Mar 8, 2025, 12:50 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପୋଲିସର ବର୍ବର କାଣ୍ତ ବିନା କାରଣରେ ପିଟି ଭାଙ୍ଗିଦେଲେ ହାତ ଆଉ ତାପରେ

Gg

ପୋଲିସ ଲୋକମାନଙ୍କର ରକ୍ଷକ ଅଟେ । କିନ୍ତୁ ପୋଲିସ ଯଦି ଏଭଳି କାମ କରିବ ତାହେଲେ ସମାଜ ଆଉ କାହାକୁ ଦୋଷ ଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୋଲିସର ବର୍ବର କାଣ୍ଡ ବିଚ୍ ରାସ୍ତାରେ ଦେଖିପାରିବେ । ପୋଲିସମାନେ ବିଚ୍ ରାସ୍ତାରେ ବଜାର ଭିତରେ ତାଙ୍କ ପୋଲିସ ଗିରି ଦେଖାଇଛନ୍ତି । ଲୋକମାନେ ପୋଲିସ ଉପରେ ଅନେକ ବିଶ୍ବାସ ରଖିଥାନ୍ତି କିନ୍ତୁ ଏହି ପୋଲିସ ବାବୁ ଏଭଳି ସବୁ କାମ କରିବେ ବୋଲି କିଏ ବା ଜାଣିଥିଲା । 
Gg
ପୋଲିସ ବାବୁ ରାସ୍ତାରେ ଯାହାକୁ ପାରୁଛନ୍ତି ତାକୁ ମନଇଚ୍ଛା ପିଟୁଛନ୍ତି । ଗୋଡେଇ ଗୋଡ଼େଇ ପିଟୁଛନ୍ତି ପୋଲିସ ବାବୁ । ଆଉ ଯିଏ ପ୍ରତିବାଦ କରିବ ତା ଉପରେ ମାଡ ଉପରେ ମାଡ ଦେଉଛନ୍ତି । ଏବେ ଏହି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ମାନବିକତା ଭୁଲି ଗଲା ଧାମନଗର ପୋଲିସ । ବିଚ୍ ରାସ୍ତାରେ ଧାମନଗର ପୋଲିସ ଇଲେକ୍ଟ୍ରି ଅଫିସର ବୋଲେରୋ ଚଲାଉଥିବା ଡ୍ରାଇଭର ଆଉ ତାଙ୍କ ସହ ଥିବା ଗାଡ଼ି ମାଲିକଙ୍କୁ ମାଡ ମାରିଛନ୍ତି । 
Gg
ତାଙ୍କୁ ନିସ୍ତୁକ ମାଡ଼ ମାରିଥିବାରୁ ଏବେ ଧାମନଗର ପୋଲିସ ଥାନାରେ ପୋଲିସଙ୍କ ନାଁରେ ଅଭିଯୋଗ କରିଛନ୍ତି ଏହି ଡ୍ରାଇଭର ଆଉ ଗାଡ଼ି ମାଲିକ । ଡରାଙ୍ଗ ପଞ୍ଚାୟତର ଯଶକୀର୍ତ୍ତନ ମଳିକ ଏବଂ ଦିନବନ୍ଧୁ ସାହୁ ଗତକାଲି ବିଳମ୍ବିତ ରାତିରେ ଇଲେକ୍ଟ୍ରି ଅଫିସ ବୋଲେରୋ ମରାମତି କରି ଘରକୁ ଫେରୁଥିଲେ ଆଉ ସେ ଯିବା ବାଟରେ ପୋଲିସ ପହଞ୍ଚି ଏଭଳି କାଣ୍ଡ କରିଛି । ପୋଲିସ ରାସ୍ତାରେ ତାଙ୍କୁ ଅଟକାଇ ମାଡ ମାରିଥିଲେ । ଏହି ପୋଲିସ ବାବୁ ଏଭଳି ମାଡ ମାରିଛନ୍ତି ଯାହାର ଦାଗ ଏପର୍ଯ୍ୟନ୍ତ ଅଛି ।
ଆଉ ଏହି ଡ୍ରାଇଭର ଜଣଙ୍କର ହାତ ଫ୍ୟାକ୍ଚର ହୋଇଯାଇଛି । ଏହି ଡ୍ରାଇଭର ଜଣକ ଏବଂ ଗାଡ଼ି ମାଲିକ ଏବେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଧାମନଗର ପୋଲିସ ଏଭଳି କାଣ୍ଡ କରିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ପୋଲିସର ବର୍ବର କାଣ୍ଡ କେତେଦୂର ଠିକ୍ ଏହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement