୨୦ ଟଙ୍କା ମାଗିଲା ବୋଲି ସ୍ତ୍ରୀ କୁ ମାରିଦେଲା ସ୍ବାମୀ। ଖାଲି ସ୍ବାମୀ ନୁହେଁ ବରଂ ପୂରା ପରିବାର ଏହି ହ-ତ୍ୟା-କାଣ୍ଡରେ ସାମିଲ ଅଛନ୍ତି। ଏମିତି ମହିଳାଙ୍କ ପରିବାର ଲୋକେ କହୁଛନ୍ତି। ଏହା ସହ ଏବେ ଦୁଇ ଦୁଇଟି ଛୁଆ ହୋଇ ଯାଇଛନ୍ତି ମାଆ ଛେଉଣ୍ଡ। ଦୁଇ ଛୁଆକୁ କେଉଁଠି ଲୁଚାଇ ରଖିଛି ସ୍ବାମୀ। ବାପ ଘର ଲୋକଙ୍କୁ ଦେଖାଇ ଦେଉନି ଛୁଆଙ୍କ ମୁହଁ। ଏବେ ନାଟକ ଉପରେ ନାଟକ କରିବାରେ ଲାଗିଛି ସ୍ବାମୀ।

ଏତେ ନିର୍ଦ୍ଦୟ ହୋଇଗଲେ ଯେ ଦୁଇ ଛୁଆଙ୍କ ମୁହଁ କୁ ଚାହିଁଲେ ନାହିଁ। ଆଉ ସବୁଠାରୁ ବଡ କଥା ହେଉଛି ଯେ ଦୁଇ ଛୁଆକୁ କେଉଁଠି ଲୁଚାଇ ରଖିଛନ୍ତି। ବାପା ମାଆ ଭାଇ ଆଉ ଭଉଣୀ ସମସ୍ତେ ଏବେ ଖୁବ୍ କାନ୍ଦିବାରେ ଲାଗିଛନ୍ତି। ଝିଅର ଏଭଳି ମୃ-ତ୍ୟୁ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକେ। କାନ୍ଦି କାନ୍ଦି ପରିବାର ଲୋକେ ଏହା କହିଛନ୍ତି ଯେ ବିବାହ ଦିନରୁ ତାଙ୍କୁ ଶାଶୁ ଘର ଲୋକେ ସବୁବେଳେ ମାରପିଟ କରୁଥିଲେ।

ଯେତେ କଷ୍ଟ ହେଲେ ମଧ୍ୟ ସେ ସ୍ୱାମୀର ସବୁ କଥାକୁ ସହି ଯାଉଥିଲେ। ଛୋଟ ଛୋଟ ଦୁଇ ଝିଅଙ୍କ ମୁହଁ ଚାହିଁ ସେ ସବୁକିଛି ସହି ଯାଉଥିଲେ। ଦୁଇ ଝିଅ ମାଆଙ୍କୁ ୨୦ ଟଙ୍କା ମାଗିଥିଲେ ଆଉ ଏନେଇ ସ୍ତ୍ରୀ ସ୍ବାମୀଙ୍କୁ ମାଗିଥିଲେ ୨୦ ଟଙ୍କା। ହେଲେ ସେହି ୨୦ ଟଙ୍କା ପାଇଁ ସ୍ତ୍ରୀ କୁ ମାରିବା ପରେ ଏବେ ଜୀବନ ହାରିଥିବା କଥା କହୁଛନ୍ତି ସ୍ୱାମୀ।୨୦ ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ କୁ ମାରିବା ପରେ ପୁଅର ମାଆ କହୁଛି କି ସ୍ତ୍ରୀ ଜୀବନ ହାରୀ ଦେଇଛି।
ଏବେ ବଧୂ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମାତ୍ର ୨୦ ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଭିତରେ ହୋଇଥିଲା କଳି ସେହି ଟଙ୍କା ପାଇଁ ହିଁ ଚାଲି ଯାଇଛି ସ୍ତ୍ରୀ ର ଜୀବନ। ଶଶୁର ଘର ଲୋକେ ଜୀବନ ହାରୀ ଦେଇଥିବା କଥା କହୁଥିବା ବେଳେ ଏପଟେ ମହିଳାଙ୍କ ପରିବାର ଲୋକେ ଆଣିଛନ୍ତି ହ-ତ୍ୟା ଅଭିଯୋଗ। ଏନେଇ ଏବେ ସ୍ବାମୀଙ୍କୁ ଥାନା ରେ ଅଟକ ରଖିଛି ପୋଲିସ୍। ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ଗୋବରହୋଟି ଗ୍ରାମରେ ଏଭଳି ଘଟଣା ଘଟିଛି।