Mar 11, 2025, 11:26 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଖରାରୁ ଆସିବା ମାତ୍ରେ ଅନ୍ଧାର ଦିଶୁଛି କି..?

Bb

ନମସ୍କାର ପାଠକ ବନ୍ଧୁ । ଏବେ ପାଣିପାଗ ବିଷୟରେ ତ ଅନେକ ଅପଡେଟ ଆପଣମାନେ ପାଇ ପାରୁଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଖରା ବିଷୟରେ କିଛି ଖବର ପାଇପାରିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏବେ ତ ପ୍ରବଳ ଖରା ଅନୁଭୂତ ହେଉଛି । ଆପଣମାନେ ପ୍ରବଳ ଖରାରେ କେଉଁଆଡେ ଯାଉଛନ୍ତି କି ? ଘରକୁ ଫେରିବା ପରେ ସବୁକିଛି ଅନ୍ଧାର ଦିଶୁଛି । ଏଭଳି କାହିଁକି ହେଉଛି ଏହା ନ ଜାଣିଲେ ଆଗକୁ ଅସୁବିଧା ହୋଇପାରେ । 
Gg
ଏବେ ତ ଖରା ପ୍ରବଳ ହେଉଛି ଆଉ ତାପମାତ୍ରା ୩୫ କି ୩୭ ଡିଗ୍ରୀ ରହୁଛି । ଏହି ଖରାରେ ଲୋକମାନେ କେହି ଘରୁ ବାହାରୁ ନାହାନ୍ତି କିନ୍ତୁ କାମ ପଡିଲେ ଲୋକମାନେ ଘରୁ ବାହାରି ଯାଇଥାନ୍ତି । ଅଧିକ ଖରାରେ ଲୋକମାନେ ବାହାରକୁ ବାହାରିଲେ ଷ୍ଟ୍ରୋକ ବା ଅଂଶୁଘାତ ହୋଇ ଯାଇଥାଏ । ଅନେକ ସମୟରେ ଆପଣମାନେ ନୋଟିସ କରିଥିବେ କି ଖରାରେ ଥିବା ବେଳେ ହଠାତ୍ ଘର ଭିତରକୁ ଯିବା ସମୟରେ ଅନ୍ଧାର ଦେଖା ଯାଇଥାଏ । 
Gg
ଆଉ ଆପଣମାନେ କେବେ ଭାବିଛନ୍ତି କି ଏଭଳି କାହିଁକି ଘଟେ । ଏହା ବିପଦର ସଂକେତ ଅଟେ କି ? ସୂର୍ଯ୍ୟ କିରଣରେ ଥିବାରୁ ଛାଇକୁ ଚାଲିଗଲେ ଛୋଟ ପିତୁଳା ଯୋଗୁଁ ଏହା ଆପଣଙ୍କୁ ଅନ୍ଧାର ଲାଗିଥାଏ । ଆଉ କିଛି ସମୟ ଭିତରେ ସବୁକିଛି ଠିକ୍ ହୋଇଯାଏ । ଏଭଳି ହେଉଥିଲେ କିଛି ଅସୁବିଧା ନାହିଁ । ଆଉ ଏହା ଏକ ସାଧାରଣ କଥା । ଆପଣମାନଙ୍କ ଆଖିର ପରଦାରେ ଏଭଳି ହୋଇଥାଏ । ଆଖିର ପରଦାକୁ ରେଡିନା କୁହାଯାଇଥାଏ । 
ଆଉ ଏହି ରେଡିନାରେ ଦୁଇ ପ୍ରକାରର କୋଷ ଥାଏ । କୋଣ ଆକୃତିର କୋଷ ଆଉ ରଡ ଆକୃତିର କୋଷ ଥାଏ । ଆଉ ଆଲୋକରେ ଏହି କୋଷ ଆକାରର କୋଷ କାମ କରିଥାଏ । ଆଉ ଅନ୍ଧାରରେ ରଡ ଆକୃତିର କୋଷ କାମ କରିଥାଏ । ଯଦି ଆପଣମାନେ ଖରାରୁ ଆସିଥାନ୍ତି ତାହେଲେ ଏଭଳି ହୋଇଥାଏ । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିଲେ । ଏବେ ଏନେଇ ଚିନ୍ତା କରନ୍ତୁ ନାହିଁ । ଏହାକୁ ନେଇ ଏବେ ଅନେକ କିଛି କଥା ଜଣାପଡିଛି ।

Advertisement