ଯୁବତୀ ଜଣକ ନିଜର ବାପା , ମାଆ ଓ ସାନ ଭାଇ ସହ ଘରେ ରହୁଥିଲା। ଏହି ଯୁବତୀ ଜଣକ ନାମ ହେଉଛି ଲିପ୍ସା। ହେଲେ ରାତିରେ ସାନ ଭାଇ ସହ ଏଭଳି କିଛି ଘଟଣା ଘଟି ଯିବ ତାହା କେହି କେବେ ହେଲେ ମଧ୍ୟ ଜାଣି ନଥିଲେ। ସେଥିପାଇଁ ଲିପ୍ସା ଏବେ ଏକ ଅଟୋ ଭିତରେ ବସି ମୁଣ୍ଡ ପିଟି ପିଟି କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା। ଲିପ୍ସା ର ସାନ ଭାଇର ନାମ ଥିଲା ସୁନିଲ। ଯାହାର ବୟସ ମାତ୍ର ୧୬ ବର୍ଷ।

ହେଲେ ଲିପ୍ସା ଘରେ ଥିବା ବେଳେ ଗାଁ ପିଲା ମାନେ ସୁନିଲ ସହ ଯାହାକିଛି କରି ଦେଇଥିଲେ ସେଥିପାଇଁ ଲିପ୍ସା ର ଅବସ୍ଥା ଏବେ ଏଭଳି ହୋଇ ଯାଇଛି। ଏହି ଘଟଣା ଘଟି ଯାଇଥିଲା ଗତ ୨୨ ତାରିଖଦିନ ରାତିରେ। ଯେଉଁଦିନ ଲିପ୍ସା ର ଘରେ କେବଳ ସୁନିଲ ଥିଲା ଆଉ କେବଳ ଲିପ୍ସା ହିଁ ଥିଲା। ବାପା ମାଆ ମାମୁଁ ଙ୍କ ଦେହ ଖରାପ୍ ନେଇ ହସ୍ପିଟାଲ କୁ ଚାଲି ଯାଇଥିଲେ। ଆଉ ଘରେ ଲିପ୍ସା , ସୁନିଲ ଆଉ ଲିପ୍ସା ଙ୍କ ବଡ଼ ବାପାଙ୍କ ଝିଅ ମଧ୍ୟ ଘରେ ଥିଲେ।

ଏତିକି ବେଳେ ଗାଁ ର ଚାରିଜଣ ଯୁବକ ସୁନିଲ ସହ ମିଶି ଘରେ ଭୋଜି କରିବା ପାଇଁ ଚିନ୍ତା କରିଥିଲେ। ସେହି ଚାରି ଜଣ ଯୁବକ ହେଉଛନ୍ତି ହେମନ୍ତ ଜେନା , ଜୟ କୁମାର୍ ଜେନା, ବିକ୍ରମ ଜେନା ଓ ଋତୁରାଜ ଜେନା। ଯେଉଁମାନେ କି ସୁନିଲ ସହ ମିଶି ଭୋଜି କରିବା ପାଇଁ ଯୋଜନା କରିଥିଲେ। ଆଉ ସୁନିଲ ଘରେ ହିଁ ଭୋଜି କରିବା ପାଇଁ ସମସ୍ତେ କହିଥିଲେ। ଏତିକି ବେଳେ ସନ୍ଧ୍ୟା ବେଳେ ହିଁ ଚାରିଜଣ ଯୁବକ ଆସି ପହଞ୍ଚି ଥିଲେ।
ଏହାପରେ ଲିପ୍ସା ଙ୍କ ବଡ଼ ଭଉଣୀ କୁ କିଛି ଜିନିଷ ଆଣିବା ପାଇଁ ତାଙ୍କ ଘରକୁ ପଠାଇ ଥିବା ବେଳେ ହେମନ୍ତ ଜେନା ତାଙ୍କ ଦୁର୍ବ୍ୟବହାର କରିଥିଲେ। ଘରେ ଭିତରେ ଚିତ୍କାର କରିବା ବେଳେ ସମସ୍ତେ ଦୌଡି ଯାଇଥିଲେ। ଆଉ ହେମନ୍ତକୁ ସୁନିଲ ଧମକ ଦେଇଥିଲା। ରାତିରେ ସାନ ଭାଇ ସୁନିଲ ବେକରେ ଦୌଡ଼ି ଲଗାଇ ଦେଇଥିଲା। କାରଣ ହେମନ୍ତ ତାର ବଡ଼ ଭଉଣୀ ସହ ଦୁର୍ବ୍ୟବହାର କରୁଥିବାର ଦେଖି ସେ ସହି ପାରି ନଥିଲା।