ପୋଲିସ ଗାଡ଼ିକୁ ଏବେ ଗୋଡ଼ାଉ ଛନ୍ତି ଗାଁ ଲୋକେ। ଗାଁ ଭିତରେ ଶହ ଶହ ଲୋକମାନେ ଜମା ହୋଇଛନ୍ତି। ଆଉ ଗାଁ କୁ ପ୍ଲାଷ୍ଟିକ ଡ୍ରମ ବିକ୍ରୀ କରିବାକୁ ଆସିଥିବା ସ୍ବାମୀ ସ୍ତ୍ରୀ ଙ୍କୁ ଧରି ସେ ମାଡ଼ ମାରୁଛନ୍ତି। ଯାହାର ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଶହ ଶହ ଲୋକ ଗାଁ ଭିତରେ ଗୋଟେ ଜାଗାରେ ହିଁ ଜମା ହୋଇଥିଲେ। ଆଉ ଗାଁ କୁ ପ୍ଲାଷ୍ଟିକ ଡ୍ରମ ବିକ୍ରୀ କରିବାକୁ ଆସିଥିବା ଏହି ସ୍ବାମୀ ସ୍ତ୍ରୀ ଙ୍କୁ ମାଡ଼ ମାରୁଛନ୍ତି।

କିଏ ସ୍ବାମୀଙ୍କୁ ବିଧା ଗୋଇଠା ଚାପୁଡ଼ା ମାରୁଛି ଆଉ କିଏ ସେହି ମହିଳାଙ୍କୁ ଧରି ତଳେ ଗଡ଼େଇ ପିଟୁଛି। ଯାହାର କାରଣ ଶୁଣିଲେ ଆପଣ ମାନେ ମଧ୍ୟ ଚମକି ପଡ଼ିବେ। ଗାଁ କୁ ଡ୍ରମ ବେପାର କରିବା ପାଇଁ ଆସିଥିଲେ ସ୍ବାମୀ ସ୍ତ୍ରୀ ଦୁଇଜଣ ଏତେ ଲୋକ ମାନଙ୍କ ଭିତରେ ପଶି ସ୍ବାମୀ ସ୍ତ୍ରୀ ଡ୍ରମ ବିକୁ ବିକୁ ଶେଷରେ ସେମାନେ ପିଲା ଚୋରୀ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ଫେଲ ମାରି ଯାଇଥିଲା ସବୁ ପ୍ଲାନ୍।

ସେମାନେ ଖସି ଯାଉଥିବା ସମୟରେ ଧରା ପଡି ଯାଇଥିଲେ ଗାଁ ଲୋକଙ୍କ ହାତରେ। ଏହାପରେ ସେମାନେ ଖାଇଥିଲେ ନିସ୍ତୁକ ଛେଚା। ଗୋଟେ ମାଡ଼ ତାଙ୍କର ତଳେ ପଡି ନଥିଲା। ଗାଁ ସାରା ତାଙ୍କର ଖେଳି ଯାଇଥିଲା ଉତ୍ତେଜନା ର ମହୋଲ୍। ଚାରିପଟୁ ତାଙ୍କୁ ଘେରି ଯାଇଥିଲେ ଲୋକମାନେ। ଯିଏ ଯେମିତି ପାରିଲା ତାଙ୍କୁ ମାରି ଚାଲିଲା। ଘଟଣା ଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ , ଭୀମପୁର ଶାସନ ଗ୍ରାମର।
ଏକ ଡ୍ରମ ରେ ବେପାରୀ ପିଲାଙ୍କୁ ନେବା ପାଇଁ ଖୁବ୍ ଚେଷ୍ଟା କରୁଥିଲେ। ପିଲାଟିକୁ ଡ୍ରମ ଭିତରେ ପୁରାଇବା ସମୟରେ ପିଲାଟି ଖୁବ୍ ଜୋରେ ଛାଟିପିଟି ହୋଇଥିଲା। ସେହି ସମୟରେ ପିଲାଟିର ଏକ ସାଙ୍ଗ ଚୋର ଉପରକୁ ଟେକା ପକାଇ ଥିଲା। ଟେକା ଟି ପିଲାର ମୁଣ୍ଡରେ ବାଜିଥିବା ସମୟରେ କ୍ଷତ ବିକ୍ଷତ ଅବସ୍ଥାରେ ପିଲାଟି ସେଠାରୁ ଚାଲି ଆସି ଥିଲା। ଏହାପରେ ପିଲା ଚୋର ଗାଁ ଲୋକଙ୍କ ହାବୁଡ଼ରେ ପଡି ଯାଇଥିଲା।