ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ଯୁବତୀ ଏଭଳି କିଛି କାମ କରିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣକ ବିବାହ କରିଥିଲା । ଆଉ ବିବାହକୁ ମାତ୍ର ୧୫ ଦିନ ହୋଇନାହିଁ ସୁପାରୀ ଲଗାଇ ନିଜ ସ୍ଵାମୀକୁ ମାରିଦେଲା । ଏହି ସ୍ତ୍ରୀ ଜଣକ ନିଜ ପ୍ରେମିକ ସହ ମିଶି ଏଭଳି କାମ କରିଲା । ଏହି ଯୁବତୀ ଜଣକ ବିବାହ କରିବା ପରେ ମଧ୍ୟ ନିଜ ସିନ୍ଦୁରକୁ ପର କରି ପ୍ରେମିକ ଜଣଙ୍କୁ ନିଜର କରିଲେ ।

ପ୍ରେମିକ ସହ ମିଶି କରିଲା ଜଘନ୍ୟ କାଣ୍ଡ । ଏହି ସ୍ତ୍ରୀ ଜଣକ ସୁପାରୀ ଦେଇ ନିଜ ସ୍ୱାମୀକୁ ମାରିଦେଲା । ଏହି ସ୍ତ୍ରୀ ଜଣକ ତାର ମୁହଁ ଦେଖା ଟଙ୍କାରେ ଏଭଳି କାଣ୍ଡ କରିଛି ବୋଲି ସୂଚନା ମିଳିଛି । ଉତ୍ତରପ୍ରଦେଶ ରାଜ୍ୟର ଆହୁରିଆ ଜିଲ୍ଲାରେ ଏହି ଜଘନ୍ୟ କାଣ୍ଡ ଘଟିଛି । ଏହି ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବତୀ ବିବାହ ପୂର୍ବରୁ ପ୍ରେମ କରୁଥିଲେ । ଆଉ ସେ ଏହି ପ୍ରେମକୁ ବିବାହ ପରେ ମଧ୍ୟ ଭୁଲିପାରି ନଥିଲେ । ଆଉ କରିଥିଲେ ଏଭଳି କାଣ୍ଡ ।

ସ୍ଵାମୀ ଟଙ୍କାରେ ସ୍ୱାମୀକୁ ହତ୍ୟା କରିବାକୁ ସୁପାରୀ ଦେଲା । ଏହି ମହିଳା ଜଣକ ଏକ ଲକ୍ଷ ଟଙ୍କା ଆଡଭାନ୍ସ ସୁପାରୀ ଦେଇଥିଲା । ଆଉ ଏହି ଟଙ୍କା ତାକୁ ମୁହଁ ଦେଖା ଓ ବିବାହର ଅନେକ ରୀତିନୀତିରେ ମିଳିଥିଲା । ଏହି ଯୁବତୀ ଜଣକ ସ୍ୱାମୀକୁ ମାରିବାକୁ ୨ ଲକ୍ଷ ଟଙ୍କାର ଡ଼ିଲ୍ କରିଥିଲା । ଏହି ସ୍ତ୍ରୀ ଜଣକ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ମାରିବାକୁ ଏଭଳି କାଣ୍ଡ କରିଥିଲା । ମାର୍ଚ୍ଚ ୫ ତାରିଖରେ ଏହି ବିବାହ ହୋଇଥିଲା । ଏହି ସ୍ଵାମୀ ଜଣକ ଜଣେ ବିଜନେସ ମ୍ୟାନ ଥିଲେ ।
ଏହି ଯୁବତୀ ଜଣକ ହେଉଛନ୍ତି ପ୍ରଗତି । ଆଉ ପ୍ରଗତିଙ୍କ ଭଲପାଇବା କଥା ବାପା ମାଆ ଜାଣିବା ପରେ ତାଙ୍କୁ ବିବାହ କରାଇ ଦେଇଥିଲେ । ଆଉ ବିବାହ ପରେ ପ୍ରଗତି ତାଙ୍କ ପ୍ରେମିକ ଜଣଙ୍କୁ ଭୁଲି ପାରିନଥିଲେ । ଆଉ ତାପରେ ବାପଘରକୁ ଚତୁର୍ଥୀ ଦିନ ଆସି ଏକ ହୋଟେଲରେ ତାଙ୍କ ପ୍ରେମିକ ସହ ଦେଖା କରିଥିଲେ । ଆଉ ପ୍ରେମିକ ସହ ଦେଖା କରିବା ପରେ ସେ ସ୍ୱାମୀକୁ ମାରିବାକୁ ପ୍ଲାନ୍ କରିଥିଲେ । ଆଉ ଶେଷରେ ସୁପାରୀ ଦେଇ ନିଜ ସ୍ୱାମୀକୁ ମାରିଦେଲେ ସ୍ତ୍ରୀ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରି ସ୍ତ୍ରୀ ଜଣଙ୍କୁ ଗିରଫ କରିଛି । ଆଉ ଏହି ଘଟଣାର ଅଧିକ ତଦନ୍ତ କରୁଛି ।