ଗୋଟେ କାର ଭିତରେ ଝିଅର ଡ୍ରେସ୍ ନଥିବା ଦେହ ପଡ଼ି ରହିଥିଲା। କୁକୁର ଶୁଙ୍ଘି ଶୁଙ୍ଘି ଆସି ସିଧା କାର ର ଡିକି କୁ ଖୋଲି ଦେଇଥିଲା। ପରେ ଦେଖିଲା ବେଳକୁ କାର ଭିତରୁ ଝିଅର ରକ୍ତାକ୍ତ ମୁଣ୍ଡ ତଳକୁ ଗଡ଼ି ଆସିଥିଲା। ଝିଅର ଏହି ଉଲଗ୍ନ ଶବ ସମସ୍ତଙ୍କୁ ଯେମିତି ଡରାଇ ଦେଇଥିଲା। ଏହି ଝିଅର ନାମ ହେଉଛି ବୈଶାଳୀ। ସେ ଗୀତ ଗାଇବା ସହ ମହିଳା ସିଙ୍ଗର ଭାବରେ ସାରା ଅଞ୍ଚଳରେ ଯେମିତି ବେଶ ପରିଚିତ ଥିଲେ।

ବୈଶାଳୀ ଙ୍କ ସ୍ବାମୀ ତାଙ୍କୁ ପ୍ରେମ କରି ଦୁଇ ରୁ ତିନି ବର୍ଷ ହେବ ବିବାହ କରିଥିଲେ। ଦୁଇଜଣ ମଧ୍ୟ ସୁଖରେ ଘର ସଂସାର କରିଥିଲେ। ହେଲେ ଏବେ ଦୁଇ ଜଣକ ସହ ଏଭଳି କିଛି ଘଟିଗଲା ଦୁଇ ଜଣକୁ ପରସ୍ପର ଠାରୁ ଅଲଗା ହେବାକୁ ପଡ଼ିଥିଲା। ବୈଶାଳୀ ଓ ତାଙ୍କର ସ୍ୱାମୀଙ୍କ ଜୀବନ ଭିତରେ ବବିତା ନାମକ ଏକ ଯୁବତୀର ଏଣ୍ଟ୍ରି ହୋଇଥିଲା। ପରେ ବବିତା ଓ ବୈଶାଳୀ ମଧ୍ୟରେ ସାଙ୍ଗ ର ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା।

ବୈଶାଳୀ ଗୀତ ଗାଇ ଗାଇ ଟଙ୍କା କମାଇ ଥିବା ବେଳେ ସେ ଭଲ ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ସ୍ୱାମୀର ବିଜିନେସ୍ ଥିବାରୁ ଦୁହେଁ ଖୁବ ଭଳରେ ମଧ୍ଯ ନିଜର ଜୀବନ ବିତାଉ ଥିଲେ। ଯାହାର ସବୁକିଛୁ ନଜର ରଖୁଥିଲା ବବିତା। ବୈଶାଳୀ ଠାରୁ ଲକ୍ଷେ ଟଙ୍କା ଉଦ୍ଧାର ନେଇଥିଲା ବବିତା। କିଛିଦିନ ପରେ ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ଏଭଳି ପାଞ୍ଚ ବର୍ଷ ବିତି ସାରିଥିଲେ ମଧ୍ୟ ବବିତା ଆଉ ବୈଶାଳୀ କୁ ଟଙ୍କା ଫେରାଇ ନଥିଲା।
ଆଉ ବବିତା ଟଙ୍କା ନ ଫେରାଇ କେମିତି ବୈଶାଳୀ କୁ ଜୀବନରୁ ମାରିଦେବ ସେ ତାର ଯୋଜନା କରିଥିଲା। ବବିତା ଏକ ଶୁପାରି କିଲର ଲଗାଇ ଥିଲା। ପଇସା ଦେବା ବାହାନାରେ ବୈଶାଳୀ କୁ ଏକ ସୁନ ସାନ୍ ଜାଗାକୁ ଡାକିଥିଲା। ଆଉ ସେଠାରେ ବବିତା ଓ ବୈଶାଳୀ କଥା ହେଉଥିବା ବେଳେ ପଛପଟୁ ଆସି ଶୁପାରି କିଲର ବୈଶାଳୀ କୁ ମାରି କାର ଭିତରେ ପକାଇ ଦେଇ ଚାଲି ଯାଇଥିଲା। ଆଉ ଏଭଳି ଘଟଣା ଗୁଜୁରାଟ ରେ ଦେଖିବାକୁ ମିଳିଛି।