ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାତ୍ରା ମଞ୍ଚରେ ହେଉଥିବା ଅ-ଶ୍ଳୀ-ଳ ନାଚକୁ ନେଇ ବରିଷ୍ଠ ଆଇନଜୀବି ବନ ମହାନ୍ତି କଣ ସବୁ କହିଛନ୍ତି ତାହା ଜାଣିପାରିବେ । ବର୍ତ୍ତମାନ ସମୟରେ ଯାତ୍ରାର ଅ-ଶ୍ଲୀ-ଳତାକୁ ନେଇ ବହୁତ ଚର୍ଚ୍ଚା ହେଉଛି ଆଉ ଅନେକ ପ୍ରଶ୍ନ ଆସୁଛି । ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନେକ ଲୋକ ଅନେକ ପ୍ରକାରର ମତ ଦେଇଛନ୍ତି । ଏବେ ଏହାକୁ ନେଇ ବରିଷ୍ଠ ଆଇନଜୀବି ବନ ମହାନ୍ତି କଣ କହିଛନ୍ତି ତାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ।

ସରକାର ଏବେ ଏହି ଅ-ଶ୍ଳୀ-ଳତାକୁ ନେଇ କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ଆପଣମାନେ ଜାଣିପାରିବେ । ପୂର୍ବରୁ ଅ-ଶ୍ଳୀ-ଳତା ଥିଲା । ପୂର୍ବରୁ ଯାତ୍ରା ଜଗତରେ ଅଶ୍ଳୀଳତା ଦେଖା ଯାଉନଥିଲା । ପୂର୍ବରୁ ଯାତ୍ରା ଜଗତରେ ସମ୍ବଲପୁରୀ, ଓଡ଼ିଶୀ ଆଦି ନୃତ୍ୟ ହେଇଥିଲା । କିନ୍ତୁ ଏବେ ଆଇଟମ ଗାର୍ଲ୍ ନାଁରେ ନାଚ ହେଉଛି । ସେମାନେ ଯେଉଁ ଭଳି ନାଚ କରୁଛନ୍ତି ଏବେ ତାହା ଦେଖି ହେବ ନାହିଁ । ଆଇଟମ ନାଚ ଯାତ୍ରା ଜଗତରେ ଦେଖାଗଲା । ଆଉ ଏହି ଦୁଇବର୍ଷ ପୂର୍ବେ ପ୍ରଥମେ ଭୁବନେଶ୍ଵରରେ ଯାତ୍ରା ଜଗତରେ ଆଇଟମ ନାଚ ହୋଇଥିଲା ।

ଅଭିନେତ୍ରୀ ରାଣୀ ପଣ୍ଡା ପ୍ରଥମେ ଅ-ଶ୍ଳୀ-ଳ ନାଚ କରିଥିଲେ ଆଉ ଏବେ ସେ ତାଙ୍କ ରାସ୍ତା ଅଲଗା କରି ଦେଇଛନ୍ତି । ଆଉ ଏବେ ସେ ସମାଜସେବା କରୁଛନ୍ତି । ଆଉ ଏବେ ସେ ଆଉ ଆଇଟମ ନାଚ କରୁନାହାନ୍ତି । ଏବେ ନାଚ କରିବାକୁ ଚାରି ଜଣ ବାହାରିଛନ୍ତି । ଆଉ ସେମାନେ ଓଡ଼ିଶାରେ ଏଭଳି ନାଚ କରିବେ ବୋଲି ଭାବିଥିଲେ । ଆଉ ଏବେ ସେମାନେ ଓଡ଼ିଶାରେ ଏଭଳି ନାଚ କରୁଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଗୋଟିଏ ଯାତ୍ରା ପାର୍ଟି ଦେଖିବା ପାଇଁ ଗୋଟିଏ ରାତିରେ ୩ ହଜାର ରୁ ୪ ହଜାର ଲୋକ ହେଉଛନ୍ତି ।
ପରିବାରର ସମସ୍ତେ ଆସି ନାଚ ଦେଖୁଛନ୍ତି । ଆଉ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆଇଟମ ନାଚ ହେଉଛି । ଆଉ ଏହି ଆଇଟମ ନାଚ ଆରମ୍ଭ ହେଲା ମାତ୍ରକେ ଏଭଳି ଅ-ଶ୍ଳୀ-ଳ ନାଚ ଦେଖିବାକୁ ମିଳୁଛି । ଏବେ ଏହି ଆଇଟମ ଗାର୍ଲମାନେ ଏଭଳି ଅ-ଶ୍ଳୀ-ଳ ନାଚ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସରକାର ଏଭଳି ନାଚ କରୁଥିବା ଆଇଟମ ଗାର୍ଲମାନଙ୍କୁ ଦଣ୍ଡ ଦେବା ଉଚିତ୍ । ଆଉ ଏହି ଆଇଟମ ଗାର୍ଲ୍ ଭିତରୁ ଜଣଙ୍କୁ ଆରେଷ୍ଟ କରିଲେ ଯାଇ ଏହି ଘଟଣା ବନ୍ଦ ହେବ ।
ଏମାନଙ୍କୁ ବାଡ଼ିରେ ବାଇଡଙ୍କ ଲଗାଇ ମାଡ ମରିବା କଥା ଆଉ ସେମାନେ ଏଭଳି ହେଲେ ଆଉ କିଛି କରିବେ ନାହିଁ ନହେଲେ ଏମାନେ ଘରେ ଘରେ ଅ-ଶ୍ଳୀ-ଳତା ପୁରାଇ ଦେବେ । ଜନସାଧାରଣ, ପ୍ରଶାସନ ଏହି ନାଚକୁ ବିରୋଧ କରିଲେ ଏହା ବନ୍ଦ ହେବ ବୋଲି ସୂଚନା ମିଳିଛି । ଏହି ଅ-ଶ୍ଳୀ-ଳ ନାଚ ବନ୍ଦ ହେବାକୁ ନେଇ ଏବେ ସରକାର ଅନେକ ନିୟମ ନେଇଛନ୍ତି । ଖଣ୍ଡଗିରିରେ ଏଭଳି ଅ-ଶ୍ଳୀ-ଳ ନାଚ ବ୍ୟାନ କରାଯାଇଛି । ଆଉ ଏବେ ଏହାକୁ ନେଇ ମଧ୍ୟ ଅନେକ କଥା ଆସୁଛି । ଏବେ ଆଇଟମ ଗାର୍ଲମାନେ ଅ-ଶ୍ଳୀ-ଳ ନାଚ କରିବାକୁ ଚାହୁଁଛନ୍ତି କିନ୍ତୁ ଏହାକୁ ରୋକିବାକୁ ଚେଷ୍ଟା କରାଯାଉଛି ।