାହେଲେ ଏହି କାମ କେମିତି ହେବ । ସେମାନେ ବହୁତ ଉପରେ ଚଢ଼ି ରଙ୍ଗ ଦେଉଛନ୍ତି ଆଉ ଯଦି ସେମାନେ ଏଭଳି ନିଶା ପାନ କରିବେ ଆଉ କାମ କରୁଥିବା ଅବସ୍ଥାରେ ନିଶା ଯୋଗୁଁ ପଡିଯିବେ ତାହେଲେ ତାଙ୍କର ଅବସ୍ଥା କଣ ହେବ । ଏମାନଙ୍କର ଏଭଳି କାମ ପାଇଁ କିଛି ହେଲେ ଦାୟୀ କିଏ ହେବ ଠିକାଦାର ନା କଟକ ମହାନଗର ନିଗମ ତାହା ବର୍ତ୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ ଅଟେ ।