ପୁଅର ଆଖି ଆଗରେ ମାଆ ରଖିଥିଲା ପର ପୁରୁଷ ସହ ଅନୈତିକ ଭାବରେ ସମ୍ପର୍କ। ଯୋଉ କଥା ଦେଖିବା ପରେ ପୁଅ ଆଦୌ ହେଲେ ମଧ୍ୟ ସହି ପାରି ନଥିଲା। କାଠ ଫାଳିଆ ଆଣି ସେଥିରେ ପିଟି ପିଟି ମାଆକୁ ଜୀବନରୁ ମାରି ଦେଇଥିଲା। ଏଭଳି ଘଟଣା ଘଟିଛି ନୀଳଗିରି ଥାନା ଅଧୀନ ବାଘମରା ଗ୍ରାମରେ। ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଥିବା ଜଣା ପଡ଼ିଛି। ଖବର ମୁତାବକ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ ,

ସେହି ଗ୍ରାମର ବାୟା ନାମକ ଜଣେ ଯୁବକଙ୍କ ସହ ପରକ୍ରୀୟା ପ୍ରୀତି କରୁଥିବା ସମୟରେ ସାନ ପୁଅ ଦୁର୍ଗା ସିଂ ହଠାତ୍ ଘରେ ପହଞ୍ଚି ଦେଖିବାକୁ ପାଇଥିଲେ ଏଭଳି ଦୃଶ୍ୟ। ଫଳରେ ହଠାତ୍ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ। ବାପା ଚାଲିଗଲା ପରେ ଯେଉଁ ମାଆ ଛୋଟ ରୁ ବଡ଼ କରିଥିଲେ ସେହି ମାଆ ଯେତେବେଳେ ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଛନ୍ତି ତାହା ଦେଖି ନିଜ ପାଦ ତଳୁ ମାଟି ଖସି ଯାଇଥିଲା।

ଶେଷରେ ନିଜ ଘରେ ପଡ଼ିଥିବା ଏକ କାଠ ଫାଳିଆ ଆଣି ନିଜ ମାଆକୁ ସେଥିରେ ପିଟି ପିଟି ଜୀବନରୁ ମାରି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ବଡ଼ ଭାଇ ଜାଣିବା ପରେ ସାନ ଭାଇକୁ ଫୋନ କରିଥିଲେ। ଆଉ ଏହି ସମସ୍ତ ଘଟଣା କହିବା ପରେ ବଡ଼ ପୁଅ ମଧ୍ୟ ଅବାକ୍ ହୋଇ ଯାଇଥିଲେ।ସ୍ଥାନୀୟ ଲୋକ ମାନେ ମଧ୍ୟ ଏନେଇ ପୋଲିସ୍ କୁ ଜଣାଇ ଥିଲେ। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିଲେ।
ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଖୁବ୍ ଆଲୋଚନା କରୁଛନ୍ତି। ସୋସିଆଲ ମିଡ଼ିଆ ରେ ଲୋକମାନେ ମଧ୍ୟ ଏହାକୁ ଦେଖିବା ପରେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।