ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଦୀପାଳି ଦାସ ଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି। କାରଣ ସେ ରାଜ୍ୟରେ ଏବେ ଗଣତନ୍ତ୍ର ର ହ-ତ୍ୟା ହେଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ। ଆଉ ଯେତେବେଳେ ଏହି ସମ୍ପର୍କରେ ଜଣେ ବ୍ୟକ୍ତିଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି ଦୀପାଳି ଦାସ ରାଜ୍ୟ ରାଜନୀତି ରେ ଏକ ପ୍ରକାରର ବ୍ୟତିକ୍ରମ ଅଟନ୍ତି। ଯେତେବେଳେ ତାଙ୍କର ବାପା ଙ୍କୁ ଗୁଳି କରାଯାଇ ଥିଲା ଆଉ ପୋଲିସ ବିଭାଗର ଲୋକମାନେ ଗୁଳି ମାରିଥିଲେ ,

ସେତେବେଳେ ଯାହା ସବୁ ଆଲୋଚନା ହେଉଥିଲା ସେ ସମ୍ପର୍କରେ ସମସ୍ତେ ବେଶ ଭଲ ଭାବରେ ଅବଗତ ଅଟନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଏହି ଘଟଣାର ତଦନ୍ତ ହେଲା ଏହାପରେ ଆଇନ ଶୃଙ୍ଖଳା ଠିକ ନାହିଁ ବୋଲି ଯେଉଁ କଥା ଉଠିଥିଲା ସେ ସମୟରେ ଆଇନ୍ ତାର ବାଟରେ ଯାଉଛି ବୋଲି ଅନେକ ଲୋକମାନେ ଏହା କହିଥିଲେ। ଏକଥା ନିଜେ ଦୀପାଳି ଦାସ୍ ମଧ୍ୟ କହିଥିଲେ କି ତାଙ୍କର ଆଇନ ଉପରେ ଭରଷା ଅଛି।

ହେଲେ ବର୍ତ୍ତମାନ ଦୀପାଳି ଦାସ ଯେଉଁ କଥା କହୁଛନ୍ତି ଯେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଖରାପ୍ ଅଛି ବୋଲି ଏହି ବ୍ୟକ୍ତି ଜଣକ ଦୀପାଳି ଦାସ ଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି କି ସମିତି ସଭ୍ୟ ଓ ସରପଞ୍ଚ ସମସ୍ତେ ଛତିଶଗଡ଼ ପର୍ଯ୍ୟନ୍ତ କେମିତି ପଳେଇ ଗଲେ। ଦଳର ଲୋକ ଯେତେବେଳେ ତାଙ୍କ ସମ୍ପର୍କରେ ଦୀପାଳି ଦାସ ନିଶ୍ଚିତ ଭାବରେ ସବୁକିଛି ଜାଣିଥିବେ। ସରପଞ୍ଚ କି ସମିତି ସଭ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।
ମୂଳ କଥା ହେଉଛି କି ସିଷ୍ଟମ କୁ ସବୁବେଳେ ଜାଣିବା ଦରକାର୍। ତାଙ୍କର ପରିବାର ହେଉଛି ଏକ ରାଜନୈତିକ ପରିବାର। ସେତେବେଳେ ଯେଉଁ ମୁହୂର୍ତ୍ତରେ ଦେଖିଥିଲେ କେହି ନାହାଁନ୍ତି ବୋଲି ସେହି ସମୟରେ ହିଁ ପ୍ରେସମିଟ୍ କରିବାର ଥିଲା ବୋଲି ବ୍ୟକ୍ତି ଜଣକ କହିଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଆଉ ଅନେକ ଲୋକମାନେ ମଧ୍ଯ ଏହାକୁ ନେଇ ମତାମତ ଦେଇଛନ୍ତି। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।