ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ବାପା ମାଆ ପୁଅଟିଏ ଜନ୍ମ କରନ୍ତି ତାଙ୍କ ଦୁଃଖ ଦୂର ହେବ ବୋଲି କିନ୍ତୁ ଯଦି ଏହି ପୁଅ ଏଭଳି କିଛି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଜନ୍ମିତ ପୁଅ ମାଆ ପାଇଁ ଏତେ ନୃଶଂସ ହୋଇଯିବ ତାହା କିଏ ବା ଜାଣିଥିଲା । ଏହି ନୃଶଂସ ପୁଅ ଯେଉଁ ମାଆ ତାକୁ ଜନ୍ମ ଦେଇଥିଲା, କୋଳେଇ କାଖେଇ ଏତେ ବଡ ମଣିଷ କରିଲା ସେହି ମାଆର ମୁଣ୍ଡକୁ ହାଣିଦେଲା ପୁଅ ।

ଏହି ପୁଅ ମାଆର ମୁଣ୍ଡକୁ ହାଣି ଦେଇ ନିଜ ବେକକୁ ମଧ୍ୟ କାଟି ଦେଇଛି । ଆଉ ଏବେ ନାଟକ ପରେ ନାଟକ କରୁଛି । ଚାଉଳ ପାଇଁ ମାଆ ସହିତ ଏଭଳି କରିଲା ପୁଅ । ବିପିଏଲ୍ ଚାଉଳ ପାଇଁ ଏଭଳି ସବୁ ଘଟଣା ଘଟି ଯାଇଛି । ଏବେ ଏହି ନୃଶଂସ ପୁଅ ନିଜ ମାଆକୁ ହାଣି ଦେଇଛି । ଆଉ ସେ ନିଜ ବେକ ମଧ୍ୟ କାଟି ଦେଇଛି । ଏବେ ଏହି ପୁଅ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଆଉ ସେ ହସ୍ପିଟାଲରେ ଥିବା ବେଳେ ତାଙ୍କୁ ଜଗି ରହିଛି ପୋଲିସ । ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।

ଚାଉଳ ପାଇଁ ମାଆକୁ କୋଦାଳରେ ହାଣି ଦେଲା ପୁଅ । ଆଉ ତାପରେ ପୁଅ ନିଜ ବେକ ମଧ୍ୟ କାଟି ଦେଲା । ଏବେ ପୁଅ ମେଡିକାଲ ବେଡ଼ରେ ପଡିଥିବା ବେଳେ ତାକୁ ଜଗି ରହିଛି ପୋଲିସ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାକୁଣ୍ଟା ବ୍ଲକ ଅନ୍ତର୍ଗତ ଶରତଚନ୍ଦ୍ରପୁର ଗାଁରେ । ଏହି ମୃ-ତ-କ ମହିଳା ଜଣକ ହେଲେ ସେହି ଗାଁର ରଇବାଲି ସିଂ । ଯାହାଙ୍କ ବୟସ ହେଉଛି ୬୦ ବର୍ଷ । ମାଆ ରଇବାଲି ସିଂର ରାସନ୍ କାର୍ଡରେ ପୁଅ ରବିବାଲ ସିଂଙ୍କ ନାମ ରହିଛି ।
ଉଭୟଙ୍କୁ ମାସିକ ୧୦ କେଜି ଚାଉଳ ମିଳିଥାଏ । ଆଉ ଏହି ମାଆ ଆଣିଥିଲେ ଏବଂ ଚାଉଳ ଭାଗ ବଣ୍ଟାକୁ ନେଇ ମାଆ ଆଉ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ତାପରେ ଏହି ପୁଅ ତାର ମାଆକୁ ହାଣି ଦେଇଥିଲା । ସେହି ସ୍ଥାନରେ ମାଆ ଜଣକ ମୃ-ତ୍ୟୁବରଣ କରିଥିଲେ । ଏହା ଦେଖିବା ପରେ ପୁଅ ଜଣକ ନିଜ ବେକକୁ ହାଣି ଦେଇଥିଲେ । କିନ୍ତୁ ସେ ବଞ୍ଚି ଯାଇଥିଲେ ଆଉ ଏବେ ଚିକିତ୍ସିତ ହେଉଛନ୍ତି । ଏହି ମହିଳାଙ୍କ ସାନ ପୁଅ ଥାନାକୁ ଯାଇ ଏହି ବିଷୟରେ ଅଭିଯୋଗ କରିବା ପରେ ପୋଲିସ ଏବେ ଏହି ଅଭିଯୁକ୍ତ ପାଖରେ ମେଡ଼ିକାଲରେ ରହିଛି ଆଉ ଏହି ଘଟଣାର ତଦନ୍ତ କରୁଛି ।