ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ଦଶମ ଶ୍ରେଣୀର ନାବାଳିକା ଗର୍ଭବତୀ ହୋଇ ଛୁଆ ଜନ୍ମ ଦେବା ଘଟଣା ସାରା ରାଜ୍ୟରେ ଚହଳ ପକେଇଛି । ଏହି ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ଘଟଣା ହେଉଛି ଦଶମ ଶ୍ରେଣୀର ଛାତ୍ରୀ ଜଣକ ସକାଳେ ପରୀକ୍ଷା ଦେବାକୁ ଯାଇଥିଲେ ଆଉ ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ପାଇ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଏହି ଛାତ୍ରୀ ଜଣକ ହଷ୍ଟେଲରେ ରହୁଥିଲେ ଆଉ ହଷ୍ଟେଲ ଭିତରେ ଏଭଳି କିଛି ଘଟଣା ଘଟିଯାଇଛି ଯାହାକୁ ନେଇ ଏବେ ଚିନ୍ତାରେ ଝିଅର ବାପା ମା । ଏବେ ଏହି ଛାତ୍ରୀ ଜଣକ ସହିତ ଏଭଳି ଘଟଣା କିଭଳି ଘଟିଲା ଆଉ କିଏ ଏଭଳି କରିଲା ଏହାକୁ ନେଇ ପ୍ରଶ୍ନ ଆସୁଛି । ଏହି ଝିଅ ହଷ୍ଟେଲରେ ରହୁଥିଲେ ଆଉ ହଷ୍ଟେଲ ଭିତରକୁ ଅନେକ ଆପ୍ଲିକେସନ୍ ଦେଇ ଯିବାକୁ ପଡିଥାଏ ବୋଲି ଝିଅର ବାପା କହିଛନ୍ତି । ଏହାସହ ଝିଅର ବାପା ଅନେକ କିଛି କଥା କହିଛନ୍ତି । ଝିଅର ବାପାଙ୍କ ପାଖକୁ କଲ୍ ଆସିଥିଲା ।

ଜଣେ ମ୍ୟାଡାମ କହିଥିଲେ କି ତାଙ୍କ ଝିଅ ହଷ୍ଟେଲରେ ମିଳୁ ନାହିଁ ଆଉ ଘରକୁ ଯାଇଛି କି ? ପ୍ରଶ୍ନ ପଚାରିଥିଲେ ଆଉ ଏହାପରେ ଝିଅର ବାପା , ମାଆ ଆଉ ଗାଁର କିଛି ଲୋକ ଆସିଥିଲେ । ଆଉ ହଷ୍ଟେଲ ଆସି ଦେଖିଲା ବେଳକୁ ତାଙ୍କ ଝିଅ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି । ଏହି ଝିଅ ଜଣକ ଏଭଳି ଗର୍ଭବତୀ କିଭଳି ହେଲେ ଆଉ ଏହି ବିଷୟରେ ସ୍କୁଲ କର୍ତ୍ତୃପକ୍ଷ କିଛି ଜାଣି ପାରିଲେ ନାହିଁ କେମିତି ଏଭଳି ଅନେକ ପ୍ରଶ୍ନ ଏବେ ଆସୁଛି । ଏହି ସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ଏହିଭଳି ଘଟଣା ପାଇଁ ଏବେ ଝିଅଙ୍କ ବାପା ଦାୟୀ କରୁଛନ୍ତି ।
ଝିଅର ବାପା ହଷ୍ଟେଲ କର୍ତ୍ତୃପକ୍ଷ ଆଉ ସ୍କୁଲର ଶିକ୍ଷକ ଆଉ ଶିକ୍ଷୟତ୍ରୀଙ୍କୁ ଏହି ଘଟଣା ପାଇଁ ପ୍ରଶ୍ନ କରୁଛନ୍ତି । ଏହି ଘଟଣା ଯଦି ଏହି ବାପା ଜଣଙ୍କର ଝିଅ ସହିତ ଘଟି ପାରିଲା ତାହେଲେ ଏହି ଘଟଣା ଆଗକୁ ଅନେକ ଝିଅଙ୍କ ସହିତ ଘଟିପାରେ ବୋଲି ଏହି ଝିଅର ବାପା କହିଛନ୍ତି । ଝିଅର ବାପା ଜଣକ ଏଭଳି ଅନେକ ଅଭିଯୋଗ ଆଣିବା ସହ ଏହି ହଷ୍ଟେଲ କର୍ତ୍ତୃପକ୍ଷ ଏବଂ ସ୍କୁଲର ଶିକ୍ଷକ ଆଉ ଶିକ୍ଷୟତ୍ରୀଙ୍କୁ ଏହି ଘଟଣା ପାଇଁ ତଦନ୍ତ ପରିସର ଭୂକ୍ତ କରାଯାଉ ବୋଲି କହିଛନ୍ତି । ଏବେ ଏହି ଘଟଣାରେ ନ୍ୟାୟ ଦାବି କରିଛନ୍ତି ଝିଅର ପରିବାର ଲୋକେ ।