ଆପଣମାନେ କ୍ରିକେଟ ଜଗତକୁ ଆସୁଥିବା ଖବର ପାଇ ପାରୁଥିବେ । ଏବେ କ୍ରିକେଟ ଜଗତକୁ ନେଇ ନୁହେଁ ବରଂ କ୍ରିକେଟରଙ୍କ ପତ୍ନୀଙ୍କୁ ନେଇ ଆସିଛି କିଛି ଖବର । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ । କ୍ରିକେଟର ରୋହିତ ଶର୍ମା ଆଉ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଲାଗିଥିଲା ବାଜି । ଫାଇନାଲ ମ୍ୟାଚକୁ ନେଇ ବାଜି ଲଗାଇଥିଲେ ଏହି ଦୁଇଜଣ କ୍ରିକେଟରଙ୍କ ପତ୍ନୀ ।ଶେଷରେ ବାଜି ମାରି ନେଇଥିଲେ ରିତିକା ।

ଏହି ବାଜିରେ ହାରି ଯାଇଥିଲେ ଅନୁଷ୍କା ଆଉ ସେ ମୁହଁ ଶୁଖାଇ ଦେଇଛନ୍ତି । ଆଇସିସି ଚମ୍ପିୟାନ ଟ୍ରଫିରେ ସାମନାସାମନି ହେଇଥିଲେ ଭାରତ ଆଉ ନ୍ୟୁଜଲ୍ୟାଣ୍ଡ । ନ୍ୟୁଜଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲେ । ଆଉ ବ୍ୟାଟିଂ କରି ସେମାନେ ୨୫୨ ରନ କରିଥିଲେ । ଭାରତକୁ ୨୫୨ ରନ ଟାର୍ଗେଟ ଦେଇଥିଲେ । ଆଉ ଏବେ ଭାରତ ବ୍ୟାଟିଂ କରୁଛନ୍ତି । କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ରୋହିତ ଶର୍ମାଙ୍କ ପତ୍ନୀ ରିତିକା କ୍ରିକେଟ ମ୍ୟାଚ୍ ଦେଖିଥାନ୍ତି ।

ଏହି ଦୁଇଜଣ କ୍ରିକେଟରଙ୍କ ପତ୍ନୀ ଖେଳ ଦେଖିବା ସହ ତାଙ୍କ ସ୍ବାମୀଙ୍କୁ ସାହସ ମଧ୍ୟ ଦେଇଥାନ୍ତି । ପୂର୍ବରୁ ଅନେକ ମ୍ୟାଚରେ ବିରାଟ କୋହଲି ଶତକ କରିବା ସହ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍ ଦେବାର ଅନେକ ଥର ଦେଖିବାକୁ ମିଳିଛି । ଏହାସହ ରୋହିତ ଶର୍ମାଙ୍କ ପତ୍ନୀ ମଧ୍ୟ ତାଙ୍କ ସ୍ବାମୀଙ୍କ ଖେଳ ଦେଖି ଖୁସି ହୋଇଥାନ୍ତି । ଆଉ ଏବେ ଦୁବାଇରେ ଏହି ଖେଳ ହେଉଥିବା ବେଳେ ସେଠାକୁ ଏହି ଦୁଇଜଣ ଯାଇଥିଲେ । ଆଉ ସେଠାରେ ସେମାନେ ଖେଳକୁ ଉପଭୋଗ କରୁଥିଲେ ।
ରୋହିତ ଶର୍ମା ବଡ ଇନିଶିଙ୍ଗ ଖେଳିବେ ବୋଲି କହିଥିଲେ ତାଙ୍କ ପତ୍ନୀ ରିତିକା । ରିତିକା ଅନୁଷ୍କାଙ୍କୁ କହିଥିଲେ ତାଙ୍କ ସ୍ଵାମୀ ରୋହିତ ଶର୍ମା ଏହି ଚମ୍ପିୟାନ ଟ୍ରଫି ଖେଳରେ ବଡ ଇନିଷିଂ ଖେଳିବେ । ଆଉ ସେତେବେଳେ ଅନୁଷ୍କା କହିଥିଲେ ତାଙ୍କ ସ୍ଵାମୀ ଭଲ ଖେଳିବେ ବୋଲି କହିଥିଲେ । କିନ୍ତୁ ଏହା ହୋଇନଥିଲା । ଉଭୟ ଖେଳାଳିଙ୍କ ପତ୍ନୀ ଏଭଳି କହିଥିଲେ କିନ୍ତୁ ବିରାଟ କୋହଲି ଖେଳି ପାରି ନଥିଲେ ଆଉ ସେ ଗୋଟିଏ ରନ କରିଥିଲେ । ଏବେ ଏହି ଦୁଇଜଣଙ୍କ ପତ୍ନୀ ଲଗାଇଥିବା ବାଜିକୁ ନେଇ ଚର୍ଚ୍ଚା ହେଉଛି ।