ଆପଣମାନେ ସମସ୍ତେ ଆଜିକା ଯୁଗରେ ଘଟୁଥିବା ଘଟଣା ବିଷୟରେ ତ ଜାଣି ପାରୁଥିବେ । ଆଜିକାଲି ଆସୁଥିବା ଖବର ଭିତରେ କଲେଜ ଛାତ୍ରୀଙ୍କ ସହ ଅସଦାଚରଣ, କଲେଜ ଛାତ୍ରୀଙ୍କ ମୃ-ତ୍ୟୁ ଭଳି ଖବର ଆସୁଛି । ଆମ ଓଡ଼ିଶାର ଅନେକ ଝିଅ ଅଲଗା ରାଜ୍ୟ ବା ଦେଶକୁ ଯାଇ ପାଠ ପଢ଼ୁଛନ୍ତି ଆଉ ଏବେ ଆସିଥିବା ଖବର ଅନୁସାରେ ନେପାଳରୁ ଝିଅଟିଏ ଆସି ଭୁବନେଶ୍ୱର ସହରର କଲେଜରେ ପାଠ ପଢୁଥିଲା ଆଉ ତାହା ସହ ଏଭଳି କିଛି ଘଟିଛି ଯାହାକୁ ନେଇ ଏବେ ଖବର ଆସୁଛି ।

ଏବେ ଏହି ନେପାଳ ଝିଅର ମୃ-ତ୍ୟୁ ହୋଇଛି । ଜଣେ ପ୍ରବାସୀଙ୍କ ସହ ଏଭଳି ଘଟଣା ଘଟିବା ଏକ ନିନ୍ଦନୀୟ ଘଟଣା ଅଟେ । ଏହି ଘଟଣାକୁ ନେଇ ଉଚ୍ଚଶିକ୍ଷା ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କିଛି କଥା କହିଛନ୍ତି । ସେ କହିଛନ୍ତି, ନେପାଳ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ ନେପାଳ ସହିତ ଓଡ଼ିଶାର ସମ୍ପର୍କ ଦୀର୍ଘ ବର୍ଷରୁ ରହି ଆସୁଛି । କିଟ୍ କଲେଜରେ ଯାହା ଘଟଣା ଘଟିଛି ଏନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଆଉ ଏହି ନେପାଳର ଝିଅର ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।

ଏହି ଘଟଣାକୁ ନେଇ ରାଜ୍ୟ ଗୃହ ବିଭାଗ ପଦକ୍ଷେପ ନେଇଛି । ଏହି ଘଟଣାରେ ଯେଉଁ ପିଲାମାନେ ସାମିଲ ଅଛନ୍ତି ତାଙ୍କୁ ଗିରଫ କରାଯାଇଛି । କିଟରେ ଏକ ସମାରୋହ ହେଉଥିଲା ଆଉ ସେଠାରେ ୧୦୦୦ ଜଣ ନେପାଳୀ ଝିଅ ଆନ୍ଦୋଳନ କରିଥିଲେ । ଯିଏ ଦୋଷ କରିଥିବ ସେ ନିଶ୍ଚିତ ଭାବରେ ଦଣ୍ଡ ପାଇବ ବୋଲି ସୂଚନା ମିଳିଛି । ନେପାଳ ପିଲାମାନଙ୍କୁ ନେଇ କଟକ ରେଳ ଷ୍ଟେସନରେ ଅନେକ କିଛି ଘଟଣା ଘଟିଛି । ଏବେ ରାଜ୍ୟ ସରକାର ଏନେଇ ଦୃଷ୍ଟି ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ତରଫରୁ ଅନେକ କିଛି ଯୋଜନା କରାଯାଇଛି । ଆଉ ସରକାର ଏହି ନେପାଳର ଝିଅମାନଙ୍କୁ କଲେଜ ଫେରି ଆସିବାକୁ କହିଛନ୍ତି । ତାଙ୍କ ପ୍ରତି ଆଉ ଅନ୍ୟାୟ କି ମାନସିକ ଚାପ ରହିବ ନାହିଁ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ନେପାଳ ସହିତ ଥିବା ସୁସମ୍ପର୍କ ରଖିବାକୁ ଚାହୁଁଛନ୍ତି । ଏହି ନେପାଳ ଝିଅ ସହ ଯାହାବି ଘଟଣା ଘଟାଇଛନ୍ତି ଏହି ଦୃର୍ବୁତ୍ତମାନେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆଉ ଯେଉଁ ନେପାଳ ଝିଅମାନେ ଅଛନ୍ତି ତାଙ୍କ ପ୍ରତି ଯେଭଳି ଅନ୍ୟାୟ ନ ହେଉ ସେଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଖବର ଆସିଛି ।